Smruti Tume Sradhanjali (A true Story ) Page-27


ଆଗରୁ ଆସୁଥାଏ ଦୀପା, ଆକାଶ ପୁରା ଖୁସି ହେଇ କହିଲା……

ଆକାଶ:- Hi… ଦୀପା । 

ହଠାତ ବଜ୍ର ପଡିଲା ଭଳି ଆକାଶ ଗାଲରେ ବସିଯାଇଥିଲା ଦୀପା ର ଶକ୍ତ ଚାପୁଡା ।
(ଦୀପକ ଏହି Scene କୁ Action କରି କହୁଥାଏ)

ଆକାଶ:- ଦୀପକ…. ଏତେ Style ରେ କଣ କହୁଛୁ ବେ ?( ସମସ୍ତେ ହସିଲେ )

ଦୀପକ:- ଆକାଶ!!! ତୁ ରହ ବେ । ଶୁଣ ସମସ୍ତେ ……..

ଦୀପା:- ତମକୁ ମୁଁ କେତେ ବିଶ୍ୱାସ କରିଥିଲି ।
 ବହୁତ ଭଲ ବୋଲି ଭାବିଥିଲି । 
ମନେ ମନେ ତମକୁ ଭଲ ପାଇଥିଲି । 
ହେଲେ ତମେ କଣ କଲ ??

ଆକାଶ:- ମୁଁ କଣ କଲି , ଯେ ????

ଦୀପା:- କିଛି ଜାଣିନ ନାହିଁ , 
ଦେଖିନିଅ ତମେ କଣ କରିଛ ?? 
ଜାଣିଛ ମୋ ବାବା ଏ ସବୁ ଦେଖିଦେଇଛନ୍ତି ଆଉ ମୋତେ ବହୁତ ଗାଳି ବି ଦେଇଛନ୍ତି ।

ଆମ ଘରେ ସମସ୍ତେ ବହୁତ ଗାଳି ଦେଲେ । 
ହେଲେ ଭାଗ୍ୟ ଭଲ ତମେ ନାମକୁ Change କରିକି ଲେଖିଛି । ମୋ ମୋବାଇଲ ରେ……

ମୋବାଇଲ ରେ ସେ Facebook Post ଆଉ
Message ଗୁଡିକ ଦେଖିଲା ପରେ ଆକାଶ ର  ହୋଶ ଉଡ଼ିଗଲା ଆଉ ଆଶ୍ଚର୍ଯ୍ୟ ହୋଇ ଦୀପା କୁ ଚାହିଁ ରହିଥାଏ । ଦୀପା ର ମୁହଁରୁ ଗାଳି ଆଉ ରାଗରେ ଆସୁଥିବା ସ୍ବର କୁ ଅନୁଭବ କରୁଥାଏ।

 ମନେ ମନେ ଭାବୁଥାଏ ଏସବୁ ତ ମୁଁ କରିନି ।

ଆକାଶ:- ମୋତେ ବିଶ୍ୱାସ କର ଦୀପା!!! ଏସବୁ ମୁଁ ତମକୁ ସେଣ୍ଡ କରିନି ।

ମୁଁ ଜାଣିପାରୁନି ଏସବୁ କେମିତି ଆଉ କିଏ ସେଣ୍ଡ କରିଛି ।

ଦୀପା:- ସତରେ ତମେ କିଛି ଜାଣିନ ??? ଆଉ ରହିଲା ତମକୁ  ବିଶ୍ୱାସ  କରିବା କଥା !!!
 ଯେତିକି କରିବା କଥା କରିଥିଲି ଆଉ ନାହିଁ ।
 ଆଜିଠାରୁ ତମକୁ ମୁଁ ଭୁଲିଯାଉଛି । 
ମୋ ଆଗକୁ କେବେ ଆସିବାକୁ ଚେଷ୍ଟା କରିବନି ।

କାନ୍ଦି କାନ୍ଦି ଚାଲିଗଲା ଦୀପା ।

(ଆକାଶ ମଧ୍ୟ ନିରୁପାୟ ଥିଲା, ସବୁ ପ୍ରଶ୍ନ ର ଉତ୍ତର ତା ପାଖରେ ନଥିଲା  )
ଆକାଶ:- ଶୁଣ ଦୀପା ????  ଦୀପା ମୋ କଥା ଟିକେ ଶୁଣ ?????

