ସରିତା:- କଥା ଯାଇକି ତାହେଲେ ଏଇଠି ।
ତମ Problem Solve ହେଲା ବୋଲି ଜାଣ ।
ମୁଁ ଆସୁଛି ।
ସରିତା ଚାଲିଗଲା ।
ଆକାଶ:-ସନ୍ଧ୍ୟା କୁମାର ଆସିଲାଣି ଚାଲ ଚାଲ ।
ସମସ୍ତେ କିଏ କୁଆଡେ ଚାଲିଗଲେ ।
ଆକାଶ ଆଉ ସନ୍ଧ୍ୟା ବସିଥାନ୍ତି ।
କୁମାର:- କଣ କରୁଛୁ ରେ ଏଠି ।
ୟା ସାଙ୍ଗରେ କଣ କଥା ହେଉଛୁ, ଟାଇମ ହେଲାଣି ଚାଲ ଯିବା ।
ତାପରେ ସନ୍ଧ୍ୟା କୁମାର କୁ କିଛି କହିଲା ।
ସନ୍ଧ୍ୟା:- ତମ ସହ କିଛି କଥା ଥିଲା ।
କୁମାର:- କଣ କହିବ ମୁଁ ଜାଣିଛି ।
ସେହି ପୁରୁଣା କଥା ମୁଁ ତୁମକୁ ଭଲ ପାଉଛି, ହେ ଯାଅ ମୋ ପାଖରେ ଟାଇମ ନାହିଁ ମୁଁ ଯାଉଛି ।
ଆକାଶ ଆଉ କୁମାର ଚାଲିଗଲେ,
ହେଲେ ସନ୍ଧ୍ୟା ମନ ଦୁଖଃଭରା ହେଇଯାଇଥିଲା ।
ସେ ଦିନ ସମସ୍ତେ ଗାଁ କୁ ଯିବାକୁ ବାହାରିଲେ । ଗୋଟିଏ ଗାଁରେ କଲେଜ ଆଉ ସମସ୍ତ ଙ୍କ ଅଲଗା ଅଲଗା ଗାଁ ।
ସନ୍ଧ୍ୟାର ଗାଁ ଅଲଗା, ହେଲେ ସେ କୁମାର ରହୁଥିବା ପାଖ ଗାଁ ରେ ରହୁଥିଲା ।
କୁମାର ସାଇକେଲରେ ଆସୁଥିଲା ଆଉ ସନ୍ଧ୍ୟା Scooty ରେ ।
ସମସ୍ତେ ଆଗେ ଆଗେ ଆସୁଥାନ୍ତି ।
କୁମାର ଟିକେ ପଛରେ ଧିରେ ଧିରେ ଆସୁଥାଏ ।
ତା ପଛରେ ସନ୍ଧ୍ୟା ଆସୁଥାଏ ।
ସନ୍ଧ୍ୟାର ଧ୍ୟାନ କେବଳ କୁମାର ଉପରେ ହିଁ ଥାଏ ,
ରାସ୍ତା ଉପରେ ନଥାଏ ।
ଏହି ସମୟରେ ସେ କୁମାର କୁ ଦେଖି ଦେଖି ରାସ୍ତା କଡରେ ଥିବା କେନାଲ ଭିତରକୁ ପସିଯାଇଥିଲା।
କୁମାର ଶୁଣିବାକୁ ପାଇଲା ଯେ ରୋଡ଼ ସାଇଡ ରୁ କିଛି ଗୋଟେ ଶବ୍ଦ ହେଲା ।
କୁମାର ପଛକୁ ଚାହିଁ ଦେଖିଲା ବେଳକୁ ସନ୍ଧ୍ୟା କେନାଳ ଭିତରକୁ ପସିଯାଇଥିଲା ।
କୁମାର ପୁଣି ପଛକୁ ଯାଇ ସନ୍ଧ୍ୟାକୁ କେନାଲ ଭିତରୁ ଉଠେଇଲା, ଆଉ ଗୋଟିଏ ଚାପୁଡା ମାରିଲା ।
To be continued…….
Promo: ( ସନ୍ଧ୍ୟା କୁ ବହୁତ ଜୋରରେ ମାଡ଼ ହେଲା ପରେ ମଧ୍ୟ , କୁମାର କୁ ଦେଖି ତାକୁ କଷ୍ଟ ଜଣାପଡୁନି, ପଢିବା ଆଗାମୀ page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-28
Follow My Pages:-
Thanks….