କୁମାର ତା ସାଙ୍ଗ ମାନଙ୍କୁ କହୁଥାଏ …
ଭାଇ ବାପା ହବାକୁ ଯାଉଛି । ହେଲେ ସବୁ ସାଙ୍ଗ କୁମାରକୁ ଆଶ୍ଚର୍ଯ୍ୟ ହେଇ ଚାହୁଁଥାନ୍ତି ।
ତାପରେ କୁମାର କହୁଥାଏ, ଆରେ କଣ ହେଲା ଏମିତି କାହିଁକି ଦେଖୁଛ ।
ସେ ଭିତରକୁ ଜଣେ କହୁଥାଏ …
ତୋତେ ଆମେ Bolero ରେ ବସିବା ପରଠୁ ପଚାରୁଛୁ ଏ ଭାଇ ଜଣକ କିଏ ତୁ ଜାଣିଲୁ କେମିତି ??
ଆରେ କ୍ଷମା କରିବରେ ଇଏ ହଉଛନ୍ତି ସାଗର ଭାଇ ମୋର ଦୂର ସମ୍ପକିୟ ଭାଇ, ୟାଙ୍କ ପାଖରେ ହିଁ କେଶବ ରହେ ।
ଆଉ ଗୋଟେ କଥା ଭାଇ, ବାପା ହବାକୁ ଯାଉଛି ।
ସମସ୍ତେ Congratulation ଜଣାଇଲେ, କିଛି ସମୟ କଥା ହେଲାପରେ ଘରେ ଆସି ପହଞ୍ଚି ଯାଇଥାନ୍ତି ।
କୁମାର ସାଗରକୁ କହୁଥାଏ ରହ ମୁଁ ଡାକୁଛି ଭାଉଜଙ୍କୁ ସମସ୍ତେ ଘର ଆଗରେ ଛିଡା ହେଇଥାନ୍ତି ।
କୁମାର:- ଭାଉଜ କବାଟ ଖୋଲ । କଣ ମ ଖୋଲୁନ, ଜଲଦି ଖୋଲ ।
ଭାଉଜ କବାଟ ଖୋଲି …
ଭାଉଜ:- ଏମିତି କବାଟକୁ କାଇଁ ଠକ ଠକ କରୁଛ?? calling bell ଅଛି ଦେଖାଯାଉନି ନା କଣ??
ଭାଉଜ କୁମାର କୁ ଭଲରେ ଚିହିଁ ପାରିନଥିଲେ, ଯେତେବେଳେ ସାଗର କୁ ଆଉ କୁମାର ର ସାଙ୍ଗ ମାନଙ୍କୁ ଦେଖିଲା ପରେ କୁମାର କୁ କହିଲେ, ଆରେ କୁମାର !! ତମେ ତ ପୁରାପୁରି ଅଲଗା ଲାଗୁଛ ।
ମୁଁ ଚିହିଁ ପାରିଲିନି ଖରାପ ଭାବିବନି । ଆସ ଆସ ଭିତରକୁ ଆସ ! ତମେ ସମସ୍ତେ ବି ଆସ ।
ଏହା ଦେଖି ସାଗର କହୁଥାଏ …
Thanks….
Smruti+tume+sradhanjali+in+odia+by+kumars+diary+part+121