To be continued…….

Promo: ( କଣ ଆକାଶ ଦୀପା କୁ ବୁଝେଇ ପାରିବ ??  ପଢିବା ଆଗାମୀ page ରେ…… )

         

କୁମାର ଙ୍କ Personal Diary ରୁ……..

Pages:


Follow my Blog and find Smruti Tume Sradhanjali Part-27



Follow My Pages:- 


Thanks….

Smruti Tume Sradhanjali (A true Story ) Page-26


ସନ୍ଧ୍ୟା:- ମୁଁ ବି ତାକୁ ବହୁତ ଥର ପଚାରିଛି, ତମେ ଦୁଇଜଣଙ୍କ Break-up କେମିତି ହେଲା । 

ହେଲେ ସେ କିଛି କହୁନି, ତମେ କହିଲ କଣ ହେଇଛି ??

ଦୀପକ:- ସେ କହିପାରିବନି, ମୁଁ କହୁଛି ଶୁଣ । 

ଆମ ଆକାଶ  ଯୋଉ ଦିନଠୁ ଦୀପାକୁ ଦେଖିଛି ।

 ସେ ଦିନଠୁ ତା ପଛରେ, 
ରାସ୍ତାରେ ପାଗଳ ( କୁକୁର )ଭଳି ବୁଲୁଛନ୍ତି । 

ରାତିଦିନ ବୁଲିବା ପରେ ତା ନା ଜାଣିବା ପରେ Facebook ରେ Friend Reqest କଲା ଆଉ ସେ Accept ବି କଲା ।

 ଧିରେ ଧିରେ କାହାଣୀ ଆଗକୁ ଚାଲିଥିଲା ।

 ହେଲେ କଣ ହେବ ଏ ଶଳା ଅଜିତ ତା ପଛରେ ଆଗରୁ ପଡିଥିଲା । 

ଯେତେବେଳେ ଜାଣିଲା, 
କି ଆକାଶ  ବି ଦୀପା ପଛରେ ପଡିଛି,
 ତେବେ ସେ ଆକାଶ ର ID Password ମନେ ରଖିଥିଲା । 

ସେ ଆକାଶର Facebook ID ଖୋଲି ଦୀପା ପାଖକୁ ବହୁତ ଖରାପ Message ଆଉ Video ପଠେଇ ବହୁତ ବିରକ୍ତ କରିଦେଇଥିଲା ।

 ତାପରେ ଗୋଟେ ଦିନ…..

ଆକାଶ ପାଖକୁ ଦୀପା Call କଲା…… 

ଦୀପା:- Hello, ତମେ କୋଉଠି ଅଛ  ?? 


ଶୁଣ ଆକାଶ!!! ଆଜି କଲେଜ ଆସିବା ବାଟରେ ଟିକେ ଦେଖାହବ, 
ମୋର ତମକୁ କିଛି କହିବାର ଅଛି ।

ଆକାଶ ମନେ ମନେ ଭାବୁଥାଏ,  ଆଜି କିଛି ଗୋଟେ ହବ ।

“ସେ ଆଗରୁ ତ କେବେ କହୁନଥିଲା ଆଜି କେମିତି ହଠାତ ଦେଖା କରିବାକୁ କହିଲା “

ଆକାଶ ମନେ ମନେ ଗୂଡ଼ ଖାଉଥାଏ ।

ହେଲେ ବିଚରା ଜାଣିନଥାଏ, ଅଜିତ ତା Facebook ID ଖୋଲି ଏତେ ସବୁ କାଣ୍ଡ କରିଦେଇଛି ।

ଆକାଶ:- ହଉ ଠିକ ଅଛି !! ମୁଁ ଅପେକ୍ଷା କରିଥିବି ।

Deo ମାରି ଆମ ଟୋକା Ready ଅଛନ୍ତି ଦୀପା ପାଇଁ ।


College ରାସ୍ତାରେ…….


To be continued…….



