Smruti Tume Sradhanjali (A true Story ) Page-112

କୁମାର:- ଇଏ ଗୋଟେ କଥା !! 
ତମେ ଖାଲି ଭଗବାନଙ୍କୁ ଡାକ,  ସେ ସବୁ ଠିକ କରିଦେବେ ।

 ତମ ଇଚ୍ଛା ପୁରଣ ହେଇଯିବ ।
 ହେଲେ ସରିତାର ବାପା ରାଜିହେଲେ ନା ନାହିଁ ??

ସନ୍ଧ୍ୟା:- ପ୍ରଥମେ ତ ସେ ବହୁତ ଭାବିଲେ ତାପରେ ହଁ କଲେ ।

କୁମାର:- ବାସ୍ ଏବେ ଖାଲି ରହିଲା କେମିତି ଯିବା କେଶବ ପାଖକୁ ।

 ରୁହ ମୁଁ କେଶବକୁ ଫୋନ କରିକି କହିଦେବି…

ତାପରେ କୁମାର ଆଉ କେଶବ ଫୋନରେ କଥା ହଉଛନ୍ତି ।

କେଶବ:- ହଁ ଭାଇ !! କୁମାର କହ ସେପଟେ ସବୁ ଭଲରେ ଅଛ ତ ??

କୁମାର:- ହଁ ଏପଟେ ସବୁ ଭଲ ସେପଟେ କଥା କହ ତୋ ପାଇଁ ଗୋଟେ Good News ଅଛି ।

 ସରିତାକୁ ମୁଁ ନେଇକି ଯାଉଛି ।

କେଶବ:- ହେଲେ ତା ବାପା କେମିତି ରାଜି ହେଲେ ।

କୁମାର:- ସେ ସବୁ ସନ୍ଧ୍ୟା ହାତରେ ସମ୍ଭବ ହେଇଛି । 

ତୁ ସେପଟେ ଠିକ୍ କର ମୁଁ ଆଉ ଆମର ସବୁ ସାଙ୍ଗ ମିଶି ସରିତାକୁ ନେଇକି ଯିବୁ ହେଲା ।

କେଶବ:- ହେଲେ ସେ ଆସିଲେ ରହିବ କୋଉଠି ?? ମୁଁ ତ ମାଲିକ ଘରେ ରହୁଛି । 

କୁମାର:-ତୁ ଏତେ ଭାବିବା ଦରକାର ନାହିଁ । ମୁଁ ସେଠିକି ଯାଏ ତାପରେ ସବୁ ଠିକ୍ କରିଦେବି ।

 ଆମେ ୨ଦିନ ପରେ ଯାଉଛୁ, ମୁଁ ଏବେ ରହୁଛି । Okay Bye..



To be continued…….


Promo: (  କୁମାର, ତାର ସାଙ୍ଗ ମାନଙ୍କୁ Guide କରୁଥାଏ କେମିତି, ସରିତା କୁ କେଶବ ପାଖକୁ ନିଆ ଯିବ, ପଢିବା Next Page ରେ…..)

                

କୁମାର ଙ୍କ Personal Diary ରୁ……..

Page:

Page-111<<>> Page-113





Follow my Blog and find Smruti Tume Sradhanjali Part-112



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_112

Smruti+tume+sradhanjali+in+odia+by+kumars+diary+part+112

Smruti Tume Sradhanjali (A true Story ) Page-111

ତାପରେ ସନ୍ଧ୍ୟା ସରିତା ଘରକୁ ଯାଇ ତା ବାପା ସହ କଥା ହଉଥାଏ ।

ସନ୍ଧ୍ୟା:- ମଉସା ଗୋଟେ କଥା କହିବି ରଖିବ !! ଏବେ ତ ଖରା ଦିନ ଛୁଟି ଅଛି ଆମେ ସବୁ ସାଙ୍ଗମାନେ ବାହାରକୁ ବୁଲିବାକୁ ଯିବୁ ।

 ତମେ ଯଦି ସରିତାକୁ ଆମ ସହ ଯିବାକୁ ଦେଇଥାନ୍ତ ?  ତେବେ ଭାରି ଭଲ ହୁଅନ୍ତା ।

ସରିତାର ବାପା:- କୋଉ ଜାଗାକୁ ଯିବ ବୋଲି ଭାବିଛ ?

