Smruti Tume Sradhanjali (A true Story ) Page-105

ମୁଁ ଗୋଟେ କଥା କହିବି ??

ମୁଁ ବୟସରେ ତମ ମାନଙ୍କଠୁ ବହୁତ ଛୋଟ ହେଲେ ବଡ଼ ବଡ଼ କଥା କହିଦଉଛି ଆରେ ତମେ ମାନେ କହୁଛ ସରିତାର ବାପା ତା ବାହାଘର ଅଲଗା ଜାଗାରେ କରୁଛନ୍ତି । 

ସେ ତାଙ୍କ ଝିଅର ଖୁସିପାଇଁ କରୁନାହାନ୍ତି ସେ ତାଙ୍କ ଷ୍ଟାଟସ୍ କୁ ନେଇକି ଏମିତି କରୁଛନ୍ତି । 

ପିଲାମାନଙ୍କ ଖୁସିରେ ସେ ନିଜେ ଖୁସି ହବା କଥା । ଆଉ ରହିଲା ସମାଜ କଥା । 

ଆଜି କାଲି କଥା କହିବାକୁ ତ ଲୋକ ବହୁତ ଅଛନ୍ତି, ହେଲେ ତମେ ଦୁଇଜଣ ଘରୁ ଗଲାପରେ ଲୋକେ କେତେଦିନ କହିବେ ଏଇ ଦଶ ବାରଦିନ ବଡ଼ ହେଲେ ମାସେ ତାପରେ ଯିଏ ଜା ଲାଇଫରେ ବିଜି ହେଇଯିବେ । 

ତାପରେ ତମେ ଦୁଇଜଣ ଏବେ ଯେମିତି ଖୁସିରେ ରହୁଛ ସେମିତି ବାହାଘର ପରେ ଖୁସିରେ ରହିବ । 

ତାହାଲେ ତମ ବାପାବି ସେଥିରୁ ବାଦ ପଡିବେନି । ସେ ବି ଖୁସି ହେଇଯିବେ, ଏବେ ଯାହା କହିବାର ଥିଲା କହିଦେଲି ତମେମାନେ  ଏଥର ଭାବିକି କୁହ କଣ କରିବ ।

ସରିତା:- କଣ କରିବା କୁହ କେଶବ ମୁଁ କିଛି ଭାବିପରୁନି ।

 ବାପାଙ୍କ କଥାରେ ଯଦି ବାହାହୁଏ ଆମେ କେବେବି ଶାନ୍ତିରେ ରହିପାରିବିନି, ଆଉ ତମକୁ ଛାଡି ବଞ୍ଚି ପାରିବିନି । 


କୁମାର ଠିକ କହୁଛନ୍ତି ଆମେ ସେମିତି ହିଁ କରିବା ।
To be continued…….


Promo: ( କେଶବ ଘରଛାଡ଼ି ଚାଲିଯିବାକୁ ରାଜି ହେଇଯାଇଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-104<<>>Page-106






Follow my Blog and find Smruti Tume Sradhanjali Part-105



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+105

Smruti Tume Sradhanjali (A true Story ) Page-104

କେଶବ:- ମୁଁ ବି କିଛି ଭାବିପରୁନି, କଣ କରିବା କହ କୁମାର ।


କୁମାର:- ରହ ମୁଁ ଟିକେ ଭାବୁଛି… ଆଚ୍ଛା !! ସନ୍ଧ୍ୟା Darling ତମ ପାଖରେ କିଛି ଆଇଡ଼ିଆ ଅଛି କି ??
ସନ୍ଧ୍ୟା:- ମୁଁ ବହୁତ ସମୟ ହେଲା ଗୋଟେ କଥା ଭାବୁଛି । କହିବି ??
କୁମାର:- ଜଲଦି କୁହ ଟାଇମ ନାହିଁ ।
ସନ୍ଧ୍ୟା:- ମୋର କହିବା କଥା ସରିତାଙ୍କ ବାପା ନିଜର ଷ୍ଟାଟସ୍ ଆଉ ଅହଙ୍କାରରେ ସରିତାର ବାହାଘର ଅଲଗା ଜାଗାରେ କରିବାକୁ ଚାହୁଁଛନ୍ତି । 
 ଏପଟେ ସରିତା କେଶବ ଦୁହେଁ ଦୁହିଁଙ୍କୁ ଛାଡି ରହିପାରିବେନି, ତାହାଲେ ଗୋଟେ ଉପାୟ ଅଛି ଘରୁ ପଳେଇଯିବ । ବାହା ହେଇ କୋଉଠି ଗୋଟେ ରହିଯିବ ।
ସରିତା:- ଘରୁ ପଳେଇବା କଥା ମୁଁ ଭାବିପରୁନି, ମୁଁ ଯଦି ଘରୁ ପଳେଇବି ତାହାଲେ ମୋ ବାପାଙ୍କୁ ବହୁତ ଲୋକ ବହୁତ କଥା କହିବେ । 
ମୋ ବାପାଙ୍କ ଇଜତ ହାନି ହବ । ସେ ମୁଣ୍ଡ ଟେକି ବାଟ ଚାଲିପରିବେନି ।
 କେଶବ:- ହଁ କୁମାର ସରିତା ଠିକ କହୁଛି !! ଏମିତି କରିବା ତାହାଲେ ସମାଜରେ ଚଳିବାଟା କଷ୍ଟ ହେଇଯିବରେ ।
କୁମାର:- ତାମାନେ ତମେ ଦୁଇଜଣ କଣ କହିବାକୁ ଚାହୁଁଛ ସରିତାର ବାପା ତା ବାହାଘର ଆଉ କୋଉଠି କରନ୍ତୁ ଯୋଉଥିପାଇଁ ସରିତା ବାହାହେଲା ପରେ ବି ଖୁସିରେ ରହିପାରିବନି । 
ତୁ ଏଠି ତା ବାହାଘର ପରେ ଆଖିରୁ ଲୁହ ଗଡେଇ ଦିନ କାଟିବୁ ଏଇୟା ଠିକ ତ ।
To be continued…….


