Smruti Tume Sradhanjali (A true Story ) Page-136

ବାବା:- ଆଲୋ ହୁଣ୍ଡି ତୁ, ତ ଏବେ ଏ ହୋଟେଲ ର ମାଲିକାଣି ।

 ତୋର ଯାହା ଇଛା ତୁ ଖାଇ ପାରିବୁ, ଯାଅ ତୋର ଯାହା ଇଚ୍ଛା ହେଉଛି ସେୟା ଖାଆ । 

ଏତିକି ବେଳେ ସବୁନାନୀ ମାନେ ଆଉ କୁମାରର ସାଙ୍ଗମାନେ କୁମାର ଆଉ ସନ୍ଧ୍ୟାକୁ ଡାକିବାକୁ ଆସିଥାନ୍ତି ।

 କୁମାର-ସନ୍ଧ୍ୟା ଟିକେ ବାହାରକୁ ଆସ କିଛି କଥା ଅଛି ।

କୁମାର କହୁଥାଏ – ସନ୍ଧ୍ୟା ତମେ ଯାଅ ମୁଁ ଟିକେ ପରେ ଆସୁଛି ।

ତାପରେ ସନ୍ଧ୍ୟା ସାଙ୍ଗମାନଙ୍କ ସହ ଗଲା । 

କୁମାର ତା ବାବା ମାଆଙ୍କ ସହ କଥା ହଉଥାଏ-

କୁମାର:- ବାବା, ମା ମୋର କିଛି କହିବାର ଥିଲା ।

 କଥା କଣ କି ମୁଁ ଏଠିକି ଆସିବାର ଦୁଇଟା କାରଣ ଥିଲା । 

ପ୍ରଥମେ ତ, ମୁଁ ତମେ ଦୁଇଜଣକୁ ବହୁତ ଦିନହେଲା ଦେଖିବା ପାଇଁ ସୁଯୋଗ ଖୋଜୁଥିଲି ।

 ଆଉ ଦ୍ୱିତୀୟ ରେ କେଶବର ବାହାଘର କେମିତି କରିବି ଭାବି ଏଠିକି ସରିତାକୁ ନେଇ ଆସିଲି ।

 ସବୁକାମ ତମେମାନେ ପୂରଣ କରିଦେଲ । ଆଉ ଗୋଟେ କାମ ବାକି ରହିଲା ।

ବାବା:- କଣ କାମ ବାକି ରହିଲା କହ ?? ମୁଁ ତୋର ସବୁ କାମ ପୂରଣ କରିଦେବି ।


To be continued…….


Promo: (ହୋଟେଲ କେଶବ ନାମ ରେ କରିବାକୁ କୁ କୁମାର ବାବା ମା ଙ୍କୁ କହୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-136



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_136
Smruti+tume+sradhanjali+in+odia+by+kumars+diary+part+136

Smruti Tume Sradhanjali (A true Story ) Page-135

ମା:- ଆରେ ତମେ ଦୁଇଜଣ, ଇଏ କଣ କଥା ହଉଛ !! ବାହାଘର କଥା କଣ ??

କୁମାର:- ଆଲୋ ମା, ସେ ତୋ ବୋଉ ହବାକୁ ଯାଉଛି । 
ଆମେ ଦୁଇଜଣ ପରସ୍ପରକୁ ଭଲପାଉ ଆଉ ତାଙ୍କ ଘରେ ବି ସମସ୍ତେ ରାଜି ।

ମା:- କଥା ଯାଇକି ତାହାଲେ ଏଠି, ରହ ମୁଁ ତୋ ବାବାକୁ ଡାକୁଛି ହେଇଟି ଶୁଣୁଛ ?? ଆରେ ଶୁଭୁଛି ନା ?? ନାହିମ ??ଏଠିକି ଆସ ।

ବାବା:- କଣ ହେଲା ?? କାହିଁକି
ଏମିତି ପାଟି କରୁଛ ??

ମା:- କଣ ନହେଇଛି କହୁନ ? ଶାନ୍ତନୁ ଆଉ ଏଇ ସନ୍ଧ୍ୟାର ଯୋଡି କେମିତି ହବ କହିଲ ??

ବାବା:- ତମେ କଣ କହୁଛ ? କିଛି ବୁଝିପାରୁନି  । ଯୋଡି ତ ଭଲ ହବ ହେଲେ ଶାନ୍ତନୁ ପାଈଁ ତମେ କଣ ଏବେଠୁ ଖୋଜିବା ଆରମ୍ଭ କରିଦେଲଣି ନା କଣ ??

