Smruti Tume Sradhanjali (A true Story ) Page-142

କୁମାର:- ସନ୍ଧ୍ୟା !! ସାଗର ଭାଇ!  ଏଠି ସବୁ ସାମାନ କିଣା କିଣି କରୁ, ଆସ ଆମେ ଆଉ ଗୋଟେ ଦୋକାନ ଯିବା । 

ତମ ପାଈଁ ଗୋଟେ ଜିନିଷ କିଣିବାର ଅଛି । 

ଭାଇ ସବୁ ସାମାନ କିଣିବୁ ଗୋଟେବି ସାମାନ ଛାଡ଼ିବୁନି । 

ଚାଲ ଆମେ ଯିବା ।

ସନ୍ଧ୍ୟା:- (ଦୋକାନ ରେ) ଏଠି କଣ କରିବ ??

କୁମାର:- କେଶବ ଆଉ ସରିତା ପାଇଁ Gift କିଣିବା । 

ମୁଁ ଗିଫ୍ଟ କିଣି ପାରେନି, ତମେ ଭଲ Gift ବାଛନା, ସେଥିପାଇଁ ମୁଁ ତମକୁ ଆଣିଛି । 

ହଉ ବାଛ ଦୁଇଟା ନବାକୁ ପଡିବ ନା !!
ଦୁଇଟା ଗିଫ୍ଟ କିଣି ସେଠୁ ବାହାରିଲେ ପୁଣି ଗୋଟେ ଶାଢ଼ୀ ଦୋକାନ କୁ ଗଲେ ।
ସନ୍ଧ୍ୟା:- ମୋ ପାଇଁ ଶାଢ଼ୀ କିଣିବ ନା କଣ ??
କୁମାର:- ହଁ ତମ ପାଇଁ!!!  ପ୍ରଥମେ ଭିତରକୁ ଚାଲ ।
 ଦୋକାନୀ ଭାଇଙ୍କୁ , ଭାଇ!!  ବାହାଘର ପାଇଁ ଶାଢ଼ୀ ଦେଖେଇଲ ।
 ସନ୍ଧ୍ୟା ଦେଖ ତମ ପସନ୍ଦର ଯୋଉଟା ଭଲ ଲାଗିବ Select କର । 
ହଁ କେବେଳ ଦୁଇଟା ବେଶି ନୁହଁ ।

ସନ୍ଧ୍ୟା:- ହଉ ଠିକ ଅଛି । 

ତାପରେ 2ଟା ଶାଢ଼ୀ କିଣି ବାହାରିଲା ବେଳେ କୁମାର କହୁଥାଏ ।

କୁମାର:- ଏତେ ଖୁସି ହୁଅନି ବା, ଏ ଶାଢ଼ୀ ତମ ପାଈଁ ନୁହଁ, ସରିତା ପାଈଁ । 
ମୁଁ ଭଲ ଶାଢ଼ୀ ବାଛିପାରେନି ସେଥିପାଇଁ ତମକୁ ଆଣିଛି ।

ସନ୍ଧ୍ୟା:-(ମୁହଁ କୁ ଫୁଲେଇ କରି ) ଆଉ ମୋ ପାଇଁ କଣ କିଣିବ ??

କୁମାର:- ତମ ପାଈଁ ତ ମୁଁ ସ୍ପେସିଆଲ ଜିନିଷ କିଣିବି କାହିଁକି ବ୍ୟସ୍ତ ହଉଛ ।

ତାପରେ ଗୋଟେ ଜୁଏଲାରି ଦୋକାନକୁ ଗଲେ । ସେଠି ସନ୍ଧ୍ୟା କୁମାର କୁ ପଚାରୁଥାଏ ।


To be continued…….


Promo: (କୁମାର ଆଉ ସନ୍ଧ୍ୟା ,ପାଣି ପୁରୀ ଖାଇବାକୁ ଯାଉଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-142



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_142
Smruti+tume+sradhanjali+in+odia+by+kumars+diary+part+142

Smruti Tume Sradhanjali (A true Story ) Page-141

ଏବେ ତମେ ଆସିପାର, ଆଉ ଶୁଣ ଆଉ ଟିକେ ପରେ ବାହାରକୁ ଯିବା କାଲି କେଶବର ବାହାଘର ନା ସାମାନ କିଣିବାକୁ ଯିବା ।

ସନ୍ଧ୍ୟା:- କାଲି କେଶବ ର ବାହାଘର !!!  ତମେ ମୋତେ ତ କହିନ,  ମୋତେ କେଶବ ଏବେ ଯାଏଁ କହିନି ।

କୁମାର:- ଏବେ ପରା କହିଲି ।
 ଏମିତି କଣ ଦେଖୁଛ, ମୋତେ ମାରିବ ନା କଣ ??
(ସନ୍ଧ୍ୟା ଗଲା ପରେ)

 କୁମାର:- ସାଗର କୁ; ହଉ ଛାଡ଼ ସେ କଥା, ଏବେ ସନ୍ଧ୍ୟା କୁ କହିଲି ନା ??କେଶବର ବାହାଘର ସାମାନ କିଣିବାକୁ ଯିବା ବୋଲି। 

ବାହାଘର ସାମାନ ନୁହଁ, ସନ୍ଧ୍ୟାର ଜନ୍ମଦିନ ସାମାନ କିଣା ହବ ।

ସାଗର:- ସନ୍ଧ୍ୟାର ଜନ୍ମଦିନ କେବେ ??