ସନ୍ଧ୍ୟା:- ମଉସା ଆମେ ଭାବିଛୁ ଲିଙ୍ଗରାଜ ମନ୍ଦିର ଯିବୁ । ଆଉ ସେଠି କିଛି ଐତିହସିକ ଜାଗା ବି ଅଛି ଆଉ ବାକି ସବୁ ଯାଗା ମଧ୍ୟ ବୁଲି କରି ଆସିବୁ ।

(ସରିତାର ବାପା ମନେ ମନେ ଭାବୁଥାଏ ଆଉ କେତେ ଦିନ ଏମିତି ଘର ଭିତରେ ରଖିବି । ବାହାରକୁ ଗଲାପରେ ତା ମନଟା ବି ହାଲକା ହେଇଯିବ )

ସନ୍ଧ୍ୟା:- କଣ ଭାବୁଛ ମାଉସ ସନ୍ଧ୍ୟାକୁ ଆମ ସହିତ ଛାଡିବ ନା ।

ସରିତାର ବାପା:-  ଠିକ ଅଛି ତୁ ଯେତେବେଳେ କହୁଛୁ ତାହାଲେ ମୁଁ ରାଜି ଅଛି । ହେଲେ କେତେଦିନ ରହିବ ।

ସନ୍ଧ୍ୟା:- ଏଇ ୨-୩ ଦିନ ବେଶି ନୁହଁ ।

ସରିତାର ବାପା:- ଠିକ ଅଛି ୩ ଦିନରୁ ଯେମିତି ଅଧିକା ହବନି !!

(ତାପରେ ସନ୍ଧ୍ୟା ଧନ୍ୟବାଦ ଜଣେଇ ସରିତା ଘରୁ ଆସି କୁମାର ସହ କଥା ହେଲା )

ସନ୍ଧ୍ୟା:- ଜାଣିଛ କୁମାର ସରିତାର ବାପା ଆଗରେ ମିଛ କଥା କହିଦେଇଛି । 

କଣ ନା ଆମେ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଯିବା ବୋଲି । କଥା କଣ କି ମୋର ପିଲାଦିନୁ ବହୁତ ଇଛା ଥିଲା କି ଯେ ମୁଁ ଲିଙ୍ଗରାଜ ମନ୍ଦିର ଯିବି ସେଇଟା ପୁଣି ମୋ ଜନ୍ମଦିନ ରେ ।
To be continued…….


Promo: (କୁମାର , କେଶବ କୁ ଫୋନ ରେ କହେ କି, ବହୁତ ଜଲ୍ଦି ଆମେ , ସରିତା କୁ ନେଇକି ଆସୁଛୁ । , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-110<<>>Page-112






Follow my Blog and find Smruti Tume Sradhanjali Part-111



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+111

Smruti Tume Sradhanjali (A true Story ) Page-110

ଏସବୁ ଭଲପାଇବା ଦେଖି କେଶବ କୁମାର କୁ ଫୋନ କରି ପଚାରୁଥାଏ ।
(ଆରେ କୁମାର ଶାନ୍ତନୁ କିଏ?)
କୁମାର:- ତୋତେ ଏତେ ସବୁ ଜାଣିବା ଦରକାର ନାହିଁ । ତୁ ଖାଲି ତାଙ୍କୁ କହ ଖୁବଶୀଘ୍ର ଶାନ୍ତନୁ ତାଙ୍କ ପାଖକୁ ଯାଉଛି, ତୁ କାମ କର ମୁଁ ୨ମାସ ପରେ ଯାଉଛି ହେଲା ।

ଏହା ପରେ ୨ମାସ ବିତିଯାଇଥାଏ….
କେଶବ ସେପଟେ ବହୁତ କାମ କରିବାପରେ ଟଙ୍କା ମଧ୍ୟ ଜମା କରିସାରିଥାଏ, ଏପଟେ ସେ ସରିତାକୁ କେମିତି ତା ପାଖକୁ ନେଇକି ଯିବ ସେ ଚିନ୍ତାରେ ରହୁଥାଏ । 

ସରିତା ସହ କଥା ବି ହେଇପାରୁନଥାଏ, 
କୁମାରର ମୋବାଇଲ ରେ କେତେବେଳେ କେମିତି ଟିକେ କଥା ହେଉଥାଏ ।

ଏମିତି ଗୋଟେ ଦିନ ସମସ୍ତେ ସାଙ୍ଗମାନେ ମିଶିକି ପ୍ଲାନ କରୁଥାନ୍ତି କେମିତି ସରିତାକୁ କେଶବ ପାଖକୁ ନେବେ ।
 ତା ବାପା, ତାକୁ ଯମ ଭଳି ଜଗିକି ବସୁଛନ୍ତି ।

କୁମାର:- ମୁଁ ଗୋଟେ ପ୍ଲାନ କରିଛି କହିବି କେମିତି ସରିତାକୁ ନେବା !!  ତା ବାପା ତ ତାକୁ ଏମିତିରେ ଛାଡିବେନି ତାଙ୍କୁ କହିବା କି ଖରାଦିନ ଛୁଟି ଅଛି । ସମସ୍ତେ ବାହାରକୁ ବୁଲିବାକୁ ଯିବା କହିଲେ ହୁଏତ ଛାଡିପାରନ୍ତି ।

