ସାଗର:- ମୋତେ ଆଉ ଡାକିବନି କି ??
ହଁ ଦିଅର ଆସିଗଲା, ସ୍ଵାମୀ କୁ କିଏ ପଚାରେ।
ପ୍ରଗତି(ଭାଉଜ):- ତମେ ଏ ଘରର କୁଣୀଆ କି ତମକୁ ଡାକିବି ଯେ ଆସିଲେ ଆସ, ନହଲେ ନାହିଁ ।
ତାପରେ ସମସ୍ତେ ଭିତରକୁ ଗଲେ ବହୁତ ଖୁସି ମଜା କରିଲେ ।
କୁମାର:- ଭାଉଜ” ବାବା ମା ଶୋଇଛନ୍ତି ନା କଣ ??
ମୁଁ ଆସିବି ବୋଲି କିଛି କହିନ ତ ।
ଭାଉଜ:- ନାହିଁ ବାବା ମା ଙ୍କୁ କିଛି କୁହାହେଇନି ।
କୁମାରର କଥା ସରିବାପରେ ସମସ୍ତଙ୍କୁ ନେଇଯାଇଥାଏ ଯାର ତାର ରୁମକୁ ।
ଘର ବହୁତ ବଡ ଥାଏ ।
ଗୋଟିଏ ରୁମରେ କେଶବ ଆଉ ଗୋଟେ ରୁମରେ ବାବା ମା ଆଉ ଗୋଟେ ରୁମ ଖାଲି ଥିଲା, ସେଠି ନାନୀମାନେ ରହିଲେ।
କେଶବ ରୁମରେ ସବୁସାଙ୍ଗମାନେ ସମସ୍ତେ ଟିକେ ବିଶ୍ରାମ କଲେ ।
ବିଶ୍ରାମ କଲାପରେ ସକାଳ ହେଇଯାଇଥାଏ ।
ସମସ୍ତେ ଶୋଇଥାନ୍ତି କୁମାର ଉଠି ପଡିଥାଏ ।
ସେ ବାବା ମା ଶୋଇଥିବା ରୁମ ଆଡ଼କୁ ଗଲା କବାଟ ଖୋଲି ଦେଖିଲା ଦୁଇଜଣ ଶୋଇଛନ୍ତି ।
ଦୁଇଜଣଙ୍କ ପାଦ ଧରି ପ୍ରଣାମ କଲା ଏହି ସମୟରେ ଦୁଇଜଣଙ୍କ ନିଦ ଭାଙ୍ଗିଯାଇଥାଏ ।
ସେ କୁମାରଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ ।
ବାବା:-ମୁଁ ଏ କଣ ଦେଖୁଛି ଶାନ୍ତନୁ!!
ତୁ ଆସିଛୁ , ମୁଁ ସ୍ବପ୍ନ ଦେଖୁନି ତ??
ଆରେ ବୈଶାଳୀ, ଦେଖ ଆମ ଶାନ୍ତନୁ ଆସିଛି, ଦେଖ ତମେ ଦେଖ !!
To be continued…….
Promo: ( ଶାନ୍ତନୁ ନିଜ ପରିସ୍ଥିତି କୁ ବାପା ମା ଆଗରେ କହୁଛି , ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-122
Thanks…
Smruti+tume+sradhanjali+in+odia+by+kumars+diary+part+122
Smruti_tume_sradhanjali_in_odia_by_kumars_diary_part_122