Smruti Tume Sradhanjali (A true Story ) Page-121

କୁମାର ତା ସାଙ୍ଗ ମାନଙ୍କୁ କହୁଥାଏ …

ଭାଇ ବାପା ହବାକୁ ଯାଉଛି । ହେଲେ ସବୁ ସାଙ୍ଗ କୁମାରକୁ ଆଶ୍ଚର୍ଯ୍ୟ ହେଇ ଚାହୁଁଥାନ୍ତି । 

ତାପରେ କୁମାର କହୁଥାଏ, ଆରେ କଣ ହେଲା ଏମିତି କାହିଁକି ଦେଖୁଛ । 
ସେ ଭିତରକୁ ଜଣେ କହୁଥାଏ … 

ତୋତେ ଆମେ Bolero ରେ ବସିବା ପରଠୁ ପଚାରୁଛୁ ଏ ଭାଇ ଜଣକ କିଏ ତୁ ଜାଣିଲୁ କେମିତି ??

ଆରେ କ୍ଷମା କରିବରେ ଇଏ ହଉଛନ୍ତି ସାଗର ଭାଇ ମୋର ଦୂର ସମ୍ପକିୟ ଭାଇ, ୟାଙ୍କ ପାଖରେ ହିଁ କେଶବ ରହେ ।

ଆଉ ଗୋଟେ କଥା ଭାଇ, ବାପା ହବାକୁ ଯାଉଛି । 

ସମସ୍ତେ Congratulation ଜଣାଇଲେ, କିଛି ସମୟ କଥା ହେଲାପରେ ଘରେ ଆସି ପହଞ୍ଚି ଯାଇଥାନ୍ତି ।
 କୁମାର ସାଗରକୁ କହୁଥାଏ ରହ ମୁଁ ଡାକୁଛି ଭାଉଜଙ୍କୁ ସମସ୍ତେ ଘର ଆଗରେ ଛିଡା ହେଇଥାନ୍ତି ।

କୁମାର:- ଭାଉଜ କବାଟ ଖୋଲ । କଣ ମ ଖୋଲୁନ, ଜଲଦି ଖୋଲ ।
ଭାଉଜ କବାଟ ଖୋଲି …

ଭାଉଜ:- ଏମିତି କବାଟକୁ କାଇଁ ଠକ ଠକ କରୁଛ?? calling bell ଅଛି ଦେଖାଯାଉନି ନା କଣ??

ଭାଉଜ କୁମାର କୁ ଭଲରେ ଚିହିଁ ପାରିନଥିଲେ, ଯେତେବେଳେ ସାଗର କୁ ଆଉ କୁମାର ର ସାଙ୍ଗ ମାନଙ୍କୁ ଦେଖିଲା ପରେ କୁମାର କୁ କହିଲେ, ଆରେ କୁମାର !! ତମେ ତ ପୁରାପୁରି ଅଲଗା ଲାଗୁଛ । 

ମୁଁ ଚିହିଁ ପାରିଲିନି ଖରାପ ଭାବିବନି । ଆସ ଆସ ଭିତରକୁ ଆସ ! ତମେ ସମସ୍ତେ ବି ଆସ । 
ଏହା ଦେଖି ସାଗର କହୁଥାଏ …

To be continued…….


Promo: (  ବାବା, ଶାନ୍ତନୁ କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ଏବଂ ବହୁତ ଖୁସି ହେଲେ , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……

Page:

Page-120 <<>> Page-122




Follow my Blog and find Smruti Tume Sradhanjali Part-121



Follow My Pages:- 


Thanks….

Smruti+tume+sradhanjali+in+odia+by+kumars+diary+part+121

Smruti Tume Sradhanjali (A true Story ) Page-120

କୁମାର:-ଏଇ ସନ୍ଧ୍ୟା !! ଉଠିଲ ଟିକେ ଉଠ ।

ସନ୍ଧ୍ୟା:- କଣ ହେଲା ?? କାଇଁ ଉଠେଇଲ  ।

କୁମାର:- ସରିତା ବହୁତ କାନ୍ଦୁଛି, ଯାଅ ଟିକେ ବୁଝେଇବ । ସନ୍ଧ୍ୟା ଆଉ ସବୁସାଙ୍ଗମାନଙ୍କ କଥା ଶୁଣିବାପରେ ସରିତାର କାନ୍ଦ ବନ୍ଦ ହୋଇଥାଏ ।

ତାପରେ ସମସ୍ତେ ବିଶ୍ରାମ ନେଲେ କେବଳ କୁମାରକୁ ଛାଡି ତାକୁ ନିଦ ଆସୁନଥାଏ ସେ କେମିତି ଭୁବନେଶ୍ୱରରେ ପହଞ୍ଚିବ ସେ ଚିନ୍ତାରେ ଥାଏ ।

ଏମିତି କେତେ ଘଣ୍ଟାର ଅବଧି ପରେ ଭୁବନେଶ୍ୱରରେ ପହଞ୍ଚି ଯାଇଥାଏ ବସ୍ ।

କୁମାର ସମସ୍ତଙ୍କୁ ନିଦରୁ ଉଠାଇଲା, ଆଉ ବସ୍ ରୁ ଓଲ୍ହାଇଲେ, 
କୁମାର ସମସ୍ତଙ୍କୁ ଡାକି ଗୋଟେ BOLERO ପାଖକୁ ନେଇଯାଇଥାଏ ।

BOLERO ନେଇ ଆସିଯାଇଥାଏ କୁମାରର ଦୂର ସମ୍ପକୀୟ ଭାଇ (ସାଗର) ।

ସମସ୍ତେ ଗାଡ଼ିରେ ବସିଲା ପରେ ଗାଡି ଚାଲୁଥାଏ, ସାଗର ଆଉ କୁମାର କଥା ହଉଥାନ୍ତି ।

ସାଗର:- କଣ କିରେ ପୁରା ବଦଳିଯାଇଛୁ । ଭଲରେ ଆସିଲତ ସମସ୍ତେ ?