Promo: ( କଲେଜ ରାସ୍ତାରେ class ହେବ ଆକାଶ ର ??  ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..

Pages:

   Page-25<<>>Page-27



Follow my Blog and find Smruti Tume Sradhanjali Part-26



Follow My Pages:- 

Thanks….

Smruti Tume Sradhanjali (A true Story ) Page-25

ଆକାଶ:- ଆରେ ତା କଥା ପଛରେ ରଖ ମୋ ଲାଇନ ଟିକେ ଦେଖେ ରେ ??? ସବୁବେଳେ  Network Busy ରହୁଛି ।

 ମୁଁ ବହୁତ ଦିନ ହେଲା Google ରେ ଗୋଟେ ଝିଅ କୁ Search କରୁଛି ହେଲେ Network Problem ରହୁଛି ।

ଦୀପକ:- ତତେ କିଏ ଭଲପାଇବ ବେ ?? ତୁ ତ ମୋବାଇଲଟାକୁ ଏମିତି ଭଲପାଉଛୁ ଯେ !!! ତତେ ଆଉ କିଏ ଦେଖାଯାଉନି ।

ସରିତା:- ତମର କାହା ସହ ଚକ୍କର ଚାଲିଛି ।

ସନ୍ଧ୍ୟା:- ମୁଁ କହୁଛି ତାଙ୍କର କାହା ସହ ଚକ୍କର ଚାଲିଛି । 

ମୋ ସାଙ୍ଗ ଦୀପା ସହ, ଠିକ୍ କହିଲିନା ଆକାଶ । 

ଆକାଶ:- କଣ ମ ଭାଉଜ !!! ସମସ୍ତ ଙ୍କ ସାମ୍ନାରେ କହୁଛ ।

ସନ୍ଧ୍ୟା:- କଣ ହେଲା ସେଠୁ ଆମେ ତ ସମସ୍ତେ ସାଙ୍ଗ ନା !!! ଜାଣିଲେ ଅସୁବିଧା କଣ ?? 

ଏଠିତ ଘର ଲୋକ କେହି ନାହାନ୍ତିନା ??

ଆକାଶ:- କିଏ କହିଲା ନାହିଁ !! ଏଇ ଅଜିତ୍ ପରା ଅଛି । ଦୀପାର ମାମୁଁଙ୍କ ପୁଅ (ଶଳା) ।

ଅଜିତ:- ଏ ଆକାଶ !!! ମୋତେ ଶଳା କହିବୁନି ହେଲା !!! 

ଆକାଶ:- ଶଳା ନୁହେଁ ତ ଆଉ କଣ  ?? 

ଶଳା !!! ଜାଣିଛୁ ତୋ ଯୋଗୁ ମୁଁ ଆଜି ତା ଆଗରେ ଖରାପ ହେଇଯାଇଛି ।


 ସେ ମୋ ଠାରୁ ଦୁରେଇଯାଇଛି ।

To be continued…….



Promo: ( ଆକାଶ ଆଉ ସରିତା ର କାହାଣୀ  ??  ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Pages:

   Page-24<<>> Page-26



Follow my Blog and find Smruti Tume Sradhanjali Part-25



Follow My Pages:- 


Thanks….

Smruti Tume Sradhanjali (A true Story ) Page-24



କେଶବ:- ନାହିଁ, ସେ Love Tension ରେ ଜମା ପଡ଼ିବାକୁ ଚାହୁଁନି ।

 ତା ପଛରେ ଗୋଟେ ଝିଅ ପାଗେଳି ହୋଇ ପଡିଛି, ହେଲେ ସେ ତାକୁ Ignore କରୁଛି ।

ସରିତା:- ସେ ଆମପାଇଁ ଏତେ କରିଛନ୍ତି ଯେ ଆମେ ତାଙ୍କ ଋଣ ସୁଝିବାନି ???

ଆମକୁ ତାଙ୍କ ପାଇଁ କିଛି କରିବାକୁ ହେବ ।

 ତାପରେ ସରିତା କ୍ଳାସ କୁ ଗଲେ । 

ସନ୍ଧ୍ୟା ସରିତାକୁ ଦେଖି ରାଗରେ ସରିତା ପାଖକୁ ଆସି କହିଲେ…..

