Smruti Tume Sradhanjali (A true Story ) Page-109

ସମୀର:- ଯାହା ହେଲା ସେଥିରେ ତମେ ଟେନସନ ହୁଅନି । ମୁଁ କୁମାର ପଛରେ ଲୋକମାନଙ୍କୁ ଲଗେଇ ଦେଇଛି । ସେମାନେ ଯୋଉଠି ବି କୁମାରକୁ ପାଇବେ ରାମନାମ ସତ୍ୟ କରିଦେବେ । ହେଲେ ସେ ଏକୁଟିଆ ମିଳିବା ଦରକାର । ସବୁବେଳେ ତା ସାଙ୍ଗମାନେ ତାକୁ ଛାଇ ଭଳିଆ ଲାଗିକି ରହୁଛନ୍ତି । 

ମୋର କୋଉଦିନ କୁମାର ସହ ଭେଟ ହେଇକି କଥା ହବାର ଅଛି । ତାକୁ ଚେତେଇବାକୁ ପଡିବ କି ସନ୍ଧ୍ୟା ପିଛା ଛାଡିବ ।

ଦାଦା:- ତାହାଲେ ଠିକ ଅଛି ତୋ ପ୍ଲାନ ଅନୁସାରେ ଆଗକୁ ବଢ଼ିବା ।

ଏପଟେ କେଶବ ଯାଇକି ଭୁବନେଶ୍ୱର ରେ ପହଞ୍ଚି କୁମାର ର ଭାଇ ସହ ସେ ରହୁଥିବା ହୋଟେଲ କୁ ନେଇଯାଇଥାଏ । 

ହୋଟେଲ ମାଲିକକୁ ଯେତେବେଳେ କୁମାର କହିଥିବା ନାମ ଅନୁସାରେ ଶାନ୍ତନୁ ବୋଲି ଯେତେବେଳେ କହିଛି, ହୋଟେଲ ମାଲିକ ବହୁତ ଖୁସି ହେଇଯାଇଛନ୍ତି  ।
 କେଶବକୁ ସେ ବହୁତ କଥା ପଚାରୁଥାନ୍ତି । ସେ କେମିତି ଅଛି? ଭଲ ଅଛି ନା ନାହିଁ ? ତାକୁ ସାଙ୍ଗରେ କାଇଁ ଆଣିଲୁନି ? ଏମିତି ଅନେକ ପ୍ରଶ୍ନ କରିଥାନ୍ତି ।

ବିଚରା କେଶବ, କୁମାର କଥାରେ ଶାନ୍ତନୁ ବୋଲି ସିନା କହିଦେଲା,
 ହେଲେ ଶାନ୍ତନୁ କିଏ ସେ ବି ଜାଣିନି । କେଶବକୁ ମାଲିକ ଯାହା ପଚାରିଲେ ବି ସେ ନା, ହଁ, ରେ ଉତ୍ତର ଦେଉଥାଏ । 
ତାପରେ ହୋଟେଲ ମାଲିକ କେଶବକୁ ତାଙ୍କ ନିଜ ଘରେ ରହିବାକୁ କହିଲେ ଆଉ ତାକୁ ନିଜ ପୁଅ ପରି ଦେଖୁଥିଲେ ।

To be continued…….


Promo: (ସରିତା କୁ କେଶବ ପାଖକୁ କେମିତି ପଠେଇବେ, ସବୁ ସାଙ୍ଗ ମାନେ ମିଶି plan କରୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-108<<>>Page-110






Follow my Blog and find Smruti Tume Sradhanjali Part-109



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+109

Facebook Comments

Put your Valuable feedback