Please ମନା କରିବନି ମୋତେ ଖାଲି ଏତିକି ସାହାଯ୍ୟ କର ।
ତାପରେ ସବୁ ନାନୀମାନେ କହିଲେ ତମେ କଣ କହୁଛ ? ଆମେ ମନା କାହିଁକି କରିବୁ ।
ହେଲେ ଆମେ ଝିଅପିଲା ଘରେ ବି କଥା ହବାକୁ ପଡିବ ।
ଘରେ କଥା ହେଇ ଆମେ କାଲି ସକାଳେ କହିବୁ ।
ତାପରେ ସମସ୍ତେ ଯିଏ ଯା କାମରେ ଗଲେ ହେଲେ ସନ୍ଧ୍ୟା କୁମାର ଉପରେ ଅଭିମାନ କରିଥାଏ ।
ଜାଣିବା କଣ ପାଇଁ ସେ ଅଭିମାନ କରିଥିଲେ ।
କୁମାର:- ତମେ କୁଆଡ଼େ ବାହାରିଲା ତମ ସହ କଥା ଅଛି ।
ସନ୍ଧ୍ୟା:- ମୋ ସହ କଣ କଥା ଅଛି?
ତମ ସାଙ୍ଗମାନଙ୍କ ସହ ତ କଥା ହେଲ । ସମସ୍ତଙ୍କୁ ପଚାରିଲ ସରିତା ସହ ଯିବେ କି ନାହିଁ ।
ମତେ ତ କାଇଁ ପଚାରିଲନି ସେଥିପାଇଁ ମୁଁ ତମ ଉପରେ ରାଗିଛି ।
କୁମାର:-ଆଚ୍ଛା !! ତାହା ହେଲେ ମୋ ବାୟାଣୀ, ଏଇ କଥା ପାଇଁ ରାଗିଛି ।
ଶୁଣ ବାୟାଣୀ ଏ ସବୁ କାହା ପାଈଁ ସମ୍ଭବ ଜାଣିଛ?
ସବୁ ତମ ପାଇଁ !! ଏହା ପରେ ତମକୁ କଣ ପଚାରିବି ।
ତୁମେ ଯଦି ସରିତାର ବାପା ଙ୍କୁ ରାଜି କରେଇନଥାନ୍ତ, ତାହାଲେ ଏସବୁ ଯାହା ହବାକୁ ଯାଉଛି ଏହା କେବେ ସମ୍ଭବ ହୋଇ ନଥାନ୍ତା।
ମୁଁ ତ ଭାବୁଛି, ତମେ ନଥିଲେ ମୁଁ କିଛି ବି କରିପାରିନଥାନ୍ତି ।
ସନ୍ଧ୍ୟା:-ଥାଉ ଥାଉ ଏତେ ଉପରକୁ ଉଠାଅନି, ହେଲେ ଯଦି ଆମେ ସେଠୁ ଆସିଲା ପରେ ତା ବାପା ଜାଣିଦିଅନ୍ତି ।
ତମେ ଆଉ ମୁଁ ମିଶିକି ଏସବୁ କାମ କରିଛେ, ତେବେ କଣ ହବ ??
To be continued…….
Promo: ( କୁମାର ସନ୍ଧ୍ୟା କୁ କହୁଛି ତୁମ ପାଇଁ କିଛି Special ଅଛି, ପଢିବା Next Page ରେ…..)
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-114
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_114
Smruti+tume+sradhanjali+in+odia+by+kumars+diary+part+114
Facebook Comments