ତମେ ଦୁଇ ଜଣ ଏଠିକି ଆସିଲ ତାଙ୍କ ଆଖିରୁ କଳା ବାହାର କରି ସନ୍ଧ୍ୟା ଆଉ କୁମାରକୁ ଲଗେଇକି କହିଲେ ।
ତମେ ଦୁଇଜଣଙ୍କୁ କାହାର ନଜର ନ ଲାଗୁ ।
କୁମାର:- ସନ୍ଧ୍ୟା ଜଲଦି ଯିବା ଚାଲ 11ଟା ହେଲାଣି ପରା ।
ସନ୍ଧ୍ୟା:- ଏ ହିରୋ !! ଶୁଣିଲ ତମେ ଏମିତି ଯିବ ନା କଣ । ଯାଅ ନୁଆଁ ସାର୍ଟ ପେଣ୍ଟ ପିନ୍ଧିକି ଆସ ।
କୁମାର:- Ok Ok ମୋର ମନେ ନାହିଁ ।
2 ମିନିଟ ରୁହ, ମୁଁ ଏବେ ଆସୁଛି ।
କିଛି ସମୟ ପରେ କୁମାର ରେଡି ହେଇକି ଆସିଯାଇଥାଏ ।
ସନ୍ଧ୍ୟା:- ଏ କଣ Shirt In କିଏ ମାରିବ । In ମାରିକି ପୁରା ଚୋଖା ଉପରେ ଯିବା ନା ??
କୁମାର:- ମୋତେ In ମାରିଲେ ଭଲ ଲାଗେନି । ଏମିତି ହିଁ ଚାଲିବ ।
ସନ୍ଧ୍ୟା:- ତମକୁ କହି କିଛି ଲାଭ ନାହିଁ । ଏଠିକି ଆସ ମୁଁ ମାରିଦଉଛି ।
କୁମାର:- ରୁହ ରୁହ ତମେ ଜମାରୁ ହାତ ମାରନି । ମୁଁ ମାରିଦଉଛି ।
ସନ୍ଧ୍ୟା:- ଏଥର ହେଲାଯେ ଆଉ ଗୋଟେ ମିସିଙ୍ଗ ଅଛି । ଚଷମା, ରୁହ ମୁଁ ଆଣିଦଉଛି ।
ନିଅ ଚଷମା ପିନ୍ଧ ଆଉ ଚାଲ ଯିବା ।
ତମେ ଗାଡି ବାହାରକର ମୁଁ ନାନିକି ଚାବି ଦେଇକି ଆସୁଛି ।
କୁମାର:- Okay ଜଲଦି ଆସ ।
ସନ୍ଧ୍ୟା:- ନାନୀ ଚାବିଟା ରଖିଥାଅ ବୋଉ ଆସିଲେ ଦେଇଦେବ ।
ହଁ ଆଉ, ରୋଷେଇ ହେଇଛି, କହିଦବ ଖାଇବା ପାଇଁ । ଆମେ ଆସୁଛୁ ହେଲା ।
ନାନୀ:- ହଉ ଦେଖିକି ଯିବ ।
To be continued…….
Promo: (ଦୀପା ଆଉ ଆକାଶ, କଲେଜ ବଦଳରେ ସ୍କୁଲରେ ଦେଖାହେବା ପାଇଁ Planning କରନ୍ତି । ପଢିବା next page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-61
Follow me:-
Click here for instagram page : Instagram
Click here for my Facebook Page : Facebook
Click here for my Twitter Page : Twitter
Click here for my Quora Page : Quora
Click here for Blogger Page : Blogger
Thanks….
Facebook Comments