ସନ୍ଧ୍ୟା:- ତୋର ତ ସାହାସ କମ ନୁହଁ, ତୁ କୁମାର ସହ କଣ କଥା ହେଉଥିଲୁ ।

ସରିତା:- ତମେ ଯାହା ଭାବୁଛ ସେମିତି କିଛି ନାହିଁ ।

ସେ ତ ଆମ ଦୁଇଜଣ, ମାନେ କେଶବ ଆଉ ମୋର ସେଟିଙ୍ଗ କରୁଥିଲେ । 

ହେଲେ ତମେ କାହିଁକି ପଚାରିଲ ଯେ ??

ସନ୍ଧ୍ୟା:- କିଛି ନାହିଁ ଏମିତି ପଚାରିଲି !!

ସରିତା:- କିଛି ତ ନିଶ୍ଚୟ ଅଛି । ସେଠି ତ ବହୁତ ପିଲା ଦେଖୁଥିଲେ । 

ସେମାନେ କାହିଁ କିଛି କହିଲେନି । 

ତା ମାନେ , ତମେ କୁମାର  ଭଲ ପାଉଛ କି ??

ସନ୍ଧ୍ୟା:- ନାହିଁ ମାନେ… ମାନେ… ନାହିଁ……

ସରିତା:- ମାନେ ମାନେ କଣ ??

 କହିବ ତ ଭଲପାଉଛ ବୋଲି ।

ଆମେ ସବୁଜାଣିଛୁ ।

ସନ୍ଧ୍ୟା:- ତମେ କେମିତି ଜାଣିଲ ??

ସରିତା:- ଆକାଶ ଆମ ସମସ୍ତଙ୍କୁ କହୁଥିଲେ ।

ସନ୍ଧ୍ୟା:- ହେଲେ କଣ ହେବ ଯିଏ ଜାଣିବା କଥା ସେ ଜାଣିପାରୁନି ।

ସରିତା:- Don’t Worry ଆମେ ସବୁ ଅଛୁନା ଭାଉଜ ।

 ଆଗକୁ ହୋଲି ଆସୁଛି । 

ସେଦିନ ତମେ ଦୁଇଜଣଙ୍କୁ ମିସେଇବାକୁ ପଡିବ ।

ତାପରେ ସବୁ ସାଙ୍ଗ ମନେ Plan କରିବାକୁ ଲାଗିଲେ କେମିତି ଦୁଇଜଣଙ୍କୁ ମିସେଇବେ ।



To be continued…….


Promo: ( ହୋଲି ରେ କଣ ହେବ ??  ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

 Follow My Pages:- 

Thanks….

Smruti Tume Sradhanjali (A true Story ) Page-23





କେଶବ:-କୁମାର, କଣ ହୋଇଛି ??


ସରିତା:- ଦେଖ ନା ??  କେଶବ !! 

କୁମାର’ ମୋ ସହ କେମିତି କଥା ହଉଛନ୍ତି । 

କହୁଛନ୍ତି ମୋତେ ସେ ଭଲ ପାଉଛନ୍ତି । 


ହେଲେ ମୁଁ ତମକୁ ଭଲ ପାଉଛି ।

କେଶବ:- ସତରେ ?? I Love U !!!

ସରିତା:- ସତରେ ନାହିଁ ଆଉ କଣ ମିଛରେ । 

I Love U Yaar…

କୁମାର:- କଣ Party ଏବେ ଖୁସି ତ ??

ସରିତା:- କଣ ଖୁସି ???

