(ଦୁଃଖରେ )
ସେଦିନ ମୁଁ ଆଉ ମୋ ସ୍ତ୍ରୀ ମେଡିକାଲ ରେ ଥିଲୁ, ମୋ ପୁଅ ମାନେ “ଶାନ୍ତନୁକୁ” କ୍ୟାନ୍ସର ହୋଇଥାଏ ।
ବଞ୍ଚିବାର କୌଣସି ଲକ୍ଷଣ ନଥିଲା ଶେଷରେ ତାର ମୃତ୍ୟୁ ହେଇଯାଇଥିଲା ।
ଏହା ମୋ ସ୍ତ୍ରୀ କୁ ଜଣା ନଥାଏ । ମୁଁ ତାକୁ ମିଛ କହିଥାଏ କି, ସେ ICU ରେ ଅଛି, ତାକୁ କେହି ଦେଖାକରିପାରିବେନି ।
ହେଲେ ଏମିତି ଗୋଟେ ଦିନ ଆମେ ମାର୍କେଟିଙ୍ଗ କରିବାକୁ ଯାଇଥାଉ ସେ ସମୟରେ ସାଗର ଆଉ କୁମାର ମାର୍କେଟିଙ୍ଗ କରୁଥାନ୍ତି ।
ସେ ସମୟରେ ମୋ ସ୍ତ୍ରୀ କୁମାରକୁ ଦେଖିନେଲା ।
ମୋତେ କହିଲା ତମେ ମିଛ କାହିଁକି କହିଲ ମୋ ପୁଅ ତ ଏଠି ଅଛି ଆସ ଦେଖିବ ।
ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ସେଇ ଚେହେରା ସେଇ ଆଖି ସେଇ ସମାନ ଉଚ୍ଚତା ମୁଁ ବି କିଛି ଭାବିପାରୁନଥାଏ ।
ମୋ ସ୍ତ୍ରୀ ଯାଇ କୁମାରକୁ ଜାବୁଡି ଧରି କାନ୍ଦିବାକୁ ଲାଗିଲା ।
କୁମାରକୁ କହୁଥାଏ ତୁ ଏଠି ଅଛୁ ତୋ ବାବା କହୁଛନ୍ତି, ତୁ ICU ରେ ଅଛୁ ।
ତୁ ଜାଣିଛୁ ମୁଁ ତୋତେ କେତେ ଦିନ ହେଲା ଦେଖିନି ମୋତେ କେତେ ଯୁଗ ଭଳିଆ ଲାଗୁଥିଲା ।
ସାଗର ଆଉ କୁମାର କିଛି ବୁଝିପାରୁନଥାନ୍ତି, ଆଶ୍ଚର୍ଯ୍ୟ ହେଇ ଦେଖିଥାନ୍ତି ।
ପଛପଟୁ ମୁଁ ସାଗର ଆଉ କୁମାରକୁ ମନା କରୁଥିଲି କିଛି ନକହିବାକୁ ।
ମୋ କଥା ମାନି ସେମାନେ କିଛି ନକହି ଚୁପ୍ ରହିଲେ ।
ହେଲେ ମୋ ସ୍ତ୍ରୀ ତାକୁ ଧରି ଘରକୁ ଯିବାକୁ କହିଲା ।
ସାଗର ତା ଘରକୁ ଗଲା କୁମାରକୁ ଆମେ ଆମ ଘରକୁ ନେଇକି ଆସିଲୁ ।
ହେଲେ ସେଦିନ ରାତିରେ ଓଲଟ ପାଲଟ ହେଇଗଲା ।
ମୁଁ କୁମାର ଡାକି କଥା ହଉଥାଏ ।
ଆଚ୍ଛା ବାବା ତମ ନା କଣ ?? ସେ କହିଲା କୁମାର ।
ତମେ କଣ କରୁଛ ସେ କହିଲା 10th ପଡୁଛି ଆମ ସ୍କୁଲ ଛୁଟି ହେଇଛି, ତ ମୋ ଭାଇ ସହ ମୁଁ ଏଠି ବୁଲିବାକୁ ଆସିଛି ।
Thanks….
Smruti_tume_sradhanjali_in_odia_by_kumars_diary_part_130
Smruti+tume+sradhanjali+in+odia+by+kumars+diary+part+130
This comment has been removed by the author.
Nice storyGood writing
ସମ୍ପୂର୍ଣ କବିତାଟି ପଢ଼ିଲି