ତାପରେ ସନ୍ଧ୍ୟା ସରିତା ଘରକୁ ଯାଇ ତା ବାପା ସହ କଥା ହଉଥାଏ ।
ସନ୍ଧ୍ୟା:- ମଉସା ଗୋଟେ କଥା କହିବି ରଖିବ !! ଏବେ ତ ଖରା ଦିନ ଛୁଟି ଅଛି ଆମେ ସବୁ ସାଙ୍ଗମାନେ ବାହାରକୁ ବୁଲିବାକୁ ଯିବୁ ।
ତମେ ଯଦି ସରିତାକୁ ଆମ ସହ ଯିବାକୁ ଦେଇଥାନ୍ତ ? ତେବେ ଭାରି ଭଲ ହୁଅନ୍ତା ।
ସରିତାର ବାପା:- କୋଉ ଜାଗାକୁ ଯିବ ବୋଲି ଭାବିଛ ?
ସନ୍ଧ୍ୟା:- ମଉସା ଆମେ ଭାବିଛୁ ଲିଙ୍ଗରାଜ ମନ୍ଦିର ଯିବୁ । ଆଉ ସେଠି କିଛି ଐତିହସିକ ଜାଗା ବି ଅଛି ଆଉ ବାକି ସବୁ ଯାଗା ମଧ୍ୟ ବୁଲି କରି ଆସିବୁ ।
(ସରିତାର ବାପା ମନେ ମନେ ଭାବୁଥାଏ ଆଉ କେତେ ଦିନ ଏମିତି ଘର ଭିତରେ ରଖିବି । ବାହାରକୁ ଗଲାପରେ ତା ମନଟା ବି ହାଲକା ହେଇଯିବ )
ସନ୍ଧ୍ୟା:- କଣ ଭାବୁଛ ମାଉସ ସନ୍ଧ୍ୟାକୁ ଆମ ସହିତ ଛାଡିବ ନା ।
ସରିତାର ବାପା:- ଠିକ ଅଛି ତୁ ଯେତେବେଳେ କହୁଛୁ ତାହାଲେ ମୁଁ ରାଜି ଅଛି । ହେଲେ କେତେଦିନ ରହିବ ।
ସନ୍ଧ୍ୟା:- ଏଇ ୨-୩ ଦିନ ବେଶି ନୁହଁ ।
ସରିତାର ବାପା:- ଠିକ ଅଛି ୩ ଦିନରୁ ଯେମିତି ଅଧିକା ହବନି !!
(ତାପରେ ସନ୍ଧ୍ୟା ଧନ୍ୟବାଦ ଜଣେଇ ସରିତା ଘରୁ ଆସି କୁମାର ସହ କଥା ହେଲା )
ସନ୍ଧ୍ୟା:- ଜାଣିଛ କୁମାର ସରିତାର ବାପା ଆଗରେ ମିଛ କଥା କହିଦେଇଛି ।
କଣ ନା ଆମେ ଲିଙ୍ଗରାଜ ମନ୍ଦିର ବୁଲିବାକୁ ଯିବା ବୋଲି । କଥା କଣ କି ମୋର ପିଲାଦିନୁ ବହୁତ ଇଛା ଥିଲା କି ଯେ ମୁଁ ଲିଙ୍ଗରାଜ ମନ୍ଦିର ଯିବି ସେଇଟା ପୁଣି ମୋ ଜନ୍ମଦିନ ରେ ।
To be continued…….
Promo: (କୁମାର , କେଶବ କୁ ଫୋନ ରେ କହେ କି, ବହୁତ ଜଲ୍ଦି ଆମେ , ସରିତା କୁ ନେଇକି ଆସୁଛୁ । , ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-111
Follow My Pages:-
Thanks….
Smruti+tume+sradhanjali+in+odia+by+kumars+diary+part+111
Facebook Comments