Please ମନା କରିବନି ମୋତେ ଖାଲି ଏତିକି ସାହାଯ୍ୟ କର ।
ତାପରେ ସବୁ ନାନୀମାନେ କହିଲେ ତମେ କଣ କହୁଛ ? ଆମେ ମନା କାହିଁକି କରିବୁ ।
ହେଲେ ଆମେ ଝିଅପିଲା ଘରେ ବି କଥା ହବାକୁ ପଡିବ ।
ଘରେ କଥା ହେଇ ଆମେ କାଲି ସକାଳେ କହିବୁ ।
ତାପରେ ସମସ୍ତେ ଯିଏ ଯା କାମରେ ଗଲେ ହେଲେ ସନ୍ଧ୍ୟା କୁମାର ଉପରେ ଅଭିମାନ କରିଥାଏ ।
ଜାଣିବା କଣ ପାଇଁ ସେ ଅଭିମାନ କରିଥିଲେ ।
କୁମାର:- ତମେ କୁଆଡ଼େ ବାହାରିଲା ତମ ସହ କଥା ଅଛି ।
ସନ୍ଧ୍ୟା:- ମୋ ସହ କଣ କଥା ଅଛି?
ତମ ସାଙ୍ଗମାନଙ୍କ ସହ ତ କଥା ହେଲ । ସମସ୍ତଙ୍କୁ ପଚାରିଲ ସରିତା ସହ ଯିବେ କି ନାହିଁ ।
ମତେ ତ କାଇଁ ପଚାରିଲନି ସେଥିପାଇଁ ମୁଁ ତମ ଉପରେ ରାଗିଛି ।
କୁମାର:-ଆଚ୍ଛା !! ତାହା ହେଲେ ମୋ ବାୟାଣୀ, ଏଇ କଥା ପାଇଁ ରାଗିଛି ।
ଶୁଣ ବାୟାଣୀ ଏ ସବୁ କାହା ପାଈଁ ସମ୍ଭବ ଜାଣିଛ?
ସବୁ ତମ ପାଇଁ !! ଏହା ପରେ ତମକୁ କଣ ପଚାରିବି ।
ତୁମେ ଯଦି ସରିତାର ବାପା ଙ୍କୁ ରାଜି କରେଇନଥାନ୍ତ, ତାହାଲେ ଏସବୁ ଯାହା ହବାକୁ ଯାଉଛି ଏହା କେବେ ସମ୍ଭବ ହୋଇ ନଥାନ୍ତା।
ମୁଁ ତ ଭାବୁଛି, ତମେ ନଥିଲେ ମୁଁ କିଛି ବି କରିପାରିନଥାନ୍ତି ।
ସନ୍ଧ୍ୟା:-ଥାଉ ଥାଉ ଏତେ ଉପରକୁ ଉଠାଅନି, ହେଲେ ଯଦି ଆମେ ସେଠୁ ଆସିଲା ପରେ ତା ବାପା ଜାଣିଦିଅନ୍ତି ।
ତମେ ଆଉ ମୁଁ ମିଶିକି ଏସବୁ କାମ କରିଛେ, ତେବେ କଣ ହବ ??
Promo: ( କୁମାର ସନ୍ଧ୍ୟା କୁ କହୁଛି ତୁମ ପାଇଁ କିଛି Special ଅଛି, ପଢିବା Next Page ରେ…..)
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-114
Thanks….
Smruti_tume_sradhanjali_in_odia_by_kumars_diary_part_114
Smruti+tume+sradhanjali+in+odia+by+kumars+diary+part+114
Like this:
Like Loading...
(ତାପରେ ସବୁ ସାଙ୍ଗ ମାନଙ୍କୁ କୁମାର ଡାକିଥାଏ )
ଦେଖ ଭାଇ ମାନେ , ଆଜି କଣ ପାଇଁ ତମ ମାନଙ୍କୁ ଏଠି ଏକାଠି କରିଛି ଜାଣିଛ ??
