କୁମାର:- ମା ଆଉ ଖୁଡି ମୁଁ ତମ ଦୁଇ ଜଣ ପାଇଁ ଗୋଟେ ଜିନିଷ ଆଣିଛି ।
ଖୁଡି:- କଣ ଆଣିଛ ??
କୁମାର:- Chocolate ଆଣିଛି, ନିଅ ।
ମା:- ଏ ସବୁର କଣ ଦରକାର ଥିଲା ।
କୁମାର:- କଥା କଣ କି ମା, ମୁଁ ଶୁଣିଥିଲି କି ? ଯଦି ନିଜର ପରିବାରର କେହି ବାହାରକୁ ଯାଇଥାଏ, ତାହାଲେ ସିଏ ଫେରିଲାବେଳେ ତାର ପରିବାର ଲୋକଙ୍କ ପାଇଁ କିଛି ନେଇକି ଆସିଥାଏ ।
ମୁଁ ପ୍ରଥମ ଥର ଯେବେ ଘରକୁ ଆସିଥିଲି କିଛି ଆଣିନଥିଲି ଆଉ ଆଜି ଯେତେବେଳେ ଆସିଲି ଖାଲି ହାତରେ କେମିତି ଆସିଥାନ୍ତି ।
ମା:- ହଉ ଠିକ ଅଛି ।
ଖୁଡି:- କୁମାର ଆଜି ବି ତମେ ଆମ ଘରେ ରହିବ ନା ?
କୁମାର:- କ୍ଷମା କରିବ ଖୁଡି ଆଜି ରହିପାରିବିନି । ଘରେ ବି କହିନି ଚାଲିଆସିଛି ।
ତାପରେ ଦୀପାକୁ ତାଙ୍କ ଘରେ ଛାଡିବାର ଅଛି । ଆଉ କେତେବେଳେ ଆସିଲେ ରହିବି ।
ଖୁଡି:- ରହିଥିଲେ ଭଲ ହୁଅନ୍ତା, ତମେ ଯେବେ ପ୍ରଥମ କରି ଆସିଥିଲ ମୁଁ ତ ବହୁତ ଖୁସି ଥିଲି ।
ତମ ଦାଦା ତ କୁହନି ତମ କଥା ରାତିସାରା କହୁଥାନ୍ତି । ତମେ ଯୋଉ ଓକିଲ କୁ ଚାପୁଡ଼ା ମାରିଥିଲ ସେଇ କଥା ବି କହୁଥିଲେ ।
Thanks….
Facebook Comments