Monthly Archives: March 2020
Lifestyle Changing Thoughts(O) – 18
LCT-97:
କେତେ ଲୋକ କପଡା ଦେଖି ଅନ୍ୟ ମାନଙ୍କ ସାଙ୍ଗରେ ଖରାପ ବ୍ୟବହାର କରନ୍ତି।
କିନ୍ତୁ ସେ ଲୋକକୁ ଅନ୍ୟ ଲୋକର କାମ ଆଉ ତାର ଭଲ ବ୍ୟବହାର କୁ ଦେଖିବା ଦରକାର ।
ପ୍ରକୃତରେ ଏଠି ସମ୍ମାନର ସଦୁପଯୋଗ ହୋଇଥାଏ ।
LCT-98:
ଆଗକୁ ହେବାକୁ ଥିବା କିଛି ମହତ୍ୱପୂର୍ଣ୍ଣ କାର୍ଯ୍ୟ କୁ ଭାବି ଆମେ ବହୁତ ଚିନ୍ତା ରେ ପଡିଯାଉ ।
ପ୍ରକୃତରେ ସେହି କାର୍ଯ୍ୟ ବିଷୟରେ ବେଶି ଭାବିବା ଠିକ ନୁହେଁ , ଆଉ ସେହି କାର୍ଯ୍ୟ ସମୟ ଆସିଲେ ସରଳ ହେଇଯିବ ।
LCT-99:
Mobile ର ନୂଆ Update ଯେବେ ଆସେ ତେବେ ସମସ୍ତେ ଖୁସି ହୁଅନ୍ତି ।
ସେହିପରି ସମ୍ପର୍କରେ ଯେବେ ଖୁସି ଖବର ଆସେ ତେବେ ସେହି ଖୁସି ଖବର ନେଇ ଜୀବନର କିଛି ନୂଆ କରିବାକୁ ଚେଷ୍ଟା କରନ୍ତୁ ଦେଖିବେ ସମ୍ପର୍କ ଆହୁରି ଶକ୍ତିଶାଳୀ ହେଇଯିବ ।
LCT-100:
ଖରାପ କାମ କର ନାହିଁ ଆଉ ଫଳସ୍ୱରୂପ ଦଣ୍ଡ ମିଳିବ , ଏହି କଥା କୁ କିଛି ଲୋକ ବହୁତ ସରଳ ରେ କହି ଦିଅନ୍ତି ।
ସତ ଏହା ଯେ , ସେମାନଙ୍କ ନିଜ ଲୋକ ସବୁଠୁ ଅଧିକା ଭୁଲ କାମ କରନ୍ତି ।
LCT-101:
କେତେ ସାଙ୍ଗ ଆପଣଙ୍କ ସମସ୍ୟା ଦେଖି ବିନା ସମୟ ନଷ୍ଟ କରି ଆପଣଙ୍କ ଘରେ ପହଞ୍ଚି ଯାଆନ୍ତି ।
ଏଇଟା ଭାବିବା ଭୁଲ ଯେ ସେମାନଙ୍କ କିଛି ସ୍ୱାର୍ଥ ଅଛି । କିନ୍ତୁ ପ୍ରକୃତରେ ସେହି ସାଙ୍ଗ , ସାଙ୍ଗର ମୂଲ୍ୟ ଆଉ ମହତ୍ଵ ଜାଣିଥାଏ ।
Lifestyle Changing Thoughts (H) – 18
LCT-97:
कुछ लोग कपड़े को देखकर
दूसरे के साथ बुरा ब्यबहार करते हैं ।
परंतु उन लोगो को दूसरे आदमी के काम
और उसके अच्छा ब्यबहार को देखना चहिए ।
उस जगह *”सम्मान”* की सही उपयोग होगा।।
LCT-98:
आगे होने बाले कुछ महत्वपूर्ण कार्य को सोचकर हम बहुत तनाब में रहते है ।
असल में उस कार्य के बारे में ज्यादा सोचो मत, वह कार्य समय आने पर बहुत सरल हो जाएगा ।
LCT-99:
मोबाइल की नया Update जब आता है तो सब उत्सुकता से अपडेट करके उसका नए तरीके से आनंद लेते हैं।
उसी तरह संपर्क में जब कभी अच्छा संदेश आता है तो उसी संदेश से खुस हो कर जीबन का नबनिर्माण कीजिये, बह संपर्क और बेहतर बन जाएगा।
LCT-100:
गलत काम मत करो और करने पर कड़ी से कड़ी सजा देंगे, ये बात कुछ लोग दूसरे को बहुत सरल से बोल देते हैं ।
सच बात तो ये है कि ! उसके अपने लोग ही सबसे ज्यादा गलत काम करते हैं ।
LCT-101:
कुछ बंधु आपकी समस्या दिखने पर ! बह निसंदेह आपके द्वार पर पहुंच जाते होंगे।
यह नहीं कि उनका कोई स्वार्थ है, परंतु बह बंधुत्व का मूल्य और उसको निभाना जानते हैं ।
ଓଡିଆ କବିତା…୧
ଲୁହରେ କରିଛି ଘର
ଏଇ ଜନମରେ ତୁମ ସାଥି ମୁଁ,
ହୋଇ ତ ପାରିଲି ନାହିଁ,
ଆର ଜନମରେ ହେବି କି ନ ହେବି
କିଛି ମତେ ଜଣା ନାହିଁ …
