କୁମାର:- ହେଲା ତ ଏବେ ଯିବା ।
ସନ୍ଧ୍ୟା:- ହଁ ବାବା ହେଲା ଏବେ ଚାଲ ସେମାନେ ସବୁ ଆସିଯାଇଥିବେ ।
କୁମାର:- କେହି ବାହାରି ନାହାନ୍ତି, ମୁଁ ଏବେ ଫୋନ କରିଥିଲି ।
ସନ୍ଧ୍ୟା:- ମୁଁ ଜାଣିଥିଲି ତମ ପୁଅମାନଙ୍କର ସବୁଥିରେ ଲେଟ ।
କୁମାର:- Hello ମ୍ୟାଡ଼ମ ମୋ ସାଙ୍ଗ ମାନଙ୍କର ଲେଟ ହେଇନି ତମ ସାଙ୍ଗ ମାନଙ୍କର ଲେଟ ହୋଇଛି । ସେମାନେ ଆଉରି ବାହାରିନାହାନ୍ତି ।
ଆଉ ଶୁଣ ମୁଁ ସେମାନଙ୍କୁ କହିଦେଇଛି ଶାଢ଼ୀ ପିନ୍ଧି ଆସିବାକୁ ।
ସନ୍ଧ୍ୟା:- ହଉ ଭଲକଥା ହଉ ମୁଁ ଟିକେ Call କରିକି ପଚାରୁଛି ।
(ମୋବାଇଲ ରେ) Hello ଦୀପା ତୁ ବାହାରିନୁ ଏବେଯାଏ ?? କୁମାର ମତେ କହିଲେ କି ତମେ କିଏ ବାହାରିନ ବୋଲି ।
ଦୀପା:-(ମୋବାଇଲ ରେ କହୁଥାଏ) ଆଲୋ ଵୋକି ତାକୁ କଣ କହିବି , ଆମେ ସବୁ college ପଳି ଆସିଲୁଣି, ପ୍ଲାନ ଟା ଫେଲ ହେଇଯିବନି ??
ତମେ ଜଲଦି ଆସ, ଆମେ ଏଠି ସବୁ ରେଡି କରିଦେଇଛୁ ।
ସନ୍ଧ୍ୟା:- ହଉ ଆମେ ପହଞ୍ଚୁଛୁ ।
କୁମାର:- କଣ କହିଲା ଦୀପା , ବାହାରି ନାହାନ୍ତି ନା?
ସନ୍ଧ୍ୟା:- ହଁ ମ!! ବାହାରିନି, ଜଲଦି ଆସ ବୋଲି କହିଲି ।
(ତାପରେ ଦୁହେଁ ଯାଇକି college ରେ ପହଞ୍ଚିଲେ)
ଦେଖିଲେ କେହିବି ଆସିନାହାଁନ୍ତି , ଅପେକ୍ଷା କରିକି ରହିଲେ,
କିଛି ସମୟ ପରେ କୁମାର ପାଖକୁ call ଆସିଲା ।।
କୁମାର:- Hello !!! ତମେ ସବୁ କୋଉଠି ବେ ?? କଲେଜ ଗେଟ ତ ବନ୍ଦ ଅଛି ।
ଆକାଶ:- ଆବେ କଲେଜ ରେ ନାହିଁ, ହାଇସ୍କୁଲ କୁ ଆସେ ଆମେ ସମସ୍ତେ ସେଠି ଅଛୁ ।
Promo: (କୁମାର କୁ ସାଙ୍ଗମାନେ Surprise ଦିଅନ୍ତି । ଆଉ କୁମାର ରାଗିଯାଏ ।ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-62
Follow me:-
Thanks….
Like this:
Like Loading...
ତମେ ଦୁଇ ଜଣ ଏଠିକି ଆସିଲ ତାଙ୍କ ଆଖିରୁ କଳା ବାହାର କରି ସନ୍ଧ୍ୟା ଆଉ କୁମାରକୁ ଲଗେଇକି କହିଲେ ।
ତମେ ଦୁଇଜଣଙ୍କୁ କାହାର ନଜର ନ ଲାଗୁ ।
କୁମାର:- ସନ୍ଧ୍ୟା ଜଲଦି ଯିବା ଚାଲ 11ଟା ହେଲାଣି ପରା ।
ସନ୍ଧ୍ୟା:- ଏ ହିରୋ !! ଶୁଣିଲ ତମେ ଏମିତି ଯିବ ନା କଣ । ଯାଅ ନୁଆଁ ସାର୍ଟ ପେଣ୍ଟ ପିନ୍ଧିକି ଆସ ।
କୁମାର:- Ok Ok ମୋର ମନେ ନାହିଁ ।
2 ମିନିଟ ରୁହ, ମୁଁ ଏବେ ଆସୁଛି ।
କିଛି ସମୟ ପରେ କୁମାର ରେଡି ହେଇକି ଆସିଯାଇଥାଏ ।
ସନ୍ଧ୍ୟା:- ଏ କଣ Shirt In କିଏ ମାରିବ । In ମାରିକି ପୁରା ଚୋଖା ଉପରେ ଯିବା ନା ??