Promo: (ସରିତା ଆଉ କେଶବ ଘର ଛାଡ଼ି ଚାଲିଯିବା ପାଇଁ ସନ୍ଧ୍ୟା ଆଉ କୁମାର ପ୍ଲାନିଙ୍ଗ କରିଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-103<<>>Page-105






Follow my Blog and find Smruti Tume Sradhanjali Part-104



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+104

Smruti Tume Sradhanjali (A true Story ) Page-103

କୁମାର ସେଠୁ ଚାଲିଆସିଲା ପରେ, ସରିତାର ବାପା ସରିତାକୁ ବହୁତ ଗାଳି କଲେ ଆଉ କହିଲେକି, ସେ ଯଦି କେଶବ ସହ କେବେବି ମିଶିବାର ଦେଖନ୍ତି । 

ତାହାଲେ କଲେଜ ଯିବା ବନ୍ଦ କରିଦେବେ । ପୁଣି କହିଲେ –
ସରିତାର ବାପା:- ସେ କୁମାର ପୁଣି କିଏ ଯିଏ ଆସିକି ମୋ ଘର କଥାରେ ମୁଣ୍ଡ ପୁରେଇବ । 
ମୁଁ କୋଉଠି ବହାଦେବିକି ନଦେବି ସେ କହିବାକୁ କିଏ ?? 
କହୁଛି କଣ ନା ସେ ଦିନେନା ଦିନେ ବଡ଼ ମଣିଷ ହବ, ପ୍ରଥମେ ବଡ଼ ମଣିଷ ହଉ ତାପରେ ବାହାଘର କଥା ଭାବିବା । 
ମୁଁ ଯଦି କୁମାର କଥାରେ ପଡି କେଶବ ସହ ତୋର ବାହାଘର କରିବି ତାହାଲେ ଲୋକମାନେ କଣ କହିବେ, ମୋର ତ ପୁଣି ଗୋଟେ ଷ୍ଟାଟସ୍ ଅଛି, ତେଣୁ ତୁ କେଶବକୁ ଭୁଲିଯାଆ । 
ମୁଁ ଗୋଟେ ଯାଗାରେ ତୋ ବାହାଘର ଠିକ କରିଛି ସେଇଠି ତୋର ବାହାଘର ହବ । ଏଇଟା ମୋର ଫାଇନାଲ ଡିସିସନ ।
ବିଚାରି ସରିତା ତା ବାପା ଆଗରେ ମୁଁହ ଖୋଲି କିଛି କହିପାରୁନଥାଏ, ବାପାଙ୍କ କଥା ଶୁଣି ବହୁତ କାନ୍ଦିବାକୁ ଲାଗିଲା ।
 ପରେ କିଛି ଦିନ ଗଲା, ସରିତା ତା ବାପା କଥା କୁମାରକୁ କହିଲା ଆଉ କେଶବକୁ କହିଲା ।
ତାପରେ କୁମାର ଆଉ ତା ସାଙ୍ଗମାନେ ବସିକି କଥା ହଉଥାନ୍ତି ।
ସରିତା:- କେଶବ ତମେ ଏବେ କୁହ କଣ କରିବ । ମୁଁ ତ କିଛି ବି ଭାବିପରୁନି ।
To be continued…….


Promo: (କୁମାର ଆଉ କୁମାରର ସାଙ୍ଗମାନେ ପ୍ଳାନିଙ୍ଗ କରୁଛନ୍ତି, ସରିତା ଆଉ କେଶବର ବାହାଘର କେମିତି କରିବେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-102<<>>Page-104






Follow my Blog and find Smruti Tume Sradhanjali Part-103



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+103