Smruti Tume Sradhanjali (A true Story ) Page-41


ସନ୍ଧ୍ୟା:- ହେଲେ ଆମ ଘରେ ଏହା ସମ୍ଭବ ନାହିଁ । ଏଇ ଯେମିତି ପୁରୁଷ ସହ ନାରୀ ଏକାଠି ଖାଇପାରିବେନି ।


କୁମାର:- ତମେ ଠିକ କହିଛ, ହେଲେ କୋଉ ଶାସ୍ତ୍ର ରେ ଏହା ଲେଖାହେଇନି ନା କି ଉଭୟ ପୁରୁଷ ଓ ନାରୀ ଏକାଠି ଖାଇପାରିନି । 

ମିଶିକି ଖାଇବାର ମଜ଼ା ହିଁ କିଛି ଅଲଗା । ସେଥିରେ ଯୋଉ ସ୍ନେହ ପ୍ରେମ ଆଉ ଭଲପାଇବା ଥାଏ । ତା ଆଉ କୋଉଠି ମିଳେନି ।

କୁମାର ର ସବୁକଥା ଦାଦା ଆଉ ଜେଜେ ବାପା ଶୁଣୁଥାନ୍ତି ।

ଜେଜେବାପା:- ଦେଖୁଛୁ ତ ପୁଅ ଛୋଟପିଲା ସିନା ତା ମୁଣ୍ଡ ରେ କେତେ ବୁଦ୍ଧି । 

ମୁଁ ଠିକ ଜାଣିପାରୁଛି, ଏଇ ପୁଅ ମୋ ପୁଅ ପରି ।

ୟାକୁ ଦେଖି ଆଜି ତୋ ଭାଇ କଥା ମନେ ପଡିଗଲା।

ଦାଦା:- ତମେ ଠିକ କହିଛ ନନା, ଯଦି ଭାଇ ଆଜି ବଞ୍ଚିଥାନ୍ତେ ।ତାହେଲେ ସେ ଆଜି ବହୁତ ଖୁସି ହୋଇଥାନ୍ତେ  । 

ତାଙ୍କ ଝିଅ ଗୋଟେ ହୀରାକୁ ବାଛିଛି ।

ଦାଦା ଆଉ ଜେଜେବାପା ଆଖିରୁ ଲୁହ ଧାର ଖସିଯାଇଥାଏ । 

ଖାଇବାକୁ ଡାକିବାକୁ ଆସି ସନ୍ଧ୍ୟା ର ବୋଉ ଆଉ ଖୁଡି ଏ ସବୁ କଥା ଶୁଣୁଥାନ୍ତି । 

ସମସ୍ତେ ମନେ ମନେ ବହୁତ ଗର୍ବ ଅନୁଭବ କରୁଥିଲେ କୁମାରକୁ ପାଇ ।

ଜେଜେ ମା:- କୁଆଡେ ଗଲ ସବୁ ଖାଇବ ଆସ, ଏ ପୁଅ ତୋ ନନା ଆଉ କୁମାରକୁ ଡାକିକି ଆସରେ  ଖାଇବ ।

ଦାଦା:- ଖାଲି ଆମେ କଣ ?? ଆଜି ସମସ୍ତେ ମିଶିକି ଖାଇବା ।



To be continued…….


Promo: (   କୁମାର ର ପ୍ରଶଂସା ଆଉ ଅନ୍ୟ କଥାବାର୍ତ୍ତା ପଢିବା next page ରେ…… )



କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-41



Follow My Pages:- 


Thanks….

Facebook Comments

Put your Valuable feedback