Smruti Tume Sradhanjali (A True Story) Page-14

ଆକାଶ:- ତୁ କଣ କହିବାକୁ ଚାଁହୁଚୁ ମୁଁ ଜାଣିପାରୁଛି।

ସନ୍ଧ୍ୟା:- କଣ ଜାଣିଛୁ କହ  ?

ଆକାଶ:- ତୁ ତାଙ୍କ Pen ଟା ପରେ ଦେବୁ ଏୟା ତ ? ଆଉ କଣ ।

ସନ୍ଧ୍ୟା:- ସେ କଥା ନାହିଁ ।।
ଅନ୍ୟ କିଛି କଥା ଅଛି କିନ୍ତୁ କେମିତି କହିବି ଜାଣି ପାରୁନି ।

ଆକାଶ:- ଯାହା କହିବାର ଅଛି ଜଲ୍ଦି କହ, ସେପଟେ କୁମାର ଅପେକ୍ଷା କରିଛି ।

ସନ୍ଧ୍ୟା:- ତୋତେ ମୋର କଥା ଶୁଣିବାକୁ ସମୟ ନାହିଁ ? ହଉ ଯା !!

ଆକାଶ:- ସବୁ ଝିଅ ସେମିତି, ସିଧା କହିବେନି ବୁଲେଇ ବଙ୍କେଇ କହିବେ ।।

ସନ୍ଧ୍ୟା:- ତୁ ଶୁଣିବୁ କି ନାହିଁ କହ??

ଆକାଶ:- କହ ଜଲ୍ଦି !!! 

ସନ୍ଧ୍ୟା:- ରାଗିବୁନି ତ ?? 

ଆକାଶ:- ଆରେ ନା ରାଗିବିନି ଜଲ୍ଦି କହ ।

ସନ୍ଧ୍ୟା:- ମୁଁ ନା !! ଜଣକୁ ଭଲ ପାଉଛି କିନ୍ତୁ କେମିତି କହିବି ଜାଣି ପାରୁନି ।

ଆକାଶ:- ଯାହାକୁ ଭଲ ପାଉଛୁ ତାକୁ ପାଖରେ ଯାଇ direct କହିଦେ !!!!

ସନ୍ଧ୍ୟା:- ସେଇୟା ତ!! Direct ତ କହିପାରୁନି ବୋଲି ତ ତୋତେ କହୁଛି ।

ଆକାଶ:- କହ ତ କିଏ ସେ ????

ସନ୍ଧ୍ୟା:- କହିବି ନା ? ରାଗିବୁନି ଯଦି ତେବେ ଶୁଣ ,,, ମୁଁ କୁମାର ଙ୍କୁ ଭଲପାଉଛି ।

ଆକାଶ:- କଣ କହୁଛୁ ?? ହେଲେ କୁମାର ସେ ପ୍ରକାର ପିଲା ନାହିଁ । ସେ କେବେ ବି ମାନିବନି । ସେ ଝିଅ ମାନଙ୍କୁ ଘୃଣା କରେ ।

ସନ୍ଧ୍ୟା:- ତାହେଲେ ମୋର କଣ ହେବ ? ମୁଁ କଣ ଖରାପ ଝିଅ କି  ?? କହ, ତୁ ତ ଜାଣିଛୁ ।

ଆକାଶ:- ସେମିତି କିଛି ନାହିଁ ଯେ, ତାର କିନ୍ତୁ ଭଲ ଗୁଣ ଅଛି । 

ଆଉ ଜାଣିଛୁ ସେ ଭଲ ପାଉଥିବା ଝିଅ ଆଉ ପୁଅ ମାନଙ୍କୁ ସାହାଯ୍ୟ କରେ  । ହଉ ରହ ଦେଖିବା କଣ ହେଉଛି ??

(ତାପରେ ଦୁଇଜଣ ଯାକ Class Room କୁ ଗଲେ)

କୁମାର:- ( ଆକାଶ କୁ )Pen ଆଣିଲ ??

ଆକାଶ:- ସେ ଆଜି ଆଣିନି, Next time ଆଣିଲା ପରେ ଦବ ।

( ତାପରେ ସେଦିନ ସମସ୍ତେ Class ସାରି ଘରକୁ ଚାଲିଯାଇଥିଲେ )

ଏମିତି କିଛି ଦିନ ଚାଳିଲା ପରେ ପୁଣି ସମସ୍ତେ ଏକାଠି ବସିଛନ୍ତି କଲେଜ ଭିତରେ ।

ବିକ୍ରମ:- ଆଉ ସବୁ କେମିତି ଅଛ,  ଭଲ ତ ?

ଦୀପକ:- ଆମେ ସବୁ ଭଲ ଅଛୁ ଆଉ ତମେ କେମିତି ଅଛ ?

ବିକ୍ରମ:- ତମେ କଣ ବେ ?? ତୁ କେମିତି ଅଛୁ ଏମିତି କହିବୁ ହେଲା!!  ଶୁଣବେ ସମସ୍ତେ ଏମିତି କହିବ ।

To be continued…….


Promo: ( କଣ ହେବ ଆଗକୁ , ପ୍ରକୃତରେ ସନ୍ଧ୍ୟା କୁମାର କୁ କହିପାରିବ ସେ ଭଲ ପାଉଛି ବୋଲି ?? ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Facebook Comments

One thought on “Smruti Tume Sradhanjali (A True Story) Page-14”

Put your Valuable feedback