Smruti Tume Sradhanjali (A True Story) Page-11

ଏମିତି କେତେ ଦିନ ପରେ …..

ପ୍ରତିଦିନ ଭଳି ସେ ଦିନ ମଧ୍ୟ ଟିଉସନ ସାରି ଆମ ହିରୋ ଗୋଟେ ମିଠା ଦୋକାନ କୁ ଗଲେ ।

କୁମାର:- ଅଶୋକ ଭାଇ!!  ଗୋଟେ ଲସି ଦେଲ । 

(ଦୋକାନୀ ଗୋଟିଏ ଲସି ଦେଲେ) ଲସି ପିଉଥିବା ସମୟରେ ହଠାତ ତାଙ୍କ ନଜର ଗୋଟିଏ ଝିଅ ଉପରେ ପଡ଼ିଲା । 

ତାଙ୍କ ଚେହେରା ଟିକେ ମନେ ହେଲା, 

ଚକିତ ଅବସ୍ଥାରେ ମନେ ମନେ ଭାବିଲେ !!! 

ଆରେ ସେ ଝିଅ ତ !!! 

ଯିଏ ମୋର Pen ନେଇଥିଲା ।

ସେ ସନ୍ଧ୍ୟା କୁ ଦେଖିଲେ, 

ହେଲେ ସେ କିଛି ବି କହିପାରିଲେନି । 

ସନ୍ଧ୍ୟା ବି ତାଙ୍କୁ ଦେଖିଲେ ।

ତାପରେ ସେଠାରୁ ବାହାରି ଗଲେ । 
ଆମ ହିରୋ ତାଙ୍କ ପିଛା କଲେ ।

ଆଉ ଆମ ହିରୋ ଟିଉସନ ପଢୁଥିବା ଘରଭିତର କୁ ଦେଖିଲା ବେଳକୁ ସନ୍ଧ୍ୟା ସେ ଘର ଭିତରେ ଅଛନ୍ତି ।

ଘର ଭିତରକୁ ଦେଖିଲା ବେଳକୁ ଘର ଭିତରେ କେହି ନାହାନ୍ତି କେବଳ ସନ୍ଧ୍ୟା ଏକା ଅଛନ୍ତି ।

 ଆମ ହିରୋ ସେ ରୁମ ଭିତରକୁ ଯିବା ପାଈଁ ଭୟ କଲେ, 

କାଳେ କିଏ ଆସିଯିବ, 
ଆଉ କିଏ କଣ ଭାବିବ ???

କିନ୍ତୁ ସେ ଡରି ଡରି ଭିତରକୁ ଗଲେ ।

କୁମାର:- ଏ ଶୁଣ ମୋ Pen ଦିଅ ।

ସନ୍ଧ୍ୟା:- ମୋ ନାମ ସନ୍ଧ୍ୟା 

କୁମାର:- ହଉ ସନ୍ଧ୍ୟା !!!  ମୋ Pen ଦିଅ ମୁଁ ଯାଏ । ଯଦି କିଏ ଆସିଯିବ ତାହା ହେଲେ ଖରାପ ଭାବିବେ ।

ସନ୍ଧ୍ୟା:- ମୁଁ ଦେବିନି ତମକୁ, ତମର ଯାହା କରିବାର ଅଛି କର ।
(କୁମାର …. କିଛି ନକହି ଚାଲିଗଲେ)

( କିନ୍ତୁ ଏହି ସମୟରେ ଅନ୍ୟ ଜଣଙ୍କ ମନରେ ବି Laddu ଫୁଟୁ ଥିଲା ) 

ସେ ଥିଲା ସନ୍ଧ୍ୟା !!! 
ସନ୍ଧ୍ୟା ଭାବୁଥାଏ , 
ଆଜିର ବି Chance Miss କରିଦେଲି ।
ମୁଁ କଣ କଲି ??
କୁମାର ସାଙ୍ଗରେ, ଟିକେ ବି କଥା ହେଇପାରିଲିନି , 

