Smruti Tume Sradhanjali (A true Story ) Page-35


ସନ୍ଧ୍ୟାର ଦାଦା:- ହଁ ହଁ ମନେପଡ଼ିଲା, ତମେ ତା ହେଲେ ସେଇ ପିଲା।
କ୍ଷମା କରିବ ପୁଅ ସେ ଦିନ ମୁଁ ତମ ନାଁ ପଚାରିନଥିଲି ମୁଁ କେମିତି କା ଲୋକ କେଜାଣି ମୋତେ ସାହାଯ୍ୟ କରିଥିବା ଲୋକଟାକୁ ମୁଁ ପଚାରିପାରିଲିନି ।

କୁମାର:- ଆପଣ ସେମିତି କାହିଁକି ଭାବୁଛନ୍ତି । 

ମୁଁ ବି ଟିକେ ଜଲ୍ଦିରେ ଥିଲି ଆପଣ କହିଥିଲେ ବି ମୁଁ ରହିପାରିନଥାନ୍ତି । 

ହଉ ଛାଡ଼ନ୍ତୁ ସେ କଥା କୁହନ୍ତୁ ଆପଣ କେମିତି ଅଛନ୍ତି ???

ଦାଦା:- ହଁ ପୁଅ ଭଲଅଛି ତମେ ଆସିଛ ଜାଣିଲେ ଘରେ ସମସ୍ତେ ବହୁତ ଖୁସି ହୋଇଯିବେ। ରୁହ ମୁଁ ସମସ୍ତ ଙ୍କୁ ଡାକୁଛି। 

ସମସ୍ତଙ୍କୁ ଡାକିଲେ ସନ୍ଧ୍ୟାର ଦାଦା କୁମାରଙ୍କୁ ପରିଚୟ କରାଇଲେ ଆଉ ତା’ପରେ ସମସ୍ତେ କୁମାର ସହ କଥାବାର୍ତା ହେଲେ । 

ହଠାତ ତାଙ୍କ ଜେଜେ ମା ଆସି କୁମାର ଙ୍କୁ ଟାଣି ଟାଣି ନେଇଗଲେ ତାଙ୍କ Room ଆଡକୁ ।

ଜେଜେ ମା:- ମତେ ଗୋଟେ କଥା କହିଲୁ ” କୁମାର !! ତୁ ସନ୍ଧ୍ୟା କୁ ଭଲପାଉଛୁ କି ନାହିଁ” । 

ବିଚାରି ମୋତେ ରାତିରେ ଶୁଆଇଦୋଉନି । ସବୁବେଳେ ପଚାରୁଛି ସେ କଣ ମତେ ଭଲପାଇବନି, ମୁଁ କଣ ଭଲ ଝିଅ ନୁହଁ କି ।

 ସେ କାହିଁକି ମୋତେ ଭଲପାଉନାହାନ୍ତି । ମୁଁ କିଛି ତା କଥା ବୁଝିପାରେନା, ସେ ତତେ ଏତେ ଭଲ ପାଉଛି ଯେ ସବୁବେଳେ ତା ମୁହଁରେ କେବଳ ତୋ ନାଁ ବାହାରୁଛି ।

 ଘରେ ସମସ୍ତେ ଜାଣିଛନ୍ତି, ସେ ତୋତେ ଭଲପାଉଛି ବୋଲି ।



To be continued…….


Promo: (  କୁମାର ଜେଜେ ମା ଙ୍କୁ କଣ କହିବ ପଢିବା ଆଗାମୀ page ରେ…… )

କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-35



Follow My Pages:- 


Thanks….

Smruti Tume Sradhanjali (A true Story ) Page-34



କୁମାର:- ତମ ଗାଡି ରହିଲା ମୁଁ ଚାଲିଲି ।

ସନ୍ଧ୍ୟା:- ଆରେ ଏମିତି ପଳେଇବ ନା କଣ ? ଘର ପାଖକୁ ଆସି, ଘର ବାହାରୁ ପଳେଇବ???  ନା…ନା… ତମେ ଘରକୁ ଚାଲ !!

ତା’ ପରେ ତମେ କେମିତି ଯିବ ??? ତମ ସାଇକେଲ ବି ନାହିଁ । 

ଆଗ ଘର ଭିତରକୁ ଆସ ସମସ୍ତ ଙ୍କ ସହ ପରିଚୟ କରେଇବି ତାପରେ ଆମ ଘରେ ଖାଇବ, ତାପରେ ଯିବ ।

କୁମାର:- ପୁଣି ଆରମ୍ଭ ହେଇଗଲା ତମର ???

ସନ୍ଧ୍ୟା:- ଚାଲ ଯିବା ।
ଦୁହେଁ ଘର ଭିତରକୁ ଗଲେ ।

ଘର ଭିତରକୁ ଯାଉ ଯାଉ ପ୍ରଥମେ ଦେଖାହେଲା ସନ୍ଧ୍ୟା ର “ମା” ସହ ।
ତାଙ୍କୁ ଦେଖି କୁମାର ପ୍ରଣାମ କଲେ ।

ତାପରେ ଆଗକୁ ଚାଲିଲେ ପୁଣି ସନ୍ଧ୍ୟା ର ଜେଜେ ମା, ଜେଜେ ବାପା ଆଉ ଅନ୍ୟ ମାନଙ୍କ ସହ ପରିଚୟ ହେଲେ । 

କୁମାର ସମସ୍ତଙ୍କ ସହ ଜଲ୍ଦି ମିଶିଗଲେ ଯେମିତି ପରିବାର ର ଜଣେ ସଦସ୍ୟ । ତାଙ୍କର ମଜାଳିଆ କଥାବାର୍ତ୍ତା ରେ ସମସ୍ତେ ଖୁସି ହେଲେ ଆଉ ବହୁତ ମଜା କଲେ ।

ତାପରେ ସନ୍ଧ୍ୟା ର ଦାଦା କୁମାର କୁ ଡାକି କଥା ହେଲେ ।

ସନ୍ଧ୍ୟା ର ଦାଦା :- କୁମାର ???  ମୁଁ ତୁମକୁ ଆଗରୁ କୋଉଠି ଦେଖିଲା ଭଳି ଲାଗୁଛି ।

କୁମାର :- କଣ ସାର୍ ଆପଣ ଚିହିଁପାରୁନାହାନ୍ତି ??

ମୁଁ ଆଗରୁ ଥରେ ଆପଣଙ୍କ ଘରକୁ ଆସିଥିଲି, ବାହାରୁ ଚାଲିଯାଇଥିଲି । 

ମନେ ଅଛି ?? ଗୋଟେ ମେଡ଼ିସିନ ଦୋକାନ ରେ ଆପଣ ଆପଣଙ୍କ Bag ଟି ଛାଡିଦେଇ ଆସିଥିଲେ ।



To be continued…….


Promo: ( ଜେଜେ ମା କୁମାର କୁ ପଚାରିବେ ଯେ ପ୍ରକୃତରେ ସନ୍ଧ୍ୟା କୁ ତମେ ଭଲ ପାଉଛ କି ନାହିଁ ,ପଢିବା ଆଗାମୀ page ରେ…… )

                   
କୁମାର ଙ୍କ Personal Diary ରୁ……..

Pages:

 Page-33 <<>> Page-35



Follow my Blog and find Smruti Tume Sradhanjali Part-34



Follow My Pages:- 


Thanks….