Smruti Tume Sradhanjali (A true Story ) Page-106


କେଶବ:- ମୁଁ ବି ସେୟା ଭାବୁଛି ଯେ ହେଲେ ଆମେ ଯଦି ବାହାରକୁ ଯିବା ତାହାଲେ ଟଙ୍କା ତ ଦରକାର ପଡିବ ।


ଆମେ ତ ବାହାରେ କାହାକୁବି ଜାଣିନଥିବା ସେଠି କେମିତି ରହିବା ତେଣୁ ମୁଁ କୋଉଠି ଗୋଟେ କାମ ଯୋଗାଡ଼ କରିସରେ ।
 କିଛି ଟଙ୍କା ହେଇସାରିଲା ପରେ ଯିବା ।

ଏମିତି କଥା ହେଇସାରିଲା ପରେ କୁମାର ଆସିଯାଇଥାଏ ।

କୁମାର:- କଣ ଡିସାଇଡ଼ କଲ ??

କେଶବ:- ଆମେ ଦୁଇଜଣ ତମ କଥାରେ ଏକମତ । ହେଲେ…

କୁମାର:- ହେଲେ ପୁଣି କଣ ??

କେଶବ:-ତୁ ତ ଜାଣିଛୁ ମୋ ଘର କଥା, ମୋ ବାବା ମଲାପରେ  ମୋ ବୋଉ ବହୁତ କଷ୍ଟରେ ମୋତେ ବଡ଼ କରିଛି ଆଉ ମୋତେ ପାଠ ବି ପଢ଼ାଉଛି । 

ଘରେ ଟଙ୍କା ପତ୍ରର ଅଭାବ ତ ଲାଗିରହିଛି, କଣ କରିବି କିଛି ଭାବିପରୁନି ।

 ମୋ ପାଖରେ ତ ଏତେ ଟଙ୍କା ବି ଏବେ ନାହିଁ । ମୁଁ ସରିତାକୁ ନେଇ କୋଉଠି ରଖିବି ।

କୁମାର:- ତୁ ବେଶି ଭାବିଦଉଛୁ ମୁଁ ଯେବେଯାଏ ଅଛି ତୋତେ କିଛି ବି ଅସୁବିଧା ହବନି । 

ତୁ ଟଙ୍କା କଥା ଚିନ୍ତା କରନା, ଆଉ ଗୋଟେ କାମ କରିବୁ ।

 ଭୁବନେଶ୍ୱରରେ ମୋର ଜଣେ ଚିହ୍ନା ଲୋକ ଅଛନ୍ତି, ତାଙ୍କ ପାଖରେ ମୋର ଜଣେ ସମ୍ପର୍କୟ ଭାଇ କାମ କରୁଛନ୍ତି । 

ସେ ବି ତୋ ଭଳିଆ ଜଣକୁ Love କରୁଥିଲା, ପରେ ତାକୁ  ନେଇ ସେଠି ଏବେ ରହୁଛି ।

 ତୁ ଯଦି କହିବୁ ତାହାଲେ ମୁଁ କଥାହେଇକି କହିଦେବି ତୁ ସେଠି କାମ କରିବୁ ହେଲା ।

To be continued…….


Promo:(ସବୁ ସାଙ୍ଗମାନେ ମିଶି ସରିତା ଆଉ କେଶବକୁ ଘର ଛାଡ଼ି ଚାଲିଯିବାରେ ସାହାଯ୍ୟ କରୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..


Page:

Page-105<<>>Page-107







Follow my Blog and find Smruti Tume Sradhanjali Part-106



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+106

Leave a Reply

Your email address will not be published. Required fields are marked *