Smruti Tume Sradhanjali (A true Story ) Page-133

କୁମାର ବାବା ଆଉ ମା କୁ କହୁଥାଏ …

କୁମାର:- ହେଲେ ବାବା,ମୋର ଆଉ ଗୋଟେ କଥା ରଖିବ !! ମୁଁ ବହୁତ ରିକ୍ସ ନେଇ ଗୋଟେ ବଡ଼ ଭୁଲ କରିଦେଇଛି, ମୋତେ ଟିକେ ସାହାଯ୍ୟ କରିବ Please ।

ବାବା:- ଆରେ କଥା ଟା କଣ କହ ? ତୁ ଏମିତି କଣ ଭୁଲ କରିଦେଇଛୁ କି ??

କୁମାର:- ସେ କଥା କଣ କି ? କେଶବ ସରିତାକୁ ଭଲପାଉଛି !! ହେଲେ ସରିତାର ବାପା ନିଜ ଗର୍ବ ଅହଙ୍କାର ରେ ଅନ୍ଧ ହେଇ ଏମାନଙ୍କ ଭଲପାଇବାକୁ ବୁଝି ପାରୁନାହାନ୍ତି ।
 ନିଜର Status ଦେଖେଇ ହଉଛନ୍ତି । 
ହେଲେ ଏମାନେ ଦୁହେଁ ଦୁଇଜଣଙ୍କୁ ପାଇ ଖୁସିରେ ରହିବେ, ତାହାଲେ ତାଙ୍କର ବାହାଘର କରିଦେବା କଥା ନା ?? 
ହେଲେ ସେ କେଶବ ଗରିବ ବୋଲି ତା ସହ ବାହାଘର ନକରି ଅଲଗା ଯାଗାରେ ଠିକ କରିଥିଲେ । 

ହେଲେ ମୁଁ ଏମାନଙ୍କ ଅଲଗା ହବା ଦେଖିପାରିଲିନି । 

ସେଥିପାଇଁ ଆମେ ସମସ୍ତେ ମିଶିକି ସରିତାକୁ ଏଠିକି ନେଇଆସିଛୁ ।

 ଏବେ ତମେ କୁହ କଣ କରିବା ।

ବାବା:-କଥା ଯାଇକି ତାହାଲେ ଏଇଠି ।

 ମୁଁ କେଶବକୁ ଆସିବା ଦିନଠୁ ଦେଖୁଛି, ସେ ଉଦାସ ହେଇକି ରହୁଛି ହେଲେ କାମରେ ସେ କେବେ ବି ହେଳା କରିନି ।

 ତୁ ଯମା ବ୍ୟସ୍ତ ହୁଅନା । ମୁଁ ନିଜେ ଏ ବାହାଘର କରିବି । କାଲି ସେମାନଙ୍କ ବାହାଘର ମନ୍ଦିରରେ ହବ ।
To be continued…….


Promo: (ସନ୍ଧ୍ୟା ଛେନାପୋଡ଼ ଚୋରି କରି ଖାଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..




Follow my Blog and find Smruti Tume Sradhanjali Part-133



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_133
Smruti+tume+sradhanjali+in+odia+by+kumars+diary+part+133

Smruti Tume Sradhanjali (A true Story ) Page-132


କୁମାର:- ମୋତେ ଆପଣମାନେ ଶାନ୍ତନୁ ବୋଲି ଡାକିପାରିବେ ।


 କାହିଁକିନା, ମୁଁ କାହାର ଦୁଃଖ ଦେଖିପାରେନା ।

ମା:- ମୁଁ ତ ତୋତେ ପୁଅ ଭଳି ଭାବିଛି, ମୋ ପୁଅ ମରିନି, ମୁଁ ତୋ ଭିତରେ ମୋ ପୁଅକୁ ଦେଖୁଛି ।

ଏଇ ତମେ ଶୁଣ (ବାବା ଙ୍କୁ) ତମେ ବି ୟା ଭିତରେ ଶାନ୍ତନୁକୁ ଦେଖୁଛ ନା ?

ୟାକୁ ଆମ ପାଖରେ ଆମରି ଘରେ ରଖିବା,  ଆମର ତ ଆଉ କିଏ ନାହିଁ ନା ଆମେ ମଲା ପରେ ଆମକୁ ପାଣି କିଏ ଦବ ?

