କେଶବ:- ମୁଁ ବି ସେୟା ଭାବୁଛି ଯେ ହେଲେ ଆମେ ଯଦି ବାହାରକୁ ଯିବା ତାହାଲେ ଟଙ୍କା ତ ଦରକାର ପଡିବ ।
ଆମେ ତ ବାହାରେ କାହାକୁବି ଜାଣିନଥିବା ସେଠି କେମିତି ରହିବା ତେଣୁ ମୁଁ କୋଉଠି ଗୋଟେ କାମ ଯୋଗାଡ଼ କରିସରେ ।
କିଛି ଟଙ୍କା ହେଇସାରିଲା ପରେ ଯିବା ।
ଏମିତି କଥା ହେଇସାରିଲା ପରେ କୁମାର ଆସିଯାଇଥାଏ ।
କୁମାର:- କଣ ଡିସାଇଡ଼ କଲ ??
କେଶବ:- ଆମେ ଦୁଇଜଣ ତମ କଥାରେ ଏକମତ । ହେଲେ…
କୁମାର:- ହେଲେ ପୁଣି କଣ ??
କେଶବ:-ତୁ ତ ଜାଣିଛୁ ମୋ ଘର କଥା, ମୋ ବାବା ମଲାପରେ ମୋ ବୋଉ ବହୁତ କଷ୍ଟରେ ମୋତେ ବଡ଼ କରିଛି ଆଉ ମୋତେ ପାଠ ବି ପଢ଼ାଉଛି ।
ଘରେ ଟଙ୍କା ପତ୍ରର ଅଭାବ ତ ଲାଗିରହିଛି, କଣ କରିବି କିଛି ଭାବିପରୁନି ।
ମୋ ପାଖରେ ତ ଏତେ ଟଙ୍କା ବି ଏବେ ନାହିଁ । ମୁଁ ସରିତାକୁ ନେଇ କୋଉଠି ରଖିବି ।
କୁମାର:- ତୁ ବେଶି ଭାବିଦଉଛୁ ମୁଁ ଯେବେଯାଏ ଅଛି ତୋତେ କିଛି ବି ଅସୁବିଧା ହବନି ।
ତୁ ଟଙ୍କା କଥା ଚିନ୍ତା କରନା, ଆଉ ଗୋଟେ କାମ କରିବୁ ।
ଭୁବନେଶ୍ୱରରେ ମୋର ଜଣେ ଚିହ୍ନା ଲୋକ ଅଛନ୍ତି, ତାଙ୍କ ପାଖରେ ମୋର ଜଣେ ସମ୍ପର୍କୟ ଭାଇ କାମ କରୁଛନ୍ତି ।
ସେ ବି ତୋ ଭଳିଆ ଜଣକୁ Love କରୁଥିଲା, ପରେ ତାକୁ ନେଇ ସେଠି ଏବେ ରହୁଛି ।
ତୁ ଯଦି କହିବୁ ତାହାଲେ ମୁଁ କଥାହେଇକି କହିଦେବି ତୁ ସେଠି କାମ କରିବୁ ହେଲା ।
To be continued…….
Promo:(ସବୁ ସାଙ୍ଗମାନେ ମିଶି ସରିତା ଆଉ କେଶବକୁ ଘର ଛାଡ଼ି ଚାଲିଯିବାରେ ସାହାଯ୍ୟ କରୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-106
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+106