Smruti Tume Sradhanjali (A true Story ) Page-94

ସେମାନେ ଗଲାପରେ ଦାଦାଙ୍କୁ ଖୁଡି ପଚାରିଲେ ସେମାନେ କଣ ପାଇଁ ଆସିଥିଲେ ??

ଦାଦା କହିଲେ ସେମାନେ ସନ୍ଧ୍ୟାକୁ ଦେଖିବାକୁ ଆସିଥିଲେ । ଖୁଡି କହିଲେ ହେଲେ ସନ୍ଧ୍ୟା କୁମାରକୁ ଭଲପାଉଛିନା ଆଉ ତମେ ବି ରାଜିଥିଲ । 

ପୁଣି କଣ ହେଲା ?? ସନ୍ଧ୍ୟା ପାଇଁ ଆଉ କୋଉଠି ଠିକ୍ କାହିଁକି କରୁଛ ??

 ତାପରେ ବୋଉ, ଖୁଡି, ଜେଜେମା, ଜେଜେବାପା ସହ ଦାଦାଙ୍କ ଝଗଡା ଆରମ୍ଭ ହେଇଗଲା ।

 ଦାଦା କହୁଥାନ୍ତି, କୁମାର ପାଖରେ କଣ ଅଛି । ତାଙ୍କର ଭଲ ଘର ଅଛି ନା ଜମି ଅଛି ନା ଟଙ୍କା ରଖିଛନ୍ତି ।

 ସମୀର ଜଣେ Business Men ଆଉ ପାଣି ଫିଲଟର କମ୍ପାନୀର ମ୍ୟାନେଜର ମଧ୍ୟ ଅଛି । ତାଙ୍କ ଘରକୁ ଗଲେ ସନ୍ଧ୍ୟା ଖୁସିରେ ରହିବ ।

କେହିବି ତାଙ୍କ କଥାରେ ସହମତି ନଥିଲେ, ପ୍ରଥମେ ମୁଁ ତମକୁ ଜଣେଇବାକୁ ଚାହୁଁନଥିଲି । 

ହେଲେ ଦାଦାଙ୍କ କଥା ବାର୍ତ୍ତା ଦିନକୁ ଦିନ ବଢିଯିବାରୁ ମୁଁ ତମକୁ ସେଦିନ Call କରୁଥିଲି ।

 ଦାଦା ସେସବୁ ଦେଖି ମୋ ମୋବାଇଲ ଛଡେଇନେଇ ଭାଙ୍ଗିଦେଲେ ଆଉ କହିଲେ କୁମାର ସହ ଦେଖାକରିବୁନି କି କଥା ହେବୁନି ଏମିତି କି କୁମାର କୋଉ ଜିନିଷ ବି ଘରେ ଯେମିତି ମୁଁ ଦେଖିବାକୁ ନପାଏ । 

ତାପରେ ତମେ ଦେଇଥିବା ସବୁ ଜିନିଷ ଜାଳିଦେଲେ । 

ଆମ ଦୁଇଜଣଙ୍କ ହୋଡିଙ୍ଗ ବି ଜାଳିଦେଲେ, ଆଉ ଶେଷରେ କଲେଜ ଆଉ ଟିଉସନ ଯିବା ବି ବନ୍ଦ କରିଦେଲେ ।



To be continued…….


Promo: (ଟଙ୍କା ପାଈଁ ,ସନ୍ଧ୍ୟା ର ବାହାଘର ,ସମୀର ସାଙ୍ଗରେ କରିବାକୁ ଚାହୁଁଛନ୍ତି , ଦାଦା !! , ପଢିବା next page ରେ…… )

                

କୁମାର ଙ୍କ Personal Diary ରୁ……..

Pages:





Follow my Blog and find Smruti Tume Sradhanjali Part-94



Follow My Pages:- 

Thanks….

Smruti+tume+sradhanjali+in+odia+by+kumars+diary+part+94

Leave a Reply

Your email address will not be published. Required fields are marked *