Smruti Tume Sradhanjali (A true Story ) Page-29


ସନ୍ଧ୍ୟା:- ମୋତେ କଣ ମାରୁଛ ?? ଆଗ ଗାଡି ଟା ଉଠାଅ ।

କୁମାର:- ମାରିବିନି କଣ  ପୂଜା କରିବି ?? ତମେ କେନାଲ ଭିତରକୁ କେମିତି ଆସିଲ ।

ସନ୍ଧ୍ୟା:- ତମକୁ ଦେଖି ଦେଖି ପଶିଗଲି ।

କୁମାର:- କାଁଇ ମୁଁ ପିଚୁ ରାସ୍ତା କି ? ମୋତେ ଦେଖି ଦେଖି ଗାଡି ଚଲଉଛ । 

ଶୁଣ ମୋତେ ଦେଖିକି ଗାଡି ଚଲାଅନି, ରାସ୍ତା କୁ ଦେଖି ଗାଡି ଚଲାଓ । 

ଏବେ ସିନା ତମେ କେନାଲ ରେ ପସିଗଲ ଯଦି କୋଉ ବସ୍ ନହଲେ ଟ୍ରକ ତଳେ ପସିଯାଇଥାନ୍ତ । କଣ ହେଇଥାନ୍ତା ଭାବିପାରୁଛ ???

ସନ୍ଧ୍ୟା ଦେହରେ ବହୁତ ମାଡ଼ ହେଇଯାଇଥିଲା ହେଲେ ତାକୁ ଟିକେ ବି କଷ୍ଟ ଲାଗୁନଥିଲା । 

ସେ ଖାଲି କୁମାର ମୁଁହ କୁ ଚାହିଁ ରହିଥିଲା ଆଉ ମୁରୁକି ମୁରୁକି ହସୁଥିଲା ।

କୁମାର:- Hello, ମୋତେ ପରେ ଦେଖିବ ଆଗ ଗାଡି ଉଠାଅ ଉପରକୁ ଚାଲ । 

ଯଦି କିଏ ଦେଖିବ ଓଲଟା ସିଧା ଭାବିବ ।

ସନ୍ଧ୍ୟା:- ହଉ ଉଠାଓ ।

ଗାଡି ଉଠେଇ ଉପରକୁ ଆସିଲାପରେ କୁମାର ଦେଖିଲା ସନ୍ଧ୍ୟାକୁ ବହୁତ ଜୋରରେ ମାଡ ହେଇଛି  । 

କୁମାର ପୁରା ବ୍ୟସ୍ତ ହୋଇପଡିଥିଲା ।




To be continued…….


Promo: ( କୁମାର , ହିରୋ Style ରେ ସନ୍ଧ୍ୟା କୁ ସାହାଯ୍ୟ କରେ ଆଉ Medicine ଲଗେଇବା କାହାଣି ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-29



Follow My Pages:- 


Thanks….

Smruti Tume Sradhanjali (A true Story ) Page-28


ସରିତା:- କଥା ଯାଇକି ତାହେଲେ ଏଇଠି । 
ତମ Problem Solve ହେଲା ବୋଲି ଜାଣ ।
 ମୁଁ ଆସୁଛି ।

ସରିତା ଚାଲିଗଲା ।

ଆକାଶ:-ସନ୍ଧ୍ୟା କୁମାର ଆସିଲାଣି ଚାଲ ଚାଲ ।

ସମସ୍ତେ କିଏ କୁଆଡେ ଚାଲିଗଲେ । 
ଆକାଶ ଆଉ ସନ୍ଧ୍ୟା ବସିଥାନ୍ତି ।

କୁମାର:- କଣ କରୁଛୁ ରେ ଏଠି । 
ୟା ସାଙ୍ଗରେ କଣ କଥା ହେଉଛୁ, ଟାଇମ ହେଲାଣି ଚାଲ ଯିବା ।

ତାପରେ ସନ୍ଧ୍ୟା କୁମାର କୁ କିଛି କହିଲା ।

ସନ୍ଧ୍ୟା:- ତମ ସହ କିଛି କଥା ଥିଲା ।

କୁମାର:- କଣ କହିବ ମୁଁ ଜାଣିଛି ।
 ସେହି ପୁରୁଣା କଥା ମୁଁ ତୁମକୁ ଭଲ ପାଉଛି, ହେ ଯାଅ ମୋ ପାଖରେ ଟାଇମ ନାହିଁ ମୁଁ ଯାଉଛି ।

ଆକାଶ ଆଉ କୁମାର ଚାଲିଗଲେ,
 ହେଲେ ସନ୍ଧ୍ୟା ମନ ଦୁଖଃଭରା ହେଇଯାଇଥିଲା ।

ସେ ଦିନ ସମସ୍ତେ ଗାଁ କୁ ଯିବାକୁ ବାହାରିଲେ । ଗୋଟିଏ ଗାଁରେ କଲେଜ ଆଉ ସମସ୍ତ ଙ୍କ ଅଲଗା ଅଲଗା ଗାଁ ।

ସନ୍ଧ୍ୟାର ଗାଁ ଅଲଗା, ହେଲେ ସେ କୁମାର ରହୁଥିବା ପାଖ ଗାଁ ରେ ରହୁଥିଲା ।

କୁମାର ସାଇକେଲରେ ଆସୁଥିଲା ଆଉ ସନ୍ଧ୍ୟା Scooty ରେ ।

ସମସ୍ତେ ଆଗେ ଆଗେ ଆସୁଥାନ୍ତି ।
 କୁମାର ଟିକେ ପଛରେ ଧିରେ ଧିରେ ଆସୁଥାଏ ।
 ତା ପଛରେ ସନ୍ଧ୍ୟା ଆସୁଥାଏ ।

ସନ୍ଧ୍ୟାର ଧ୍ୟାନ କେବଳ କୁମାର ଉପରେ ହିଁ ଥାଏ , 
ରାସ୍ତା ଉପରେ ନଥାଏ ।

ଏହି ସମୟରେ ସେ କୁମାର କୁ ଦେଖି ଦେଖି ରାସ୍ତା କଡରେ ଥିବା କେନାଲ ଭିତରକୁ ପସିଯାଇଥିଲା। 

କୁମାର ଶୁଣିବାକୁ ପାଇଲା ଯେ ରୋଡ଼ ସାଇଡ ରୁ କିଛି ଗୋଟେ ଶବ୍ଦ ହେଲା  ।

କୁମାର ପଛକୁ ଚାହିଁ ଦେଖିଲା ବେଳକୁ ସନ୍ଧ୍ୟା କେନାଳ ଭିତରକୁ ପସିଯାଇଥିଲା ।

କୁମାର ପୁଣି ପଛକୁ ଯାଇ ସନ୍ଧ୍ୟାକୁ କେନାଲ ଭିତରୁ ଉଠେଇଲା, ଆଉ ଗୋଟିଏ ଚାପୁଡା ମାରିଲା ।



To be continued…….



Promo: ( ସନ୍ଧ୍ୟା କୁ ବହୁତ ଜୋରରେ ମାଡ଼ ହେଲା ପରେ ମଧ୍ୟ , କୁମାର କୁ ଦେଖି ତାକୁ କଷ୍ଟ ଜଣାପଡୁନି, ପଢିବା ଆଗାମୀ page ରେ…… )               


କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-28



Follow My Pages:- 


Thanks….