ମା:- ସେମାନେ ନିଜେ ଠିକ୍ କରିଛନ୍ତି ।
ସେ ଦୁଇଜଣ ପରସ୍ପରକୁ ଭଲପାଉଛନ୍ତି ।

ବାବା:-ଆରେ ଇଏ ତ ବଡ଼ ଖୁସିର କଥା!!  ଏକା ସାଙ୍ଗରେ କେତେ ଖୁସି ମିଳୁଛି । 

ଆଜି ମୁଁ ବହୁତ, ବହୁତ ଖୁସି ବୈଶାଳୀ ।

ସନ୍ଧ୍ୟା:- ମା, ବାବା ମୋତେ କ୍ଷମା କରିଦେବେ ମୁଁ ଆଉ ଚୋରି କରି ଛେନାପୋଡ଼ ଖାଇବିନି ।


To be continued…….


Promo: (କୁମାର ର ଆଉ କିଛି କାମ ମଧ୍ୟ ବାକି ରହିଲା ,ସେ ବାବା ଙ୍କୁ ଜଣାଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-135



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_135
Smruti+tume+sradhanjali+in+odia+by+kumars+diary+part+135

Smruti Tume Sradhanjali (A true Story ) Page-134


ସମସ୍ତେ ବହୁତ ଖୁସି ହେଇଯାଇଥିଲେ ତାପରେ ସମସ୍ତେ କେଶବ ଆଉ ସରିତାକୁ Congratulation ଜଣାଇଲେ । 

ତାପରେ କେଶବ ଆଉ ସରିତା କୁମାର ର ବାବାକୁ ପ୍ରଣାମ କଲେ, ଆଉ କୃତଜ୍ଞତା ଜଣାଇଲେ ତାପରେ ସମସ୍ତେ ବସିକି କଥାରେ ମଜି ରହିଲେ ଆଉ ଏପଟେ ସନ୍ଧ୍ୟା ହୋଟେଲରେ ଥିବା ଛେନାପୋଡ଼ ଥାଳିକୁ ଖାଲି ଦେଖୁଥାଏ । 
କୁମାର ର ମା ସନ୍ଧ୍ୟା କୁ ଦେଖୁଥାନ୍ତି ।ସନ୍ଧ୍ୟା ଧିରେ ଧିରେ ଯାଇ ସେଇ ଛେନାପୋଡ଼ ଥିବା ଥାଳି ଉଠେଇ ନେଇ ହୋଟେଲ ଭିତରେ ଥିବା ରୁମକୁ ନେଇ ଖାଇବାକୁ ଗଲାବେଳ କୁମାର ର “ମା” ଦେଖି ଦେଇଥିଲେ, ଆଉ କହିଲେ ଆଲୋ ମା ତତେ ଯଦି ଛେନାପୋଡ଼ ଏତେ ପସନ୍ଦ ମତେ କହିଲୁନି ଏମିତି ଲୁଚେଇକି କାହିଁକି ଆଣିଲୁ ।

ସନ୍ଧ୍ୟା କହୁଥାଏ- ସେ କଥା କଣ କି ମାଉସୀ, ମୁଁ ଛେନାପୋଡ଼ ଦେଖି ଆଉ ରହିପାରିଲିନି, ଆଉ ମୁଁ ମୋ ନିଜକୁ ସମ୍ଭାଳି ପାରିଲିନି ସେଥିପାଇଁ ନେଇଆସିଲି । 
ଏଇ ସମୟରେ ସନ୍ଧ୍ୟାକୁ ଖୋଜି ଖୋଜି କୁମାର ଆସି ପହଞ୍ଚି ଯାଇଥାଏ ।

ମା:- ଶାନ୍ତନୁ, ଦେଖିଲୁ ତୋ ସାଙ୍ଗ କେମିତି ଚୋରି କରିକି ଛେନାପୋଡ଼ ଖାଉଛି ।

କୁମାର:- ମା ଇଏ ଗୋଟେ ବଡ଼ ଚୋରଣିଟା ଦେଖୁନୁ କେମିତି
 ଖାଇଯାଉଛି ।
 ଏଇ ବାୟାଣୀ ତମେ ପରା ଘରେ ଖାଇକି ଆସିଥିଲ ତମକୁ ଏତେ ଭୋକ ଲାଗିଲା ଯେ ଏମିତି ଚୋରେଇକି ଖାଉଛ ।
 ମୋତେ ଲାଗୁଛି ବାହାଘର ପରେ ତମେ ମୋତେ ବି ଖାଇଯିବ ।

ସନ୍ଧ୍ୟା:-  ସେମିତି କଣ କହୁଛ ଯେ । ତମେ କଣ ଜାଣିନ କି ଛେନାପୋଡ଼ ମୋର ପସନ୍ଦ ବୋଲି, ହେଲେ ତମେ କଣ ଛେନାପୋଡ଼ ଯେ ? ମୁଁ ତମକୁ ଖାଇଦେବି ।


To be continued…….


Promo: (ବାବା ଆଉ ମା, କୁମାର ଆଉ ସନ୍ଧ୍ୟା ର ସମ୍ପର୍କ ବିଷୟରେ ଜାଣି ବହୁତ ଖୁସି ହେଲେ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-134



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_134
Smruti+tume+sradhanjali+in+odia+by+kumars+diary+part+134