ତୁମେ କହିଥିଲ ପଛକଥା ସବୁ
ଭୁଲି ଯାଅ ଧୀରେ ଧୀରେ,
କେତେ କଷ୍ଟ ଯେ ଭୁଲିବା ତୁମକୁ
ଖୋଜେ ପ୍ରତି ମୁହୂର୍ତ୍ତରେ …
ବୁଝାଇ କହିଲ ଯେତେବେଳେ ତୁମେ
ବୁଝି ଯାଇଥିଲି ମୁହିଁ,
କିନ୍ତୁ ସ୍ବପ୍ନ ର ଛାୟା ରେ ଘୁରି ବୁଲେ ଖାଲି
ତୁମକୁ ପାଇବା ପାଈଁ…
ପଛ କଥା ଭୁଲି ଖୁସିରେ ଦି ପାଦ
ଆଗକୁ ମୁଁ ଚାଲିଗଲି,
ସେହି ଖୁସି ପୁଣି ଦୁଃଖ ଦେବ ବୋଲି
ଏବେ ମୁଁ ଜାଣି ପାରିଲି …
ଲୁହରେ ଭିଜି ମୁଁ, ଲୁହକୁ ପିଇ ମୁଁ
ଲୁହରେ କରିଛି ଘର,
ସେହି ଲୁହ ପୁଣି ତୁମ ସ୍ମୃତି ନେଇ
ଆଙ୍କେ ଛବି ବାରମ୍ବାର …
ଛବି ଦେଖି ଆଜି ଭାବେ ମୁଁ ସଖା ହେ
ପାଖେ ପାଖେ ଅଛ ମୋର,
ହେଲେ ମୋ ଭାବନା ସବୁ ବାଟବଣା
ତୁମେ ଯେ ହେଇଛ ଆଉ କାହାର …
ତୁମ କଥା ଭାବି ଆଖିରୁ ନିଦ ମୋ
କେବେଠୁ ଯାଇଛି ହଜି,
ହେଲେ ତୁମେ ଆଉ କାହା ସ୍ବପ୍ନ ପାଈଁ,
ଭୁଲିଛ ମୋ ସ୍ମୃତି ଆଜି …
ମିନ୍ମୟୀ ବେହେରା ଙ୍କ କବିତା ପୃଷ୍ଠାରୁ……
Prema Eka Bhabanara – 03 (Anutapa "ଅନୁତାପ")
![]() |
Prema Eka Bhabanara – 03 (Anutapa “ଅନୁତାପ”) |
ଅନୁତାପ
ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ ।
ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି ।
ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ ।
ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ ।
ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।
କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ ।
“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।
ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ ।
ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ…..
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।
କବିତା ପୃଷ୍ଠାରୁ……..
anutapa_odia_poem
Bhuyans blog
ଅଦୃଶ୍ୟ ତାରା By Manoj
![]() |
Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”) |
କବିତା ପୃଷ୍ଠାରୁ……..
adrushya_tara_odia_poem
Bhuyans blog
Smruti Tume Sradhanjali – 194
ମୋର Love ରେ କୌଣସି ଅଭିଜ୍ଞତା ନାହିଁ ତଥାପି ମୋ ମତରେ ଏହା ହିଁ ଠିକ୍ । ଆଜି ମୁଁ ମୋ ବାୟାଣୀର ସବୁ ଇଚ୍ଛା ପୂରଣ କରିସାରିଛି । ସେ ପ୍ରକୃତରେ ମୋ ପାଖରେ ନାହିଁ କିନ୍ତୁ ସେ ସବୁଦିନ ମୋ ପାଖେ ପାଖେ ଅଛି । ଆଉ ଆଜି ମଧ୍ୟ ତାର ଜନ୍ମ ଦିନ ରେ ସେଇ ଜାଗାରେ ଯାଇ ବସେ। ଆଉ ତା ସହିତ ମୁଁ କଥା ହୁଏ ଆଉ ସେ ମୋ ସହିତ । କୋଉଠି ଜାଣିଛ ? ଯେଉଁଠି ସନ୍ଧ୍ୟା ଆଉ ମୁଁ ପ୍ରଥମେ କଥା ହେଇଥିଲୁ । ସେ ମୋତେ କହିଥିଲା “ମୁଁ ଖୁବ ଶୀଘ୍ର ତମ ପାଖକୁ ଫେରି ଆସିବି” ଆଉ ତାର ଅପେକ୍ଷା ରେ ଆଜି ପର୍ଯ୍ୟନ୍ତ ମୁଁ ସବୁ ଯାଗାରେ ଆଉ ସବୁ ସମୟରେ ସଫଳ ହୋଇ ଆସିଛି । ମୋର ଆଶା ସେ ତା କଥା ରଖିବ ଆଉ ସେ ମୋ ପାଇଁ ନିଶ୍ଚୟ ଫେରିବ ।
I Love You Sandhya….. & Miss You Lot…..