କୁମାର:- ହଁ ସବୁ ଭଲରେ ଆସିଲୁ,  ତୁ କହ ଭାଉଜ କେମିତି ଅଛନ୍ତି ତାଙ୍କୁ ଆଣିଲୁନି ।

ସାଗର:- ସେ ଭଲ ଅଛି । ହେଲେ ସେ ଆସିପାରିବନି ତା ଦେହ ଭଲ ନାହିଁ । ସେ ଆସିବା ଅବସ୍ଥାରେ ନାହିଁ ।
କୁମାର:- ତୁ ଏବେ ପରା କହିଲୁ ଭଲ ଅଛନ୍ତି ପୁଣି କହୁଛୁ ଭଲନାହାନ୍ତି । କଥା କଣ ?? ତୁ ଏତେ ଲାଜ କଣ କରୁଛୁ ?

ସାଗର:- ଆରେ ସେ ମା ହେବାକୁ ଯାଉଛି ।

କୁମାର:- Oye Oye ଏତେ ବଡ଼ କଥାକୁ ଏମିତି ଲାଜେଇ ଲାଜେଇ କହୁଛୁ !!
 ଭାଉଜ ଲାଜେଇବା ଦରକାର, ତୁ କଣ ଲାଜ କରୁଛୁ ।


To be continued…….


Promo: ( କୁମାର କୁ ଭାଉଜ ଚିହିଁ ପାରିଲେ ନାହିଁ କିନ୍ତୁ ପରେ ଜାଣିପାରିଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-119 <<>> Page-121






Follow my Blog and find Smruti Tume Sradhanjali Part-120



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+120

Smruti Tume Sradhanjali (A true Story ) Page-119

ସନ୍ଧ୍ୟା:- ଆରେ ବାବା, କଥା ସେୟା ନୁହଁ । ସେ ବହୁତ ଟେନସନରେ ଥିଲା ଭଳି ଜଣାପଡୁଥିଲେ ଆଉ ବାରମ୍ବାର ଚାରିଆଡ଼କୁ ଚାହୁଁଥିଲେ ।

 ମୋତେ କାଇଁ କେଜାଣି ଡର ଲାଗୁଛି କାଳେ ସେ ଆମ ପ୍ଲାନ ବିଷୟରେ ଜାଣିଦେଇନାହାନ୍ତି ତ ??

କୁମାର:- ବୁଝିଲ ବାୟାଣୀ ତମ ମୁଣ୍ଡ ଆଉ କାମ କରୁନି, ସବୁବେଳେ ଛୋଟ ଛୋଟ କଥା କୁ ବଡ଼ କରି ଭାବିଦଉଛ, ନିଜେ ଟେନସନ ନଉଛ ଆଉ ମୋତେ ବି ଟେନସନ କରେଇଦଉଛ । 
ଶୁଣ ଆଉ ବେଶି ଭାବନି ହେଲା ସେଠି ପହଞ୍ଚିବାକୁ ୩ ରୁ ୪ ଘଣ୍ଟା ଲାଗିବ ତମେ ଟିକେ ଶୋଇପଡ ।

କୁମାର ସବୁସାଙ୍ଗମାନଙ୍କ ସହ କଥା ହଉଥାଏ, କଥାରୁ ଜଣାପଡୁଥାଏ ସମସ୍ତେ ବହୁତ ଖୁସି ଅଛନ୍ତି । 

ସରିତା ମୁଁହ ଶୁଖେଇ ବସିଥାଏ, କୁମାର ଯାଇକି କଥା ହଉଥାଏ ।

କୁମାର:- ସରିତା ତମ ମୁହଁ କଣ ଶୁଖିଯାଇଛି । ଘର କଥା ଭାବୁଛ କି ?

ସରିତା :- ଘରେ ବୋଉ ଏସବୁ ଜାଣିଛି, ହେଲେ ବାପା ଜାଣିଲେ ମାରିଦେବେ, ମୋତେ ।

ବହୁତ କାନ୍ଦୁଥାଏ ସରିତା…

କୁମାର:- ଜମାରୁ କାନ୍ଦନୀ ଆଜି ରାତି ପାହିଲାପରେ ତମର ନୁଆଁ ଜୀବନ ଆରମ୍ଭ ହେବ । 

ହେଲେ ସରିତାର କାନ୍ଦ ବନ୍ଦ ହଉନଥାଏ ।

କୁମାର ସାଙ୍ଗମାନଙ୍କୁ ଆଉ ନାନୀମାନଙ୍କୁ କହୁଥାଏ ।

ସରିତା ର କାନ୍ଦ ବନ୍ଦ କରେଇବା ପାଇଁ ସନ୍ଧ୍ୟାକୁ ଉଠେଇଥାଏ ।



To be continued…….


Promo: ( କୁମାର ର ଭାଉଜ, ମା, ହେବାକୁ ଯାଉଛନ୍ତି , ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-118 <<>> Page-120






Follow my Blog and find Smruti Tume Sradhanjali Part-119



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+119