କୁମାର:- ମୋତେ In ମାରିଲେ ଭଲ ଲାଗେନି । ଏମିତି ହିଁ ଚାଲିବ ।
ସନ୍ଧ୍ୟା:- ତମକୁ କହି କିଛି ଲାଭ ନାହିଁ । ଏଠିକି ଆସ ମୁଁ ମାରିଦଉଛି ।
କୁମାର:- ରୁହ ରୁହ ତମେ ଜମାରୁ ହାତ ମାରନି । ମୁଁ ମାରିଦଉଛି ।
ସନ୍ଧ୍ୟା:- ଏଥର ହେଲାଯେ ଆଉ ଗୋଟେ ମିସିଙ୍ଗ ଅଛି । ଚଷମା, ରୁହ ମୁଁ ଆଣିଦଉଛି ।
ନିଅ ଚଷମା ପିନ୍ଧ ଆଉ ଚାଲ ଯିବା ।
ତମେ ଗାଡି ବାହାରକର ମୁଁ ନାନିକି ଚାବି ଦେଇକି ଆସୁଛି ।
କୁମାର:- Okay ଜଲଦି ଆସ ।
ସନ୍ଧ୍ୟା:- ନାନୀ ଚାବିଟା ରଖିଥାଅ ବୋଉ ଆସିଲେ ଦେଇଦେବ ।
ହଁ ଆଉ, ରୋଷେଇ ହେଇଛି, କହିଦବ ଖାଇବା ପାଇଁ । ଆମେ ଆସୁଛୁ ହେଲା ।
ନାନୀ:- ହଉ ଦେଖିକି ଯିବ ।
Promo: (ଦୀପା ଆଉ ଆକାଶ, କଲେଜ ବଦଳରେ ସ୍କୁଲରେ ଦେଖାହେବା ପାଇଁ Planning କରନ୍ତି । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-61
Follow me:-
Thanks….
Like this:
Like Loading...
ନାନୀ:- ଠିକ୍ ଅଛି ତମେ ମାନେ ଏତେ ବାଧ୍ୟ କରି କହୁଛ ତେବେ ବସ ଖାଇବା ।
କୁମାର:- ତମେ ବସ ମୁଁ ବାଢି ଦଉଛି । ସନ୍ଧ୍ୟା ତମେ ବି ବସ କିଛି ଖାଇନ । ଜଲଦି ବସ ।
ସନ୍ଧ୍ୟା:- ମୋ ପେଟ ପୁରିଗଲାଣି ମୁଁ ଆଉ ଖାଇପାରିବିନି ।
କୁମାର:- ମୁଁ କିଛି ଜାଣିନି ତମକୁ ଖାଇବାକୁ କହିଲି ମାନେ ତମେ ଖାଇବ ।
ତମେ କଣ ଏତିକି ଟିକେ ଖାଉଛ । ସେଥିପାଇଁ ଏତେ ମୋଟି ଦେଖାଯାଉଛ ।
ଆଛା ନାନୀ ତମେ କହିଲ ତମେ ତ ପିଲାଦିନଠୁ ସନ୍ଧ୍ୟାକୁ ଜାଣିଛ ସେ କଣ ଏତିକି ଖାଆନ୍ତି ।
ନାନୀ:- ନାଇ ନାଇ ସେ ଖାଇବ ନା !!! ବସ୍ ସନ୍ଧ୍ୟା ତୁ ନ ଖାଇଲେ!! ମୁଁ ବି ଖାଇବିନି ।
କୁମାର:- ଦେଖିଲ ସନ୍ଧ୍ୟା !! ନାନୀ କଣ କହୁଛନ୍ତି, ତମେ ଯଦି ନ ଖାଇବ ସେ ବି ଖାଇବେନି । ନାନୀ ତମେ ଖାଅ।
ସନ୍ଧ୍ୟା ଏଠିକି ଆସ ମୁଁ ଖୁଆଇଦେବି । ଏମିତି ଯଦି ଟିକେ ଟିକେ ଖାଇବ ତ ଶୁଖୁଆ ହେଇଯିବି । ନିଅ ଜଲଦି ଖାଅ ।
ନାନୀ:- କୁମାର!! ଗୋଟେ କଥା କହିବି ତମକୁ ଦେଖି ଆଜି ସନ୍ଧ୍ୟାର ବାପା କଥା ମନେ ପଡିଗଲା ।
ସନ୍ଧ୍ୟା ନ ଖାଇଲେ ସେ ଠିକ ତମ ଭଳି କଥା କହି ଖୁଆଇ ଦେଉଥିଲେ ।
କୁମାର:- ଗୋଟେ କଥା କହିବି ନାନୀ ମୁଁ ସନ୍ଧ୍ୟା ପାଇଁ ସବୁକିଛି ହେଇପାରିବି ।
ବାପା, ମା, ଭାଇ, ଦାଦା, ସବୁକିଛି । ହଉ ଛାଡ଼ ସେ କଥା ଜଲଦି ଖାଇଦିଅ ଆମକୁ କଲେଜ ଯିବାର ଅଛି ।
ନାନୀ:- ଆଜି ତ କଲେଜ ଛୁଟି ଥିବ।
ତାହେଲେ କୁଆଡେ ବୁଲିବାକୁ ଯିବ ନାହିଁ ??
ହଉ ଦେଖିକି ଯିବ ମୁଁ ଆସୁଛି ତାହେଲେ ।
Promo: (ସନ୍ଧ୍ୟା କୁମାରକୁ Style ମାରିବାକୁ କୁହେ । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-60
Thanks….
Like this:
Like Loading...
Story, Poem, Article & Experience.