ମୁଁ ଆଉ କାହାକୁ ବି ଦେଖା କରିପାରୁନଥାଏ, ଘର ବାହାରକୁ ଯିବାକୁ ଦୋଉନଥିଲେ ।
ଏମିତି ଆଉ ଦିନେ ମୁଁ ତମ କଥା ଭାବି ଭାବି ମୋ ହାତରେ ତମ ନା ଲେଖିଥିଲି, ହଠାତ ଦାଦା ଆସି ଯେତେବେଳେ ମୋ ହାତରେ ତମ ନା ଲେଖାଥିବାର ଦେଖିଲେ ମୋ ହାତରେ Iron ଲଗେଇଦେଲେ ।
ମୁଁ ଆଉ ସହିପାରୁନଥାଏ, ବୋଉ ଯେତେବେଳେ ଦେଖିଲା ଦାଦାଙ୍କ ସହ ବହୁତ ଝଗଡା କଲା ।
ଏମିତି କି ଦାଦାଙ୍କ ଅସଲ ରୂପ ପଦାକୁ ଚାଲିଆସିଥିଲା ।
ଗୋଟେ କଥା ଜାଣିଛ ଟଙ୍କାପାଇଁ ସେ ହିଁ ମୋ ବାବାଙ୍କୁ ମାରିଦେଇଛନ୍ତି ସେ ନିଜେ କହିଲେ ।
ଆଉ ସେ ଟଙ୍କା ପାଇଁ ହିଁ ମୋ ବାହାଘର ସେ ସମୀର ସହ କରିବାକୁ ଚାହୁଁଛନ୍ତି ।
ବୋଉକୁ ଧମକ ଦଉଥିଲେ ସନ୍ଧ୍ୟା ର ବାହାଘର ଯଦି ସମୀର ସହ ନହୁଏ ସେ ମୋତେ ବି ମାରିଦେବେ ।
ଆମେ ସେ ଗାଁରେ ନ ରହି, ମୋ ମାମୁଁଘର ଗାଁ କୁ ରାତାରାତି ଚାଲି ଆସିଲୁ, ବୋଉ ଅଜା ଙ୍କୁ ସବୁକଥା କହିଲା ପରେ, ଅଜା ରାଗିଯାଇଥିଲେ ହେଲେ ବୋଉ ରାଣ ନିୟମ ପକେଇ ଅଟକେଇ ଦେଇଥିଲା ।
ମାମୁଁ ମାଇଁ ଗାଁରେ ରହୁନାହାନ୍ତି, ମୁମ୍ବାଇରେ ରହୁଥାନ୍ତି ।
ତାପରେ ଅଜା ମୋ ପାଇଁ ଗୋଟେ ମୋବାଇଲ ଆଣିଦେଲେ, ପୁଣିଥରେ ମୋତେ କଲେଜ ଟିଉସନ ଛାଡିଲେ ।
To be continued…….
Promo: ( ତମେ କିଛି କର କୁମାର , ନହେଲେ ,ଦାଦା ମୋତେ ବି ମାରିଦେବେ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-95
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+95