କୁମାର:- ମୁଁ ତମକୁ ଭଲ ପାଉନି । 

ଖାଲି ଯାହା ଆମ ଟୋକା କଥାରେ ମୁଁ ତମକୁ ହଇରାଣ କଲି ।

 ସେ ବି ତମକୁ ବହୁତ ଆଗରୁ ଭଲପାଉଛି ।

 ହେଲେ ବିଚରା କହିପାରୁନଥିଲା ।

 ଆରେ କହିବ କଣ ସେ ଜାଣିପାରୁନଥିଲା ତମେ ତାକୁ ଭଲପାଉଛ କି ନାହିଁ । 

ସେଥିପାଇଁ ଏ ସବୁ କରିବାକୁ ପଡିଲା । 

ତମେ ଦୁଇଜଣ ଙ୍କୁ ମିସେଇଦେଲି ମୋ କାମ ସରିଲା । 

ତାପରେ କୁମାର ସେଠୁ ଚାଲିଗଲା । 

ସବୁ ସାଙ୍ଗ କେଶବ କୁ All The Best କହି ଚାଲିଗଲେ ।

ସରିତା:- ତମେ ମୋତେ ଏତେ ଆଗରୁ ଭଲପାଉଛ କହିପାରୁନଥିଲ , କାହିଁକି ???

କେଶବ:- କହିବାକୁ ତ ବହୁତ ଥର ଭାବିଛି, ହେଲେ ଡର ଲାଗୁଥିଲା ।

ସରିତା:- ମୋତେ ବି ସେୟା ଲାଗୁଥିଲା ।

 ହେଲେ କୁମାର ଙ୍କ ପାଈଁ ଆଜି କହିପାରିଲି । 

ସତରେ କୁମାର ବହୁତ ଭଲପିଲା । 

ଆଛା କହିଲ ସେ କାହାକୁ Love କରୁଛନ୍ତି କି ନାହିଁ ??



To be continued…….


Promo: ( ଏବେ ସନ୍ଧ୍ୟା ଆଉ କୁମାର ର Love ବିଷୟରେ !! ପଢିବା ଆଗାମୀ page ରେ…… )


କୁମାର ଙ୍କ Personal Diary ରୁ……..

Pages:

   Page-22 <<>> Page-24



Follow my Blog and find Smruti Tume Sradhanjali Part-23

Follow My Pages:- 

Thanks….

Lifestyle Changing Thoughts In Hindi and Odia Part-24

Lifestyle_Changing_Thoughts_In_Hindi_and_Odia_Part_24



Lifestyle_Changing_Thoughts_In_Hindi_and_Odia_Part_24
Lifestyle Changing Thoughts In Hindi and Odia Part-24






LCT-127

हमारा मन बहुत कोमल है,
इशलिए जब कोई समस्या होता है,
हम चिंतित हो कर भूल कर बैठते है।
मगर समस्या को झेलने की
शक्ति और निपटने की रास्ता ढूंढने बाले को
साहसी और ज्ञानी कहते हैं ।

ଆମର ମନ ବହୁତ କୋମଳ ଅଟେ
ସେଥିପାଇଁ ଯେବେ କିଛି ସମସ୍ୟା ଆସେ
ଆମେ ବହୁତ ଚିନ୍ତା ରେ ପଡି ଭୁଲ କାମ କରିଥାଉ ।
ମାତ୍ର ସାହସୀ ଏବଂ ଜ୍ଞାନୀ ମାନେ
ସମସ୍ୟା ରୁ ପାର ହେବାର
ଉଚିତ ପଦକ୍ଷେପ ଏବଂ ବାଟ ଖୋଜି
ବାହାର କରିଥାନ୍ତି ।


LCT-128

गुस्सा को संयम रखना एक अछि आदत है ।
जो ब्यक्ति इस आदत की आदि हो चुका है,
उसको चालाक और चतुर ब्यक्ति के मध्य गिना जाता हैं  ।

ରାଗ କୁ ନିଜ ଆୟତ୍ତ ରେ ରଖିବା ହି
ପ୍ରକୃତ କର୍ତ୍ତବ୍ୟ ଅଟେ ।
ଆଉ ଯିଏ ଏହି କର୍ତ୍ତବ୍ୟ ର ଅଧିକାରୀ ହୋଇ ସାରିଛି
ତାଙ୍କୁ ଚତୁର ବ୍ୟକ୍ତି ଙ୍କ ମଧ୍ୟରେ ଗଣନା କରାଯାଇଥାଏ ।

