Smruti Tume Sradhanjali (A true Story ) Page-116



ପରଦିନ ସକାଳୁ କୁମାର କଥା ଅନୁସାରେ ସବୁ ସାଙ୍ଗ ଆଉ ନାନୀମାନେ ମଧ୍ୟ ତାଙ୍କ ଘରେ ବୁଲିଯିବା କଥା କହି ରାଜି କରେଇ ସାରିଥିଲେ । 

ମୋବାଇଲ ଦ୍ଵାରା ସବୁ କଥାବାର୍ତ୍ତା ହେଇକି ଟାଇମ ନିର୍ଦ୍ଧାରଣ କଲେ । 

ଏପଟେ କୁମାର ସମସ୍ତଙ୍କର ବସ୍ ଟିକଟ କରିସାରିଥାଏ, ଏବଂ କୁମାର ପଛରେ ସମୀର ଯୋଉ ପିଲା ଲାଗେଇଥିଲା ତାଙ୍କ ମାଧ୍ୟମରେ ସମୀର ସବୁକଥା ଜାଣିସାରିଥାଏ ।

 ସେ ସବୁକଥା ସରିତାର ବାପାକୁ କହୁଥାଏ ।

ସମୀର:- ଆଜ୍ଞା ନମସ୍କାର !! ଆପଣ ସରିତାର ବାପା ତ ??

ସରିତାର ବାପା:- ହଁ, ମୁଁ ତା ବାପା ।
 ହେଲେ ତମେ କିଏ ?? ମୁଁ ଜାଣିପାରିଲିନି ।

ସମୀର:- ଆପଣ ମୋତେ ଜାଣିବା କିଛି ଦରକାର ନାହିଁ । 
ମୁଁ ଯାହା କହୁଛି ଧ୍ୟାନ ଦେଇ ଶୁଣନ୍ତୁ ।

କୁମାର ଆଉ କୁମାରର ସାଙ୍ଗମାନେ ମିଶି କରିଥିବା ପ୍ଲାନ ସବୁ କହିଲା ।

ସରିତାର ବାପା:- ତମେ ଏ କଣ କହୁଛ । ଏଡ଼େ ବକଟେ ପିଲା ତାର ପୁଣି ଏତେ ମୁଣ୍ଡ କାମ କରୁଛି ।
ପୁଅ ତମେ ମିଛ କହୁଛ !!  ସେ ଏମିତି କେବେ କରିପାରିବନି !!!

ସମୀର:- ଆଜ୍ଞା ମୋତେ ବିଶ୍ୱାସ କରନ୍ତୁ । ଆଜି ରାତି ୧୦.୩୦ ରେ ସେମାନେ ଭୁବନେଶ୍ୱର ଯିବେ ଯଦି ମୋ କଥା ବିଶ୍ୱାସ ହଉନି, ତାହାହେଲେ ଆପଣ ଆପଣଙ୍କ ଝିଅକୁ ନିଜେ ଛାଡିବାକୁ ଯାଆନ୍ତୁ ଆପଣ ସତ କଣ ଜାଣିପାରିବେ ।  ମୁଁ ଏବେ ଆସୁଛି ।

ସମୀର ଏ କଥା କହିବାପରେ ସରିତାର ବାପା ଦ୍ଵନ୍ଦରେ ପଡିଯାଇଥାନ୍ତି ।
 କଣ କରିବେ କିଛି ଭାବିପାରୁନଥିଲେ । ବହୁତ ସମୟ ଭାବିବା ପରେ ସେ ସିଦ୍ଧାନ୍ତ ନେଲେ ଯେ ସରିତାକୁ ନିଜେ ଛାଡିବାକୁ ଯିବେ ଆଉ ସତ କଣ ଜାଣିବେ ।

ସରିତାକୁ ଡାକି କଥା ହେଲେ …

To be continued…….


Promo: ( ସରିତା ର ବାପା , ସନ୍ଧ୍ୟା କୁ ପଚାରେ କି କୁମାର କାହିଁକି ଆସିନିପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..

Page:

Page-115 <<>> Page-117






Follow my Blog and find Smruti Tume Sradhanjali Part-116



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_116Smruti+tume+sradhanjali+in+odia+by+kumars+diary+part+116

Facebook Comments

Put your Valuable feedback