କୁମାର:-ଆପଣ ଏମିତି କାହିଁକି କହୁଛନ୍ତି, ମୁଁ ଆପଣଙ୍କ ସହିତ ସବୁବେଳେ ରହିବି । ମୋ ଭାଇ ସାଗର କୁ କିଛି କାମ ମିଳୁନି ତାକୁ ଯଦି ଆପଣ କିଛି କାମ ଯୋଗେଇଦିଅନ୍ତ ତାହାଲେ ମୁଁ ଆପଣଙ୍କ ପାଖରେ ଋଣୀ ହେଇ ରହିବି ।

ବାବା:- ତୁ ଏମିତି କଣ କହୁଛୁ ମୁଁ ତ ଏ ହୋଟେଲ ଆଉ ମୋ ଘର ସବୁ ତୋ ନାଁ ରେ କରିଦଉଛି । ଆମର ଏସବୁ କଣ ହବ ଆମେ ମରିବାପରେ ଏସବୁ ସରକାର ନେଇଯିବ । ସେଥିପାଇଁ ମୁଁ ତୋ ନାଁ ରେ କରିଦଉଛି ।

ତାପର ଦିନ ସକାଳୁ ବାବା ରେଜିଷ୍ଟର ଅଫିସ ଯାଇ ତାଙ୍କ ସବୁ ସମ୍ପତ୍ତି କୁମାର ନାମ ରେ କରିଦେଲେ।

 ସାଗରକୁ ହୋଟେଲର ସବୁ ଦାଇତ୍ଵ ଦେଇଦେଇଛି ।

ଏବେ ଯେତେବେଳେ କେଶବକୁ ପଠେଇଲୁ ମୋ ପାଖକୁ । ସେ ତା ପରିଶ୍ରମରେ ଏଇ ନୁଆଁ ହୋଟେଲଟି ଖୋଲିଛି । ଏବେ ତମମାନେ ଜାଣିଲତ କୁମାର ହିଁ ଶାନ୍ତନୁ ବୋଲି।



To be continued…….


Promo: ( କୁମାର ର Idea ବିଷୟରେ ବାବା ଙ୍କୁ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-132



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_132
Smruti+tume+sradhanjali+in+odia+by+kumars+diary+part+132

Smruti Tume Sradhanjali (A true Story ) Page-131

ବାବା:- ତମ ଘରେ କିଏ କିଏ ଅଛନ୍ତି ??
କୁମାର:- ମୋ ବାବା, ବୋଉ ଆଉ ଭଉଣୀ ।
ବାବା:- ଠିକ୍ ଅଛି !! ତମେ ଜାଣିଛ ? ମୋ ସ୍ତ୍ରୀ ତମକୁ ! ମୋ ପୁଅ ଶାନ୍ତନୁ ଭାବି ତମକୁ ଆମ ଘରକୁ ଆଣିଛି । ତମେ ଆମ ଘରେ ରହିବ ।

କୁମାର:- ନାହିଁ ନାହିଁ ମୁଁ ଯଦି ଏଠି ରହିବି ମୋ ଘରେ କିଏ ରହିବ ।
 ତାପରେ ମୁଁ Last Exam ଦେଇନି, ଏଠି  କେମିତି ରହିବି । 

ଆଚ୍ଛା !! ତମ ପୁଅ କୁଆଡେ ଗଲେକି ??

ବାବା:- ମୋ ପୁଅ ଆଉ ଏ ଦୁନିଆରେ ନାହିଁ, ତାକୁ କ୍ୟାନସର ହେଇଥିଲା ସେ ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲା ।

(ପଛ ପଟେ ରୂମ ରେ ମା ଏକଥା ସବୁ ଶୁଣୁଥାନ୍ତି )

ଏସବୁ କଥା ଶୁଣି ସେ ସେନସଲେସ ହେଇ ତଳେ ପଡ଼ିଗଲା ।

 କଣ ପଡିଲା ବୋଲି ଆମେ ଯାଇକି ଦେଖିଲାବେଳେ ମା ପଡିଥିଲେ ।

 ଆମେ ସେଠୁ ଆଣି ପାଣି ଛିଞ୍ଚି ସଚେତ କଲୁ । 
ମା:- ତମେ ମୋତେ ଏତେ ବଡ଼ ମିଛ କେମିତି କହିପାରିଲ(ବାବା ଙ୍କୁ) 
 ମୋ ପୁଅ ଏ ଦୁନିଆରେ ନାହିଁ ଆଉ ତମେ କଣ କହୁଛ ନା ସେ ICU ରେ ଅଛି । 
କୁମାର:- “ମା” ମୁଁ ଆପଣଙ୍କୁ ଗୋଟେ କଥା କହିବି ? ଆପଣ ଯଦି ତାଙ୍କ ଯାଗାରେ ଥାନ୍ତେ ତାହାଲେ ଆପଣ ବି ସେୟା କରିଥାନ୍ତେ ।

 କାରଣ ସେ ଚାହୁଁନଥିଲେ କି ଶାନ୍ତନୁର ମରିବା ଖବର ଶୁଣେଇ ଆପଣଙ୍କୁ କଷ୍ଟ ଦେବେ ।
 ସେଥିପାଇଁ କହିନଥିବେ ।

 ମା:- ହେଲେ ମୁଁ ମୋ ପୁଅ ବିନା, ମୁଁ କେମିତି ବଞ୍ଚିବି, 
କୁମାର:- ମୁଁ ଗୋଟେ କଥା କହିବି ??

To be continued…….


Promo: (କୁମାର ନାମ ରେ ,ସବୁ ସମ୍ପତି କେମିତି ହେଲା ,ସେକଥା ପଢିବା Next Page ରେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-131



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_131