Smruti Tume Sradhanjali (A true Story ) Page-93

ସନ୍ଧ୍ୟା:- କୁମାର ମୋତେ ଟିକେ ବିଷ ଆଣିକି ଦେଇଦବ, ମୁଁ ଆଉ ଏ କଷ୍ଟ ସହିପାରୁନି । 

କୁମାର ଆଉ ସନ୍ଧ୍ୟା ଦୁହେଁ କାନ୍ଦୁଥାନ୍ତି ।

କୁମାର:- ସନ୍ଧ୍ୟା Please ତମେ ସେମିତି କୁହନି ତମେ ଏମିତି କାହିଁକି  କହୁଛ !! କଣ ହେଇଛି କୁହ ?? ଘରେ କିଛି ଅସୁବିଧା ହେଇଛି କି ??

ସବୁ ସାଙ୍ଗମାନେ ବି କାନ୍ଦିପକେଇଲେ ।

ସନ୍ଧ୍ୟା:- ମୋତେ ଟିକେ ଉଠାଅ, ମୁଁ ତମ ଛାତିରେ ମୁଣ୍ଡ ରଖି ଟିକେ କାନ୍ଦିବାକୁ ଚାହୁଁଛି । 

Please !! କୁମାର ମୋତେ ଧର, କୁମାର ସନ୍ଧ୍ୟା ମୁଣ୍ଡକୁ ଆଉଁଶି ଦଉଥାଏ ।

କୁମାର:- ଗୋଟିଏ ମାସ ଭିତରେ କଣ ସବୁ ହେଇଗଲା । ମୁଁ ତମକୁ ଏ ଅବସ୍ଥାରେ ଦେଖିପାରୁନି । 

ଆରେ ତମ ହାତରେ ଏ କଣ ହୋଇଛି ?? ହାତ କେମିତି ପୋଡିଲା, ତମେ କିଛି କହୁନ କଣ ପାଇଁ ???
ସନ୍ଧ୍ୟା କିଛି କହିପାରୁନଥାଏ, କୁମାରକୁ ଜାବୁଡି ଧରି ଖାଲି କାନ୍ଦୁଥାଏ ।

ସନ୍ଧ୍ୟା:- କୁମାର !! ମୁଁ ଜାଣିନଥିଲି ମୋ ଜୀବନରେ ଏତେ ଦୁଃଖ ଥିବ ବୋଲି । 

ଦାଦା ଏତେ ବଦଳିଯିବେ ବୋଲି ଆମେ କେବେବି ଭାବିନଥିଲୁ, ସେଦିନ ମୁଁ କଲେଜରୁ ଘରକୁ ଗଲାବେଳକୁ ଦାଦାଙ୍କ ଶଳା ଆଉ ତାଙ୍କ ପୁଅ ଆସିଥିଲେ ।

 ମୁଁ ନମସ୍କାର କରି ଭିତରକୁ ଚାଲିଗଲି ।

 ସେ ମାମୁଁଙ୍କ ପୁଅ ମୋତେ ଘୁରି ଘୁରି ଦେଖୁଥାଏ, ମୁଁ କିଛି ବୁଝିପାରୁନଥାଏ ।

ସେପଟେ ମାମୁଁ କହୁଥାନ୍ତି ଆଉ ସମୀର କୁ !! ତୁ ସନ୍ଧ୍ୟାକୁ ଦେଖିଲୁ ??
ମୋ ମୁଣ୍ଡ କିଛି କାମ କରୁନଥାଏ । ସେପଟେ ବୋଉ ଆଉ ଖୁଡି ବି କିଛି ବୁଝିପାରୁନଥିଲେ ।

To be continued…….


Promo: (କୁମାର ଦେଇ ଥିବା ସବୁ ଜିନିଷ ଗୁଡିକ,  ଦାଦା ଜାଳି ଦେଲେ ଆଉ କୁମାର ସାଙ୍ଗରେ କଥା ହେବା ପାଈଁ ,ସନ୍ଧ୍ୟା କୁ ମନା କଲେ । , ପଢିବା next page ରେ…… )
    

କୁମାର ଙ୍କ Personal Diary ରୁ……..

Pages:






Follow my Blog and find Smruti Tume Sradhanjali Part-93



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+93

Facebook Comments

Put your Valuable feedback