ଏମିତି କେତେ ଦିନ ପରେ …..
ପ୍ରତିଦିନ ଭଳି ସେ ଦିନ ମଧ୍ୟ ଟିଉସନ ସାରି ଆମ ହିରୋ ଗୋଟେ ମିଠା ଦୋକାନ କୁ ଗଲେ ।
କୁମାର:- ଅଶୋକ ଭାଇ!! ଗୋଟେ ଲସି ଦେଲ ।
(ଦୋକାନୀ ଗୋଟିଏ ଲସି ଦେଲେ) ଲସି ପିଉଥିବା ସମୟରେ ହଠାତ ତାଙ୍କ ନଜର ଗୋଟିଏ ଝିଅ ଉପରେ ପଡ଼ିଲା ।
ତାଙ୍କ ଚେହେରା ଟିକେ ମନେ ହେଲା,
ଚକିତ ଅବସ୍ଥାରେ ମନେ ମନେ ଭାବିଲେ !!!
ଆରେ ସେ ଝିଅ ତ !!!
ଯିଏ ମୋର Pen ନେଇଥିଲା ।
ସେ ସନ୍ଧ୍ୟା କୁ ଦେଖିଲେ,
ହେଲେ ସେ କିଛି ବି କହିପାରିଲେନି ।
ସନ୍ଧ୍ୟା ବି ତାଙ୍କୁ ଦେଖିଲେ ।
ତାପରେ ସେଠାରୁ ବାହାରି ଗଲେ ।
ଆମ ହିରୋ ତାଙ୍କ ପିଛା କଲେ ।
ଆଉ ଆମ ହିରୋ ଟିଉସନ ପଢୁଥିବା ଘରଭିତର କୁ ଦେଖିଲା ବେଳକୁ ସନ୍ଧ୍ୟା ସେ ଘର ଭିତରେ ଅଛନ୍ତି ।
ଘର ଭିତରକୁ ଦେଖିଲା ବେଳକୁ ଘର ଭିତରେ କେହି ନାହାନ୍ତି କେବଳ ସନ୍ଧ୍ୟା ଏକା ଅଛନ୍ତି ।
ଆମ ହିରୋ ସେ ରୁମ ଭିତରକୁ ଯିବା ପାଈଁ ଭୟ କଲେ,
କାଳେ କିଏ ଆସିଯିବ,
ଆଉ କିଏ କଣ ଭାବିବ ???
କିନ୍ତୁ ସେ ଡରି ଡରି ଭିତରକୁ ଗଲେ ।
କୁମାର:- ଏ ଶୁଣ ମୋ Pen ଦିଅ ।
ସନ୍ଧ୍ୟା:- ମୋ ନାମ ସନ୍ଧ୍ୟା
କୁମାର:- ହଉ ସନ୍ଧ୍ୟା !!! ମୋ Pen ଦିଅ ମୁଁ ଯାଏ । ଯଦି କିଏ ଆସିଯିବ ତାହା ହେଲେ ଖରାପ ଭାବିବେ ।
ସନ୍ଧ୍ୟା:- ମୁଁ ଦେବିନି ତମକୁ, ତମର ଯାହା କରିବାର ଅଛି କର ।
(କୁମାର …. କିଛି ନକହି ଚାଲିଗଲେ)
( କିନ୍ତୁ ଏହି ସମୟରେ ଅନ୍ୟ ଜଣଙ୍କ ମନରେ ବି Laddu ଫୁଟୁ ଥିଲା )
ସେ ଥିଲା ସନ୍ଧ୍ୟା !!!
ସନ୍ଧ୍ୟା ଭାବୁଥାଏ ,
ଆଜିର ବି Chance Miss କରିଦେଲି ।
ମୁଁ କଣ କଲି ??
କୁମାର ସାଙ୍ଗରେ, ଟିକେ ବି କଥା ହେଇପାରିଲିନି ,
କିଛି ଦିନ ଗଲା,,,,
କେତେଦିନ ପରେ କଲେଜ ସିଲେକ୍ସନ ସରି ଯାଇଥାଏ । ହିରୋଙ୍କର ସବୁ ସାଙ୍ଗ ଅଲଗା ଅଲଗା କଲେଜରେ ସିଟ ପାଇଗଲେ ।
କେବଳ ବିକ୍ରମ… ଆଉ କୁମାର…. ଗୋଟେ କଲେଜରେ Admission ନେଇଥିଲେ। ତା ସହ ଆକାଶ କୁ ମଧ୍ୟ ସେ କଲେଜ ରେ Admission ହୋଇଥିଲେ।
To be continued…….
Promo: ( ଆଗକୁ କଣ ହେବ, ସନ୍ଧ୍ୟା ସାଙ୍ଗରେ ଦେଖା ହେବ କି ନାହିଁ ?? ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-11
Follow My Pages:-
Thanks….
Facebook Comments