ସରିତାର ବାପା:- ସରିତା ଟିକେ ଶୁଣିଲୁ ।
ସରିତା:- ହଁ ବାପା !! ମୋ ପାଖରେ କଣ କାମ ଥିଲା କି ??
ସରିତାର ବାପା:- ତୁ ପରା ଆଜି ଭୁବନେଶ୍ୱର ଯିବାର ଥିଲା । କେତେବେଳେ ଯିବୁ ??
ସରିତା:- ରାତି ୧୦.୩୦ ରେ ବସ୍ ଅଛି, ୧୦.୦୦ ଟା ବେଳେ ବାହାରିବି ସନ୍ଧ୍ୟା ଆସିବ ନବା ପାଇଁ ।
ସରିତାର ବାପା:- ସନ୍ଧ୍ୟାକୁ ମନା କରିଦେ, ମୁଁ ତତେ ନେଇକି ଛାଡି କି ଆସିବି ।
ଏକଥା ଶୁଣି ସରିତା ଚିନ୍ତାରେ ପଡିଗଲା ସେ ଯଦି ବସଷ୍ଟାଣ୍ଡ କୁ ଯିବେ ତାହାହେଲେ ସବୁ ଧରାପଡିଯିବ ।
ତାପରେ ସେ ସନ୍ଧ୍ୟାକୁ ଫୋନ କରି କହିଥିଲା, ସନ୍ଧ୍ୟା କୁମାରକୁ ଫୋନ କରି କହିଲା ।
କୁମାର ସନ୍ଧ୍ୟାକୁ କହିଲା ଚିନ୍ତା କରିବା କିଛି ଦରକାର ନାହିଁ । ସେ ବସ୍ ଆମ ଗାଁ ଦେଇକି ଯିବ ମୁଁ ବସଷ୍ଟାଣ୍ଡ ନଯାଇ ଆମ ଗାଁ ରେ ଚଢ଼ିବି । ତମେ ସବୁ ବସଷ୍ଟାଣ୍ଡରୁ ଆସିଯିବ, ଠିକ୍ ଅଛି !!
ଟାଇମ ହେଇଯାଇଥାଏ ସମସ୍ତେ ଆସି ବସଷ୍ଟାଣ୍ଡରେ ପହଞ୍ଚିଲେ ।
ଏପଟେ ସରିତାର ବାପା ବି ସରିତାକୁ ନେଇ ବସଷ୍ଟାଣ୍ଡ ରେ ପହଞ୍ଚିଲେ ।
ସନ୍ଧ୍ୟାକୁ ବାହାନା କରି ପଚାରୁଥାନ୍ତି…
ସରିତାର ବାପା:- ମା ସନ୍ଧ୍ୟା ସମସ୍ତେ ପହଞ୍ଚିଲେଣି ହେଲେ କୁମାର କାଇଁ ଆସିନି । ସେ କଣ ଯାଉନି କି ତମ ସହ ??
ବିଚାରି କଣ କହିବ ଜାଣିପାରୁନଥାଏ ।
To be continued…….
Promo: ( ସନ୍ଧ୍ୟା ପୁଣି Tenson ହେଇଗଲା । କାଳେ କିଛି ଅସୁବିଧା ହେବ ବୋଲି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-117
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_117
Smruti+tume+sradhanjali+in+odia+by+kumars+diary+part+117
Facebook Comments