କିଛି ଦିନ ଗଲା,,,,
କେତେଦିନ ପରେ କଲେଜ ସିଲେକ୍ସନ ସରି ଯାଇଥାଏ । ହିରୋଙ୍କର ସବୁ ସାଙ୍ଗ ଅଲଗା ଅଲଗା କଲେଜରେ ସିଟ ପାଇଗଲେ ।

କେବଳ ବିକ୍ରମ… ଆଉ କୁମାର…. ଗୋଟେ କଲେଜରେ Admission ନେଇଥିଲେ। ତା ସହ ଆକାଶ କୁ ମଧ୍ୟ ସେ କଲେଜ ରେ Admission ହୋଇଥିଲେ।


To be continued…….


Promo: ( ଆଗକୁ କଣ ହେବ, ସନ୍ଧ୍ୟା ସାଙ୍ଗରେ ଦେଖା ହେବ କି ନାହିଁ ?? ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..


Pages:-






Follow my Blog and find Smruti Tume Sradhanjali Part-11


Follow My Pages:- 
Thanks….

Smruti Tume Sradhanjali (A True Story) Page-12

କଲେଜ ଯିବା ବାଟରେ ଆକାଶ ଏବଂ ଅନ୍ୟ କେତେ ସାଙ୍ଗ ମାନଙ୍କ ସହ ଦେଖାହେଇଗଲା ।


ଆକାଶ:- କୁମାର… କଣ ତମକୁ ବି ଆମ କଲେଜରେ Admission ମିଳିଲା କି ?

କୁମାର:- ହଁ, ତମକୁ ବି ମିଳିଲା ??? ତାହେଲେ ବହୁତ ବଢିଆ ହେଲା, ଏମାନେ ସବୁ ତମ ସାଙ୍ଗ କି ?(ପାଖରେ ଅନ୍ୟ 3 ଜଣ ଥିଲେ)

ଆକାଶ:- ହଁ ମୁଁ ତାଙ୍କ ପରିଚୟ ଦେଉଛି ! ଦୀପକ, ଅଜିତ, ନାରାୟଣ ।

ସମସ୍ତେ hand shake କରି କଥା ବାର୍ତ୍ତା ହୋଇ କଲେଜକୁ  ଗଲେ ।
କଲେଜରେ ପ୍ରଥମ ଦିନ ସମସ୍ତେ ଖୁସି ଏବଂ ମଜା କଲେ ।
କଲେଜରେ ଆଉ ଜଣେ ସାଙ୍ଗ ମିଳିଯାଇଥିଲେ ହିରୋଙ୍କୁ ତାଙ୍କ ନା ହେଲା କେଶବ…. 

କୁମାର:- ତମ ନା କଣ ?

କେଶବ:- କେଶବ, ଆଉ ତମ ନା ???

କୁମାର:- ମୁଁ କୁମାର ।

କଥା ବାର୍ତ୍ତା ହେବା ପରେ ସମସ୍ତେ କଲେଜ ବାହାରକୁ ଗଲେ । 
କଲେଜରେ କ୍ୟାଣ୍ଟିନି ର ସୁବିଧା ନଥାଏ । 
ତାପରେ ସମସ୍ତେ ଦୋକାନକୁ ଗଲେ ।

କୁମାର:-  ଭାଇ ଗୋଟେ ପାଣି ବୋତଲ ଦେଲ । ପାଣି ପିଉଥିବା ସମୟରେ, 
ତାଙ୍କ ନଜର ସେ Pen ନେଇଥିବା ଝିଅ ଉପରେ ପଡ଼ିଲା, 
ସେ ଥିଲା ସନ୍ଧ୍ୟା….

To be continued…….


Promo: ( କଣ କୁମାର ସନ୍ଧ୍ୟା ସାଙ୍ଗରେ କଥା ହେଇ ପାରିବ ?? ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..


Pages:



Follow my Blog and find Smruti Tume Sradhanjali Part-12


Follow My Pages:- 

Thanks….