କୁମାର:- ତୁ ଏତେ ବଡ଼ ପାଟିକରି କହନୀ ସନ୍ଧ୍ୟା ଶୁଣିଦବ। ତାକୁ ମୁଁ Suprise ଦବାକୁ ଯାଉଛି ହେଲା ।
 ରହ ମୁଁ ତାକୁ ଡାକିକି ଆଣୁଛି ମିଶିକି ଯିବା ।

କୁମାର ତା ସାଙ୍ଗମାନଙ୍କୁ କହୁଥାଏ ।
ତମମାନେ ତମ ଜୁଲିଏଟ ସହ କଥା ହଉଥାଅ । 

ମୁଁ ଆଉ ସନ୍ଧ୍ୟା ମାର୍କେଟରୁ ଆସୁଛୁ, କାଲି ସନ୍ଧ୍ୟାରେ Birthday ଅଛି ସାମାନ ଆଣିବାକୁ ପଡିବ ହେଲା ।
କୁମାର:- ସନ୍ଧ୍ୟା କୁ; ଏଇ ବାୟାଣୀ ସେତିକି ଭାଷଣ ଦିଅ ଚାଲ ଯିବା, ଏମାନଙ୍କୁ ତାଙ୍କ ରୋମିଓ ସାଙ୍ଗରେ  କଥା ହେବା ପାଇଁ ଛାଡ। 

ସନ୍ଧ୍ୟା ସେଠୁ ଚାଲିଆସିଲା । କୁମାର, ସନ୍ଧ୍ୟା ଆଉ ସାଗର ମିଶିକି ପ୍ରିୟା ଇଷ୍ଟର ପ୍ରାଇଜେସକୁ ଗଲେ ଆଉ ସେଠି କୁମାର ସନ୍ଧ୍ୟାକୁ କହିଲା।


To be continued…….


Promo: ( ଶାଢ଼ୀ ଆଉ ଜୁଏଲରି କିଣୁଛନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-141



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_141
Smruti+tume+sradhanjali+in+odia+by+kumars+diary+part+141

Smruti Tume Sradhanjali (A true Story ) Page-140

ବାବା, ମା ଘରକୁ ଯାଇ କହୁଥାନ୍ତି- ତୁ ଜାଣିଛୁ ମା ଆମ କେଶୁର ବାହାଘର କାଲି ହବ । 
ପ୍ରଗତି:- ସତରେ ନା କଣ ବହୁତ ବଢିଆ କଥା ତ । କୋଉଠି ହବ ??

ମା:- ଲିଙ୍ଗରାଜ ମନ୍ଦିରରେ ।

ପ୍ରଗତି:- ତମେ ଏ କଥା ସାଗରକୁ କହିଛ ।

ବାବା:- ନାଇ ସାଗରକୁ କୁହାହେଇନି ହେଲେ ସେ ଏ କଥା ଜାଣିସାରିଥିବ ।
 ସେ ତ ଏବେ ସେମାନଙ୍କ ସହ ଅଛି । 
ଏପଟେ ସାଗର ହୋଟେଲରେ ସମସ୍ତେ ମଜା ମସ୍ତି କରୁଥାନ୍ତି ।

ସାଗର:- କୁମାର !! ତୁ ତ କାଇଁ ମୋତେ ତୋ Girlfriend ସହ ପରିଚୟ କରିଲୁନି।

କୁମାର:- ଇଏ ଗୋଟେ କଥା !! ଏବେ କରେଇ ଦଉଛି । ବିକ୍ରମ ଗଲୁ ସନ୍ଧ୍ୟାକୁ ଡାକିଦବୁ ।

ବିକ୍ରମ:- ସନ୍ଧ୍ୟା ଶୁଣ!!  କୁମାର, ତମକୁ ଡାକୁଛି କଣ କଥା ଅଛି ।

ସନ୍ଧ୍ୟା:- କୋଉଠି ଅଛନ୍ତି କୁମାର ??

ବିକ୍ରମ:- ମୋ ସହ ଆସ, ମୁଁ ତମକୁ ନେଇଯାଉଛି, କୁମାର ପାଖକୁ ।

ବିକ୍ରମ, କୁମାର ବସିଥିବା ଯାଗାରେ ସନ୍ଧ୍ୟାକୁ ନେଇ ପହଞ୍ଚିଲା ।

ସନ୍ଧ୍ୟା:- କଣ ହେଲା ?? ଏଠି କଣ କାମ ଅଛି ଡାକିଲ ।

କୁମାର:- କିଛି କାମ ନାହିଁ, ଭାଇଙ୍କ ସହ ପରିଚୟ କରେଇବାକୁ ଡାକିଛି ।
 ଏଇ ମୋ ଭାଇ ।
ଆରେ ଜୁହାର କର।
ସନ୍ଧ୍ୟା ସାଗରକୁ ନମସ୍କାର କଲା ।



To be continued…….


Promo: (ବାହାଘର ସାମାନ ଆଉ birthday ପାଈଁ ସାମାନ କିଣା ହେବ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..






Follow my Blog and find Smruti Tume Sradhanjali Part-140



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_140
Smruti+tume+sradhanjali+in+odia+by+kumars+diary+part+140