LCT-129

मन को स्वच्छ रखने पर प्रत्येक कार्य
सुचारू रूप से प्रारंभ और समापन होता है ।

ମନ କୁ ସ୍ୱଚ୍ଛ ରଖିବା ଦ୍ୱାରା
ପ୍ରତ୍ୟେକ କାମ ଠିକ ରୂପରେ
ଆରମ୍ଭ ଏବଂ ଶେଷ ହୋଇଥାଏ ।


LCT-130

कुछ लोग अपनी कार्यस्थल पर
छोटे से छोटे काम करने केलिए पीछे नहीं हटते हैं ।
परंतु बही लोग अपनी घर मे
उश काम को कभी नहीं करते हैं ।
क्यों कि उनको लज्जा महसूस होता है ।
आपके आसपास कुछ लोग होंगे ।

କିଛି ଲୋକ ନିଜ କାର୍ଯ୍ୟସ୍ଥଳ ରେ
ଛୋଟ ଛୋଟ କାମ କରିଥାନ୍ତି ।
କିନ୍ତୁ ସେହି ଲୋକ ନିଜ ଘରେ
ଉକ୍ତ କାମ କରିବାକୁ ଲଜ୍ଜିତ ଅନୁଭବ କରନ୍ତି ତଥା କରନ୍ତି ନାହିଁ ।
କିଛି ଲୋକ ଆପଣଙ୍କ ଆଖ ପାଖରେ ଥିବେ ।

LCT-131

हम हर दिन यह सोचते हैं कि,
आज बह काम कर लेंगे जो कल सोचे थे ।
परंतु समय की रफ्तार घोड़े की जैसे रहता है
और हर दिन की तरह हम फिर से हार जाते हैं ।
कोई बात नहीं, प्रयास जारी रखें…..


ଆମେ ପ୍ରତ୍ୟକ ଦିନ ଭାବିଥାଉ,
ଆଜି ଗତକାଲି ର କାମ କରିଦେବି
କିନ୍ତୁ ସମୟ ଘୋଡା ଭଳି ଦୌଡୁଥାଏ
ପ୍ରତିଦିନ ଭଳି ଆମେ ପୁଣି କାମ
ପୂର୍ଣ୍ଣ ହେଇପାରେ ନାହିଁ।
କିଛି ଚିନ୍ତା ନାହିଁ, କଷ୍ଟ କରି ଚାଲ !!!


Follow my blog and visit daily for new contents.

Follow me:- 


 Click here for instagram page    :  Instagram





Thanks…….



Smruti Tume Sradhanjali (A true Story ) Page-22



କୁମାର:- ମୁଁ ତୁମକୁ କିଛି କହିବା କୁ ଆସିଛି !
ସରିତା:- କଣ କହିବ କହୁନ ?
କୁମାର:- କେମିତି କହିବି ଜାଣିପାରୁନି, କେମିତି କହିବି ଭାବୁଛି ।
ସରିତା:- ଏମିତି କଣ କହିବ ଯେ ଖାଲି ଭାବୁଛ ।
କୁମାର:- କଥା କଣ କି ମୁଁ ତୁମକୁ ଭଲପାଉଛି ।
ସରିତା:- କଣ କହୁଛ ତମେ ? 

ତମ ଭଳିଆ ପିଲା ପୁଣି Love କରୁଛି । 

ତମର କଣ ହୋଈଛି ?? 

ତମ ଦେହ ଭଲ ଅଛିତ ?

କୁମାର:- ମୁଁ ସତ କହୁଛି, ମୋତେ ଜମାରୁ ଭଲ ଲାଗୁନି ।
ଖାଇବା କୁ ଇଚ୍ଛା ହେଉନି, ନିଦ ବି ହଉନି, ସବୁବେଳେ ଖାଲି ତମକୁ ହିଁ ଭାବୁଛି ।

ତମ ବିନା ମୁଁ ବଞ୍ଚି ପାରିବିନି । କୁହନା ??

ତମେ ବି ମୋତେ ଭଲ ପାଉଛନା ?
ସରିତା:-ନାଇଁ ନାଇଁ ମୁଁ ତୁମକୁ ଭଲ ପାଉନି !! 

କି ଭଲ ପାଇପାରିବିନି ।

କୁମାର:- କାଇଁ କଣ ଅସୁବିଧା ଅଛି । ମୁଁ କଣ ଭଲ ଲାଗୁନି କି ??