ସନ୍ଧ୍ୟା:- କେଶବ କହିଥିଲେ କି ସରିତାକୁ ତମେ ନେଇକି ଯିବ ବୋଲି ।

କୁମାର:-ସେ କଣ କହିପାରିବ ତା ମନ କଥା ବୁଝିବା ଦରକାର । ହେଲେ ତା ବାପାକୁ କିଏ କହିବ ମୁଁ ତ ଗଲେ ତା ବାପା ଛାଡିବେନି ।

ସନ୍ଧ୍ୟା:- ମୁଁ ଯିବି କହିବାକୁ ମତେ ଏ ସୁଯୋଗ ଟା ଦିଅ ।

କୁମାର:- ଠିକ ଅଛି !! ତାହାଲେ ତମେ ଯିବ ।



To be continued…….


Promo: ( ସନ୍ଧ୍ୟା, ସରିତା ର ବାପା ସାଙ୍ଗରେ କଥା ହେବାକୁ ଯାଇଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-109<<>>Page-111






Follow my Blog and find Smruti Tume Sradhanjali Part-110



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+110

Smruti Tume Sradhanjali (A true Story ) Page-109

ସମୀର:- ଯାହା ହେଲା ସେଥିରେ ତମେ ଟେନସନ ହୁଅନି । ମୁଁ କୁମାର ପଛରେ ଲୋକମାନଙ୍କୁ ଲଗେଇ ଦେଇଛି । ସେମାନେ ଯୋଉଠି ବି କୁମାରକୁ ପାଇବେ ରାମନାମ ସତ୍ୟ କରିଦେବେ । ହେଲେ ସେ ଏକୁଟିଆ ମିଳିବା ଦରକାର । ସବୁବେଳେ ତା ସାଙ୍ଗମାନେ ତାକୁ ଛାଇ ଭଳିଆ ଲାଗିକି ରହୁଛନ୍ତି । 

ମୋର କୋଉଦିନ କୁମାର ସହ ଭେଟ ହେଇକି କଥା ହବାର ଅଛି । ତାକୁ ଚେତେଇବାକୁ ପଡିବ କି ସନ୍ଧ୍ୟା ପିଛା ଛାଡିବ ।

ଦାଦା:- ତାହାଲେ ଠିକ ଅଛି ତୋ ପ୍ଲାନ ଅନୁସାରେ ଆଗକୁ ବଢ଼ିବା ।

ଏପଟେ କେଶବ ଯାଇକି ଭୁବନେଶ୍ୱର ରେ ପହଞ୍ଚି କୁମାର ର ଭାଇ ସହ ସେ ରହୁଥିବା ହୋଟେଲ କୁ ନେଇଯାଇଥାଏ । 

ହୋଟେଲ ମାଲିକକୁ ଯେତେବେଳେ କୁମାର କହିଥିବା ନାମ ଅନୁସାରେ ଶାନ୍ତନୁ ବୋଲି ଯେତେବେଳେ କହିଛି, ହୋଟେଲ ମାଲିକ ବହୁତ ଖୁସି ହେଇଯାଇଛନ୍ତି  ।
 କେଶବକୁ ସେ ବହୁତ କଥା ପଚାରୁଥାନ୍ତି । ସେ କେମିତି ଅଛି? ଭଲ ଅଛି ନା ନାହିଁ ? ତାକୁ ସାଙ୍ଗରେ କାଇଁ ଆଣିଲୁନି ? ଏମିତି ଅନେକ ପ୍ରଶ୍ନ କରିଥାନ୍ତି ।

ବିଚରା କେଶବ, କୁମାର କଥାରେ ଶାନ୍ତନୁ ବୋଲି ସିନା କହିଦେଲା,
 ହେଲେ ଶାନ୍ତନୁ କିଏ ସେ ବି ଜାଣିନି । କେଶବକୁ ମାଲିକ ଯାହା ପଚାରିଲେ ବି ସେ ନା, ହଁ, ରେ ଉତ୍ତର ଦେଉଥାଏ । 
ତାପରେ ହୋଟେଲ ମାଲିକ କେଶବକୁ ତାଙ୍କ ନିଜ ଘରେ ରହିବାକୁ କହିଲେ ଆଉ ତାକୁ ନିଜ ପୁଅ ପରି ଦେଖୁଥିଲେ ।

To be continued…….


Promo: (ସରିତା କୁ କେଶବ ପାଖକୁ କେମିତି ପଠେଇବେ, ସବୁ ସାଙ୍ଗ ମାନେ ମିଶି plan କରୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-108<<>>Page-110






Follow my Blog and find Smruti Tume Sradhanjali Part-109



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+109