Smruti Tume Sradhanjali (A true Story ) Page-87

ଦୀପକ:- ଆରେ ସମସ୍ତେ ଏଠିକି ଆସ, ତମ ମାନଙ୍କୁ ଗୋଟେ ଜିନିଷ ଦେଖେଇବି । 

ଦେଖ TV ରେ କଣ ଦେଇଛି, ଯୋଗେଶ ଜୋ ଜୋ ର କମେଡି ରେ ।

କେଶବ:-ରଖ ତୋ କମେଡି, ମୋତେ ତ ଗୋଟେ କଥା ସେତେବେଳୁ ବୁଝାପଡୁନି ।

କୁମାର:- କୋଉ କଥା କହ??  ମୁଁ କହିବି । ଆଗ ସମସ୍ତେ ଲସି ନିଅ, ତାପରେ ମୁଁ କହୁଛି ଶୁଣ ।

ସମସ୍ତେ ଲସି ନେଇକି ବସିଲେ ଏବେ କହ କଣ ବୁଝାପଡୁନି ??

କେଶବ:-ଆରେ କାଜଲକୁ ତା ଭାଇ କୁଆଡେ ବାହାରକୁ ଛାଡୁ ନଥିଲା ତୁ କେମିତି ତାକୁ ଆଣିଲୁ ।

କୁମାର:-ଏଇ କଥା ତ ଶୁଣ ??

ସବୁକଥା କହିଲା, ଯାହା ଯାହା ତା ଭାଇ ସହ କଥା ହେଇଥିଲା, ଏଥର ବୁଝିଲୁ ତ ।

ଅଜିତ୍:-ହେଲେ ଏଠି ତ ଆଉ ଗୋଟେ କିଳା ହେଇଗଲାନା !! ସେ ଝିଅକୁ ତ ତୁ ଚିହ୍ନିନୁ କେମିତି କଣ କରିବୁ ??

ଯଦି ତା’ ଭାଇ ଜାଣିବ କି , ତୁ ତାକୁ ଜାଣିନୁ ତାହାଲେ ତ ଅସୁବିଧା ହେଇଯିବ ।

କୁମାର:- କିଛି ହବନି ବେ ତୁ କାହିଁକି ଏତେ ବ୍ୟସ୍ତ ହଉଛୁ ।

 ଆଚ୍ଛା !! କାଜଲ ନାନୀ ମୋତେ ଗୋଟେ କଥା କୁହ, ସେ ଝିଅ ବି ତମ ଭାଇ କୁ ଭଲପାଉଛି କି ??

କାଜଲ:- ହଁ ସେ ବି ମୋ ଭାଇକୁ ଭଲ ପାଉଛି । କିନ୍ତୁ ତାଙ୍କ ଘରେ ମୋ ଭାଇକୁ କେହି ପସନ୍ଦ କରନ୍ତିନି ।

ବାହାଘର କଥା ବେଳକୁ ସବୁ ଏପଟ ସେପଟ ହେଇଯାଉଛି । 

 ମୋ ଭାଇ କିଛି କାମ କରୁ ନାହାନ୍ତି, ସେଥିପାଇଁ ତାଙ୍କର ବାହାଘର କରିବାକୁ ମନା କରୁଛନ୍ତି ।


 ଯଦି ମୋ ଭାଇକୁ କୋଉଠି କାମ ମିଳିଯାଏ, ତାହାଲେ ସେମାନେ ବାହାଘର କରିବେ ।

To be continued…….


Promo: (  ଏହି ଘଟଣା ପରେ ସନ୍ଧ୍ୟା ଟିକିଏ ଚିନ୍ତାରେ ପଡ଼ିଯାଏ, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-87



Follow My Pages:- 

Thanks….

Smruti Tume Sradhanjali (A true Story ) Page-86


ଭାଇ:- ହଉ ଠିକ ଅଛି ଯା, ତୋ ସାଙ୍ଗମାନେ ଅପେକ୍ଷା କରିଛନ୍ତି ।

ତାପରେ ସେ ଆସି କୁମାର ଆଉ ନାରାୟଣ କୁ ଦେଖା କଲା, କାଜଲର ଭାଇ ଆସି ନାରାୟଣ କୁ କ୍ଷମା ମାଗିଲେ ।

ତାପରେ କୁମାର ନାରାୟଣ କାଜଲ ସେଠୁ ବାହାରିଲେ ।  କାଜଲକୁ ଦେଖି ସବୁ ସାଙ୍ଗମାନେ ଖୁସି ହେଇଗଲେ ଆଉ ସମସ୍ତେ କୁମାରକୁ Thanks କହିଲେ। 

ତାପରେ ସମସ୍ତେ ବିକ୍ରମ ଘରକୁ ଚାଲିଲେ ଘର ବହୁତ ବଡ଼ ଥିଲା ,  ଘରେ କେହିବି ନଥିଲେ । 

ସେପଟେ କୁମାର, ଆକାଶ ଆଉ ନାରାୟଣ ପାର୍ଟି ପାଇଁ ସାମାନ ଆଣିକି ପହଁଚିଲେ ।

ବିକ୍ରମ:- ଆରେ ଭାଇ କେତେ ଲେଟ କରୁଛ ଜଲଦି ଆଣ। ଆମ ଜିନିଷ ଆଣିଛ ତ ।

ଆକାଶ:- ହଁ ସବୁ ଆଣାହେଇଛି ଏ ବକ୍ସ ଟା ଧର, ନେଇକି କୋଉଠି ଲୁଚେଇକି ରଖ । ରୋଷେଇ ସମାନ ନେଇକି କିଚେନରେ ରଖ ହେଲା ।

ବିକ୍ରମ:- ଭାଇ ରୋଷେଇ କଣ କରିବା ?? କହିନଥିଲ ତ ।

କୁମାର:- ତୁ ନେଇକି ରଖ, ସେ କଥା ମୁଁ ବୁଝିବି ।

ବିକ୍ରମ:-ହଉ ଯାହା କରୁଛ କର, ଆମ କାମ ହେଲେ ଗଲା ।

ତାପରେ ନାରାୟଣ ଥଣ୍ଡା, ଲସି ଆଉ କୁରକୁରେ ଏମିତି କେତେ ଜିନିଷ ଆଣି ପହଞ୍ଚିଲା ଆଉ ସମସ୍ତଙ୍କୁ ଡାକିଲା ।

To be continued…….


Promo: (  ପ୍ରକୃତରେ କୁମାର ସୁମିତ୍ରା କୁ ଜାଣିନି, ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-86



Follow My Pages:- 

Thanks….