କୁମାର:- ନାଇଁ ବାପା ମୋର ତମ ସହ କିଛି କଥା ହବାର ଥିଲା ।
ମୋ ସାଙ୍ଗ କେଶବକୁ ତ ଆପଣ ଜାଣିଥିବେ ।
ସେ ସରିତାକୁ ବହୁତ ଭଲପାଏ ଆଉ ସରିତା ମଧ୍ୟ ।
ହେଲେ ମୁଁ ଭାବୁଛି ଆପଣ ଯଦି ମୋ କଥା ସହ ଏକମତ ହେଇଯାଇଥାନ୍ତେ, ତାହାଲେ କେଶବ ଆଉ ସରିତା ଦୁଇଜଣଙ୍କର ବାହାଘର କରିଦେଇଥାନ୍ତେ ।
ଏବେ ନୁହଁ 2-3 ବର୍ଷ ପରେ କଲେ ବି ଚଳିବ ।
ସେତେବେଳକୁ ସରିତା କୁମାର ଆଉ ତା ବାପା କଥା ହଉଥିବା ଜାଗାକୁ ଆସିଯାଇଥାଏ । ଆଉ ତାକୁ ଦେଖି ତା ବାପା କଥାଟାକୁ ବଦଳେଇ କହିଲେ ।
ସରିତାର ବାପା:- ତମେ କହିବା କଥା ମୁଁ ବୁଝୁଛି ଯେ ଏବେ ତ ମୁଁ ଟିକେ ଅଲଗା କାମରେ ବ୍ୟସ୍ତ ଅଛି । ଏ ବିଷୟରେ ପରେ ଭାବିକି କହିବି ।
କୁମାର:- ମୁଁ ସରିତାଙ୍କ ଠୁ ଜାଣିବାକୁ ପାଇଛି କି ଯେ, ତମେ କହୁଥିଲ ଯେ କେଶବ ପାଖରେ କିଛି ନାଇ ସେ କୋଉଠି ଚାକିରୀ କିମ୍ବା କୋଉଠି ବି କାମ କରୁନି ତା ସହ ସରିତା କୁ କେମିତି ବାହାଘର କରେଇବେ ।
ମୋ କଥା ଅନୁସାରେ କେଶବ ସିନା ଏବେ କିଛି କରୁନି ହେଲେ ସେ ବହୁତ ଜଲଦି କିଛି ନା କିଛି କାମ କରିନଵ । ଆଉ ତମେ ଦେଖିବ ସେ ଦିନ ଗୋଟେ ବଡ଼ ମଣିଷ ହୋଇ ଆପଣଙ୍କ ଆଗରେ ଠିଆ ହେବ ।
ସରିତାର ବାପା :- ଠିକ ଅଛି ତାହାଲେ ମୁଁ ତମକୁ ଭାବିକି କହିବି ।
To be continued…….
Promo: ( ସରିତାକୁ ସରିତାର ବାପା କେଶବକୁ ଭୁଲିଯିବାକୁ କହୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-102
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+102