ଯେତେବେଳେ ଜାଣିଲି ସନ୍ଧ୍ୟା ବି ମୋତେ ଭଲ ପାଉଛି ,ସେବେଠୁ ରାଗ ଟିକେ କମି କମି ଆସିଲା । ଆଉ ଭଲ ପାଇବା ବଢି ବଢି ଚାଲିଲା ।
ତାପରେ ସବୁ ସାଙ୍ଗ ମାନେ ଜୋକ ଭଳି ମୋ ପଛରେ ଲାଗିଗଲେ ଆଉ ସନ୍ଧ୍ୟାକୁ ଭଲ ପାଇବାକୁ ବାଧ୍ୟ କଲେ ।
ଏପଟେ ମୁଁ ବି ସନ୍ଧ୍ୟାକୁ ପରୀକ୍ଷା କରୁଥାଏ, ସେ ସୁଖରେ ଆଜି ମୋତେ ଭଲ ପାଉଛି, କାଲି ଯଦି ଦୁଃଖ ଆସିବ, ମୋତେ ଛାଡ଼ିଦବନି ତ ? ସେଥିଲାଗି ଆପେକ୍ଷା କରିବାକୁ ପଡିଲା ।
ମୁଁ ସିନା କଷ୍ଟ ଦଉଥିଲି ହେଲେ ମୁଁ ଭିତରେ ବହୁତ କଷ୍ଟ ପାଉଥିଲି । ଆଉ ଏବେ ତାକୁ ଛାଡିକି ଗୋଟେ ମିନିଟ ବି ବଞ୍ଚି ପାରିବିନି ।
ଦୀପା:- ସତରେ କୁମାର ସନ୍ଧ୍ୟା ବହୁତ Lucky ଯେ ତମ ଭଳି ଗୋଟେ ପୁଅଟେ ତାକୁ ମିଳିଛି ।
କୁମାର:- ହଉ ଛାଡ଼ ସେ କଥା ଏବେ କୁହ ଆକାଶ କୁ କେବେ ବାହା ହଉଛ ?
ଦୀପା:- ଘର ଲୋକ ଯେବେ କହିବେ ମୁଁ ତ ଘରେ କହିନି ପଢ଼ା ସରିବା ପରେ ଘରେ କଥା ହେଇକି ବାହାଘର Final କରିବାକୁ ପଡିବ । କୁମାର ଆମ ଘର ଆସିଗଲା ।
କୁମାର:-କାଇଁ କୋଉଠି ତମ ଘର ।
ଦୀପା:- ଆଗରେ ଗୋଟେ ଟଗର ଗଛ ଅଛି ଦେଖ ବାଡ଼ ଦିଆହେଇଛି । ସବୁଜ କଲର ଦିଆ ହେଇଛି ସେଇଟା ହେଉଛି ଆମ ଘର ।
Thanks….
Facebook Comments