କୁମାର:- ଏମିତି ଅଜଗର ସାପ ପରି କାଇଁ ମୋଡି ହଉଛ ।
ଧୀରେ ରହୁନ ।
ମୁଁ କଣ ତମକୁ ଖାଇ ଯାଉଛି !! ଖାଲି ଗୋଟେ Kiss କରିବି ହେଲା ।
ସନ୍ଧ୍ୟା:- ଦୁଷ୍ଟ କୋଉଠି କାର ଗୋଟେ kiss ହେଲା ଯେମିତି ଦୁଇଟା ନ ହବ ।
କୁମାର:- ଠିକ ଅଛି ବାୟାଣୀ ।
ଏହି ସମୟରେ ଭାଉଜ ଆସି ପହଞ୍ଚି ଯାଇଥାନ୍ତି ।
ଭାଉଜ:- ମୁଁ ବୋଧେ ଭୁଲ ଟାଇମ ରେ ଚାଲିଆସିଲି । ମୁଁ ଯାଉଛି ।
କୁମାର:- ଆଉ କାହିଁକି ଯିବ ଆସିଲଣି ଯେତେବେଳେ, କୁହ କଣ କାମ ଥିଲା ।
ଭାଉଜ:- କିଛି ନାହିଁ ମୁଁ ଦେଖିବାକୁ ଆସିଥିଲି କି ସନ୍ଧ୍ୟା ଉଠିଲେଣି କି ନାହିଁ ।
କୁମାର:- ହଉ ଆସିଛ ଯେତେବେଳେ କଥା ହୁଅ । ମୁଁ ଆସୁଛି ।
ସନ୍ଧ୍ୟାକୁ, କୁମାର ଧିରେ କହୁଥାଏ Kiss ଟା ବାକି ରହିଲା ପରେ ଦବ ହେଲା ।
ଭାଉଜ:-କଣ ଫୁସୁର ଫାସୁର ହେଇକି କହୁଛ ।
କାଇଁ କିଛି ନାହିଁ ତ!! ତମକୁ ତ ସବୁ ଶୁଭିଯାଉଛି ।
ମୁଁ ଆସୁଛି ।
କୁମାର ଗଲା ପରେ ..
.
ସନ୍ଧ୍ୟା:- ଭାଉଜ କଣ କହିବ ପରା କୁହ ।
ଭାଉଜ:- ତମେ ଜାଣିଛ ସନ୍ଧ୍ୟା?? କୁମାର!! ଦେଖିବାକୁ ଟିକେ ଅଲଗା ଲାଗୁଛନ୍ତି ହେଲେ ତାଙ୍କ ଚଗଲାମୀ ଜମାରୁ ବଦଳିନି ।
ଆଗ ଯେମିତି ଥିଲେ ଏବେ ବି ସେମିତି ହେଲେ ଭାରି ଭଲ ପିଲାଟେ
। ହେଲେ ତମେ ଭାଉଜ!!!
ଭାଉଜ କଣ ଡାକୁଛ ମୋତେ?? ମୁଁ ପରା ତମ ଅପା ହେବି ।
Thanks….
Smruti_tume_sradhanjali_in_odia_by_kumars_diary_part_125
Smruti+tume+sradhanjali+in+odia+by+kumars+diary+part+125