ସନ୍ଧ୍ୟା:- ସେ କଥା କଣ କି ମଉସା କୁମାରଙ୍କ ଦେହ ଭଲ ନାହିଁ ତ
ସେ ଆସିବେନି ।
ତାପରେ ସରିତାର ବାପା ମନେ ମନେ ଭାବୁଥାନ୍ତି, ସମୀର କହୁଥିଲା କୁମାର ପ୍ଲାନ କରିଛି ହେଲେ ତାର ତ ଦେଖାନାହିଁ ବସ୍ ଛାଡିବା ଟାଇମ ହେଇଗଲାଣି ।
ତାହାଲେ ସେ ସମୀର ମୋତେ ମିଛ କହୁଥିଲା ।
ଇଏ କାଳେ କୁମାରର ଶତ୍ରୁ ହେଇଥିବ ସେଥିପାଇଁ ତା ନାଁରେ ମିଛ ସତ କହି ବଦନାମ କରୁଥିବ ।
ତାପରେ କିଛି ସମୟପରେ ବସ୍ ଛାଡିବା ବେଳେ ସରିତାର ବାପା ସମସ୍ତଙ୍କୁ ଭଲରେ ଯିବ ବୋଲି କହିଲେ ।
ବସ୍ କିଛି ବାଟ ଗଲାପରେ କୁମାରର ଗାଁ ପଡିଥାଏ, କୁମାର ବସ୍ ରେ ଚଢ଼ିଲା ।
ସମସ୍ତଙ୍କୁ ଏକା ସାଙ୍ଗରେ ଦେଖି ବହୁତ ଖୁସିହେଲା ।
ହେଲେ ସନ୍ଧ୍ୟା ଟିକେ ଟେନସନରେ ଥିଲା ଭଳି ଦେଖାଯାଉଥାଏ ।
କୁମାର ସନ୍ଧ୍ୟା ସହ କଥା ହଉଥାଏ ।
କୁମାର:- ଏଇ ବାୟାଣୀ ତମର କଣ ହେଇଛି ?? ତମ ମୁଁହ କାଇଁ ଶୁଖିଯାଇଛି ।
ସନ୍ଧ୍ୟା:- ତମେ ମୋ ପାଖରେ ବସ ତାପରେ କହୁଛି ।
କୁମାର ବସିଗଲା ସନ୍ଧ୍ୟା ପାଖରେ ।
ସରିତାର ବାପା ସରିତାକୁ ଛାଡିବାକୁ ଆସିଥିଲେ ଆଉ ମୋତେ ପଚାରିଲେ ।
କୁମାର କଣ ତମସହ ଯାଉନି କି ?? ଆଉ ମୁଁ କହିଲି ନାହିଁ ତାଙ୍କ ଦେହ ଖରାପ ଅଛି ସେ ଆସିବେନି ।
କୁମାର:- ବାୟାଣୀ, ବାୟାଣୀ ଟିକେ ବ୍ରେକ ମାର ।
ତମ କଥାରେ କମା ( , ) କି ଫୁଲଷ୍ଟପ ( । ) କିଛି ନାହିଁ ନା କଣ ?? ହେଲେ ଏଥିରେ ଏତେ ଟେନସନ ହେବା କଣ ଦରକାର ।
ସମସ୍ତଙ୍କୁ ଦେଖିଥିବେ ମୋତେ ଦେଖିନଥିବେ ସେଥିପାଇଁ ପଚାରିଥିବେ ।
To be continued…….
Promo: ( ସରିତା ର ବୋଉ କେଶବ ଆଉ ସରିତା ବିଷୟରେ ଜାଣିଛି, ପଢିବା Next Page ରେ… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-118
Follow My Pages:-
Thanks….
Smruti_tume_sradhanjali_in_odia_by_kumars_diary_part_118
Smruti+tume+sradhanjali+in+odia+by+kumars+diary+part+118
Facebook Comments