Smruti Tume Sradhanjali (A true Story ) Page-42

ଜେଜେ ମା:- ତୁ ଏ କଣ କହୁଛୁ, ସତରେ ସମସ୍ତେ ମିଶିକି ଖାଇବା   ।

 ଆଜି ଯଦି ବଡ଼ପୁଅ ଥାନ୍ତା କେତେ ଖୁସି ହୋଇଥାନ୍ତା । 

ସେ ଗଲା ଦିନଠୁ ସବୁ ନୀତି କୁଆଡେ ଚାଲିଯାଇଥିଲା ପୁଣି ଆଜି ସବୁ ଯେମିତି ଗୋଟେ ଗୋଟେ କରି ଫେରି ଆସୁଛି ।

ଦାଦା:- ହଁ ଏ ସବୁ କେବଳ କୁମାର ପାଇଁ ସମ୍ଭବ ।

 ସେ ଏ ଘରେ ଯେତେବେଳେ ପାଦ ପକେଇଛି ସବୁ ଠିକ୍ ଠିକ୍ ହିଁ ହଉଛି ।

ଦାଦା ଡାକୁଥାନ୍ତି, ସନ୍ଧ୍ୟା କୁମାର କୁଆଡେ ଗଲା ତାକୁ ଡାକିଲୁ ଖାଇବା ଟାଇମ ହେଇଗଲାଣି ଜଲଦି ଡାକ !!! 
କୁମାର ଆସିଯାଇଥାଏ ।  

ଦାଦା କୁମାର କୁ ନେଇ ସନ୍ଧ୍ୟାର ବାବା ଯୋଉଠି ବସୁଥିଲେ ସେଠି ନେଇ ବସାଇଲେ । 

ସନ୍ଧ୍ୟାର ବାବାକୁ ଛାଡିଦେଲେ ସେ ଜାଗାରେ କେହିବି ବସୁନଥିଲେ । 

ହେଲେ ଆଜି ସେ ଜାଗା ପୁଣିଥରେ ପୂର୍ଣ୍ଣ ହେଇଯାଇଛି, ସେ ଘରର ଜଣେ ପୁଅ ହିସାବରେ । 

ତାପରେ ସମସ୍ତେ ଖାଇଲେ, ସମସ୍ତେ ଖାଇସାରିବା ପରେ ଯିଏ ଯାର ରୂମକୁ ଗଲେ । 

ଖାଲି ରହିଲେ ସନ୍ଧ୍ୟା ଆଉ କୁମାର । 

ସନ୍ଧ୍ୟାର ବୋଉ ଆସି ସନ୍ଧ୍ୟାକୁ କହିଲେ ଜଲଦି ସୋଇପଡ଼ିବୁ ।

 କୁମାରକୁ ତା ରୁମ ନେଇ ଦେଖେଇ ଦେ । 

ତାପରେ ସନ୍ଧ୍ୟା କୁମାର ପାଇଁ ଶେଯ ପାରି ସାରିଲା ପରେ ଯିବାକୁ ବାହାରିଥାଏ । 

କୁମାର ସନ୍ଧ୍ୟା ର ହାତକୁ ଧରିନେଲା ।

କୁମାର:- Hello ମ୍ୟାଡମ କୁଆଡେ ଚାଲିଲ ??? ମୋ ଜିନିଷଟା ତ ଦେଇକିଯାଅ ।


ସନ୍ଧ୍ୟା:-କଣ ଯେ, ସବୁତ ହେଲା ଶେଜ ପାରିଦେଲି, ପାଣି ବି ରଖିଦେଇଛି ଆଉ କଣ ରହିଲା ଯେ ।

To be continued…….

Promo: (   ସନ୍ଧ୍ୟା ଆଉ କୁମାର ର କିଛି ରୋମାଣ୍ଟିକ କଥା ପଢିବା next page ରେ…… )

କୁମାର ଙ୍କ Personal Diary ରୁ……..

Pages:




Follow my Blog and find Smruti Tume Sradhanjali Part-42



Advertisements
Follow My Pages:- 


Thanks….

Leave a Reply

Your email address will not be published. Required fields are marked *