ମୋ କାହାଣୀ ଯାତ୍ରା ର ସଫଳତା ପଛରେ ଦୁଇ ଜଣଙ୍କର ହାତ ରହିଛି । ସେମାନେ ହେଉଛନ୍ତି Mr. & Mrs. Bhuyan ସେମାନଙ୍କୁ ଯେତେ ବି ଧନ୍ୟବାଦ ଜଣେଇଲେ କମ୍ ପଡିବ । ମୁଁ ଭାବୁଥିଲି ଯେ ମୋର ଏହି କାହାଣୀ କୁ ସମସ୍ତଙ୍କ ପାଖରେ କେମିତି ପହଞ୍ଚେଇବି । କିନ୍ତୁ ମୁଁ ଭାବେ ସଫଳ ହେବା ପଛରେ ମୋ ସନ୍ଧ୍ୟା ର ହାତ ଅଛି ଆଉ ସେ ଠିକ୍ ରାସ୍ତା ଦେଖେଇଛି । ମୋର କାହାଣୀ କୁ Mr. & Mrs. Bhuyan ଙ୍କୁ ପସନ୍ଦ ଲାଗିଲା ଆଉ ସେଥିପାଇଁ ସେ Bhuyans Blog ରେ ମୋ କାହାଣି କୁ Publish କରିଲେ। ସେଥିପାଇଁ ମୁଁ ବହୁତ ଖୁସି । ଭଗବାନ ଙ୍କ ପାଖରେ ମୋର ଏତିକି ପ୍ରାଥନା ଯେ ତାଙ୍କର ବୈବାହିକ ଜୀବନ ସୁଖମୟ ହେଉ ଏବଂ ସେମାନଙ୍କ ଚଲାପଥ କୁସୁମିତ ହେଉ । ଆଶା କରେ ଏହି କାହାଣୀ ଟି ଆପଣଙ୍କ ମନ କୁ ନିଶ୍ଚୟ ଛୁଇଁଥିବ । ଆଉ ମୋର ବିଶ୍ୱାସ ଯେ ଏହି କାହାଣୀ ପଢ଼ିଲା ପରେ ଆପଣ ଆପଣଙ୍କ ସାଙ୍ଗ ଆଉ ନିଜ ପ୍ରିୟଜନ ପାଖକୁ ନିଶ୍ଚୟ Share କରିବେ ।
କାହାଣି କୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢି ନିଜର ମତାମତ ଜଣାନ୍ତୁ ଏବ ଯେଉଁ ବନ୍ଧୁ ମାନେ ମୋର କାହାଣୀ କୁ ପୁରା ପଢ଼ିଛନ୍ତି ସେମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ।
Smruti Tume Sradhanjali (A true Story ) Page-193
Thanks….
Smruti_tume_sradhanjali_in_odia_by_kumars_diary_part_193
First Love (ପ୍ରଥମ ପ୍ରେମ)
![]() |
First Love (ପ୍ରଥମ ପ୍ରେମ) |
ସୁନେଲି ସପନ ଭାଙ୍ଗି ଗଲା ଯେବେ,
ସରିଗଲା ଜହ୍ନ ରାତି…
ସପନର ଦୃଶ୍ୟ ଅଧା ରହିଗଲା
ମନ ହୋଇଗଲା ଦୁଃଖି…
ମନ ଦେଇ ମୁଁ ପାଇଥିଲି ଭଲ
ମୁଁ ହିଁ ଜାଣେ ସେ ବେଦନା…
ଦୁନିଆ ଆଖିରେ ହସୁଅଛି ସିନା
ଅନ୍ତରେ ବିରହ କାନ୍ଦଣା…
ଅଭୁଲା ଅତୀତ ଆଖି ଅନ୍ତରରେ
ଲୁହ ହୋଇ ବହିଯାଏ…
ମନର ବେଦନା ନ ବୁଝି ସମାଜ
ପାଗିଳିନୀ ବୋଲି କୁହେ…
ଦିନ ବିତିଯିବ ସମୟ ସ୍ରୋତରେ
ଲିଭିଯିବ ସବୁ ଚିହ୍ନ…
ସ୍ମୃତି ରହିଯିବ ହୃଦୟ କନ୍ଦରେ
ଥିବ ଯେତେ ଦିନ ଏ ଜୀବନ…
ପୁନେଇ ରାତିର ଚକା ଜହ୍ନ ପରି
ହୃଦୟେ ପ୍ରଥମ ପ୍ରେମ…
ପ୍ରଥମ ପ୍ରେମ ଯେ ରହିଥିବ
ସଦା ମନରେ ମୋ ଚିର ଦିନ…
କିଏ କେବେ କଣ ପ୍ରଥମ ପ୍ରେମକୁ
ହୃଦୟରୁ ପାରେ ଭୁଲି…
ସମୟର କୋଳେ ହଜିଯିବ ସବୁ
ସ୍ମୃତି ରହି ଯିବ ଖାଲି…