ସରିତା:- ସେମିତି କିଛି ନାହିଁ ଯେ …

କୁମାର:- ନା ତମେ ଆଉ କାହାକୁ ଭଲପାଉଛ ?? 

Please ତମେ ଯାହାକୁ ବି ଭଲପାଉଛ, ଛାଡିଦିଅ ଆଉ ମୋତେ ଭଲ ପାଅ ।

ସରିତାର ହାତ କୁ ଧରି କହୁଥାଏ । 

Please… Please… Please…
ସେ ସମୟରେ କେଶବ ଆଉ ତା ସାଙ୍ଗମନେ ଆସି ପହଞ୍ଚି ଯାଇଥିଲେ ।

 ଆଉ ସେପଟେ ସନ୍ଧ୍ୟା କୁମାର କଥା ଶୁଣି ରାଗିଯାଇ ଚାଲିଯାଇଥିଲା ।

To be continued…….


Promo: ( ସନ୍ଧ୍ୟା ରାଗରେ କିଛି ଭୁଲ କରିବନି ତ !! ପଢିବା ଆଗାମୀ page ରେ….)


କୁମାର ଙ୍କ Personal Diary ରୁ……..
Follow My Pages:- 

Thanks….

Smruti Tume Sradhanjali (A true Story ) Page-21





ବିକ୍ରମ:- ଏତେ କଥା ହୋଇଯାଇଛି ନାହିଁ ।
ଆମ ଟୋକା ଏବେ କଲେଜରେ ହିରୋ ହେଇଯାଇଛି, ତାହେଲେ ।
ଆକାଶ:- କୁମାର ଆସିଲାଣି !!
ଦେଖୁନୁ ଝିଅମାନେ କେମିତି ହସି ହସି କଥା ହଉଛନ୍ତି ।
କୁମାର:-କଣ ମିଟିଙ୍ଗ ଚାଲିଛି ? ସମସ୍ତେ ମନଧ୍ୟାନ ଦେଇକି କଥା ହଉଛ ।
ଆକାଶ:- ଆମ କେଶବ କୁ Love ହୋଇଯାଇଛି ।
କୁମାର:- ସତେ ନା କଣ ?
କାହା ସହିତ , ସେ ଝିଅ କିଏ ??
କେଶବ:- ସରିତା !!!
କୁମାର:- ତାକୁ କହିଛ ନା ନାହିଁ ?
କେଶବ:- ନା କହିନି, ମୁଁ ନିଜେ ବି ଜାଣିନି ସେ ମୋତେ ଭଲ ପାଉଛି କି ନାହିଁ ।
କୁମାର:- ତୁ ଜାଣିବାକୁ ଚାହୁଁଛୁ ତ ?
ସେ ତୋତେ ଭଲ ପାଉଛି କି ନାହିଁ ??
ଠିକ ଅଛି ଦେଖ ମୁଁ କଣ କରୁଛି ।
(କୁମାର ସରିତା ବସିଥିବା ଜାଗାକୁ ଗଲା, ଆଉ ସବୁ ସାଙ୍ଗ ଲୁଚିକି ଦେଖୁଥାନ୍ତି ।)
ସେପଟେ ସନ୍ଧ୍ୟା ମଧ୍ୟ ଆସିଯାଇଥାଏ , କୁମାର, ସରିତା ସହ କଣ କଥା ହଉଛି ଶୁଣୁଥାଏ ।
କୁମାର:- ହାଏ ସରିତା କଣ କରୁଛ ?
ସରିତା:- ହାଏ କୁମାର କଥା କଣ ? ବହୁତ ଖୁସି ଜଣା ପଡୁଛ !!
To be continued…….


Promo: ( କୁମାର ସତରେ କଣ ସରିତା କୁ ଭଲ ପାଉଛି ତେବେ ସନ୍ଧ୍ୟାର କଣ ହେବ ?? ପଢିବା ଆଗାମୀ page ରେ…… )
              
କୁମାର ଙ୍କ Personal Diary ରୁ……..
Follow My Pages:- 

Thanks….