କୁମାର:- ଗୁଡି, ଗୁଡୁ ଏଠିକି ଆସିଲ ମୁଁ ତମ ପାଇଁ ଗୋଟେ ଜିନିଷ ଆଣିଛି । ଏଇ ନିଅ Chocolate ।
ଗୁଡି, ଗୁଡୁ:- Thank You ଭାଇ ।
କୁମାର:- ହଉ ତମମାନେ ଏଥର ଯାଅ ଖେଳିବ ।
ତାପରେ ଜେଜେମା ଜେଜେବାପା ପାଖକୁ ଗଲା ।
ଜେଜେମା କଣ କରୁଛ ଦୁଇଜଣ ଏଠିକି ଆସ। ନିଅ ମୁଁ ତମ ପାଈଁ କଣ ଆଣିଛି ।
Chocolate ଦେଇକି ଯାଉଥିବା ବେଳେ । ଏ କଣ ଜେଜେମା Chocolate ନେଲ ଆଉ ଗେଲ କରିବନି କି ??
ଜେଜେମା:- ମୋର ଆଉ କଣ ଗେଲ କରିବାର ବୟସ ଅଛି ।
ସନ୍ଧ୍ୟାକୁ କହିଦଉଛି ସେ ଗେଲ କରିଦେବ ।
ସମସ୍ତେ ହସିଲେ ।
ସନ୍ଧ୍ୟା:- ଦୀପା ଆସ ମୋ ରୁମକୁ ଟିକେ ବସିକି ଯିବୁନା ।
ଦୀପା:- ଏ କଣ ତୋ ରୁମ ମତେ ତ ଲାଗୁଛି ଏଇଟା ଗୋଟେ Artist ରୁମ । ଯୋଉଠି ବି ଦେଖ କୁମାର କୁମାର ଲେଖାହେଇଛି ।
ସନ୍ଧ୍ୟା:- ଦୀପା ତୁ ଗୋଟେ କାମ କର ତୁ ଏଠି ଫ୍ରେସ ହେଇକି ଯିବୁ ହେଲା ।
ନହଲେ ତୁ ଯେମିତି ଦେଖାଯାଉଛୁ ନା ତମ ଘର ଲୋକ ଦେଖିଲେ ବହୁତ ଗାଳି ଦେବେ ।
ଦୀପା:- ତୁ ଠିକ କହିଛୁ, ଚାଲିଲୁ ତମର ବାଥରୁମ ଟା ମୋତେ ଦେଖା।
ସନ୍ଧ୍ୟା:- ହଉ ଚାଲ ।
ଦୀପା ଗାଧେଇବାକୁ ଚାଲିଗଲା ।
Thanks….
Facebook Comments