ଭାଇ ମାନେ ମୁଁ କିଛି ଗୋଟେ ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ଯାଉଛି ଆଉ ସେଥିରେ ତୁମେ ମାନ ଙ୍କର ସାହାଯ୍ୟ ଦରକାର ।
(ତାପରେ ସବୁ ସାଙ୍ଗ ମାନେ କୁମାର କୁ କହୁଥାନ୍ତି, ଆରେ ସାହାଯ୍ୟ କଣ,ସେଇଟା ଆମର ସୌଭାଗ୍ୟ ମନେ କରିବୁ, କହ କାମ ଟା କଣ ?? )
କୁମାର:- ଆରେ, ମୁଁ ସରିତା ଆଉ କେଶବ କୁ ମିଶାଇବାକୁ ଯାଉଛି ଆଉ ସରିତା କୁ ନେଇ ଭୁବନେଶ୍ୱର ଯିବାକୁ ବାହାରିଛି । ୟା ପୂର୍ବରୁ ଯେତେ ସବୁ Risk ନେଇଛି ସେ ସବୁଠୁ ଏଇ Risk ଟା ମୋତେ ଟିକେ ବଡ଼ ଲାଗୁଛି !!
ଆଉ ଡର ଭି ଲାଗୁଛି ।
ତୁମେ ମାନେ ଯଦି ମୋ ସହ ମିଶି ଏଇ କାମକୁ ”’ ଏତିକି କହିବା ଭିତରେ”’ (ସବୁ ସାଙ୍ଗ ମାନେ କହି ଉଠିଲେ, ଆରେ ଭାଇ , ସେମାନେ ଦୁଇ ଜଣ ଖାଲି ତୋ ସାଙ୍ଗ ନା କଣ ?? ସେମାନେ ଆମର ବି ସାଙ୍ଗ !! ଆଉ ସାଙ୍ଗ ହିସାବରେ ଆମର ବି କିଛି କର୍ତ୍ତବ୍ୟ ଅଛି ନା??
ଆମେ ତୋତେ ସାହାଯ୍ୟ କରିବୁ, ଏବେ କହ ଆମେ କଣ କରିବୁ )
କୁମାର:- ତମକୁ କିଛି କରିବାର ନାହିଁ, ତୁମେ ମାନେ କେବଳ ମୋ ସାଙ୍ଗରେ ରହିବ, ସରିତା କୁ କେଶବ ପାଖରେ ପହଞ୍ଚେଇବା ପର୍ଯ୍ୟନ୍ତ ।
ତୁମେ ମାନେ ମୋ ସାଙ୍ଗରେ ରହିଲେ , ମୋର ଟିକେ ସାହସ ବଢିବ ।
ଆଉ ଶୁଣ କାଲି ରାତିରେ ଆମକୁ ବାହାରିବାକୁ ପଡିବ ।
ଆରେ ମୁ ତ ତମ ମାନଙ୍କୁ ସବୁ କହୁଛି ହେଲେ ନାନୀ ମାନେ !! ତମ ମାନଙ୍କୁ ମଧ୍ୟ ଯିବାକୁ ପଡ଼ିବ । କଣ କହୁଛ ??
ନହେଲେ ଆମ ସହ ଏକୁଟିଆ ସରିତାକୁ ଭଲ ଲାଗିବନି ଯିବା ପାଇଁ ।
ତୁମେ ମାନେ ମିଶିକି ଗଲେ, ତାଙ୍କୁ ବି ଟିକେ ଭଲ ଲାଗିବ ।
Promo: ( କୁମାର ଉପରେ ସନ୍ଧ୍ୟା ର ଅଭିମାନ , ପଢିବା Next Page ରେ…. )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-113
Thanks….
Smruti_tume_sradhanjali_in_odia_by_kumars_diary_part_113
Smruti+tume+sradhanjali+in+odia+by+kumars+diary+part+113
Like this:
Like Loading...
Story, Poem, Article & Experience.