ଏପଟେ ସମୀର ତା ଲୋକମାନଙ୍କୁ ଭୁବନେଶ୍ୱର ରେ ବି କୁମାର ପଛରେ ପଠେଇଦେଇଥାଏ ।
ସେମାନେ କୁଆଡ଼େ ଯାଉଛନ୍ତି ଆଉ କଣ କରୁଛନ୍ତି ତାର ସବୁ ଟିକ୍ ନିକ୍ ଖବର ସମୀରକୁ ଦେଉଥାନ୍ତି ।
(ସରିତାର ବାପାକୁ Call କରି ସମୀର କହୁଥାଏ )
ସମୀର:-ଆଜ୍ଞା ନମସ୍କାର!! ମୁଁ ସମୀର, ସେଦିନ ଆପଣଙ୍କ ଘରକୁ ଯାଇଥିଲି । ଜାଣିପାରିଲେ ଆପଣ ??
ସରିତାର ବାପା:- ହଁ ଜାଣିପାରିଲି ହେଲେ ତମେ ସେଦିନ ଯୋଉ ମିଛ କହିଲ ସେଥିପାଇଁ ମୁଁ ମୋ ଝିଅକୁ ସନ୍ଦେହ କଲି । ଆଜି ପୁଣି କଣ କହିବ ।
ସମୀର:- ଆଜ୍ଞା, ଆସନ୍ତା କାଲି ଆପଣଙ୍କ ଝିଅ ଆଉ କେଶବର ବାହାଘର ହେଉଛି ।
ସରିତାର ବାପା:- Hello, Mister !! ତମ ମିଛ କଥାରେ ମୁଁ ଫସିବାର ନାହିଁ । ଆଉ କେତେ ମିଛ କହିବ ।
ସମୀର:- ମୁଁ ସତ କହୁଛି ଆଜ୍ଞା ଆପଣଙ୍କୁ ଯଦି ବିଶ୍ୱାସ ନହଉଛି ତାହାଲେ ଆପଣ ଆସି ଦେଖିପାରନ୍ତି
।
ଆସନ୍ତା କାଲି ଦିନ ୧୧.୦୦ ରେ ଆଉ ଲିଙ୍ଗରାଜ ମନ୍ଦିରରେ ।
ସରିତାର ବାପା:- ବହୁତ ହେଇଗଲା ।
ସେଦିନ ବି ମୋତେ ଟାଇମ କହି ଜାଗା କହି ଠକିଥିଲ, ମୋ ଟାଇମ ଖରାପ କରିଥିଲ ।
ଆଜି ପୁଣି କହୁଛ ?? ଭୁବନେଶ୍ୱର ଯିବି ମୋର କିଛି କାମ ଧନ୍ଦା ନାହିଁ ନା କଣ ??
ଫୋନ ରଖ କୁଆଡୁ କୁଆଡୁ ଚାଲିଆସୁଛନ୍ତି ସବୁ ।
ଏତିକି କହି ସରିତାର ବାପା ଫୋନ କାଟିଦେଇଥିଲେ ।
Promo: ( ରାତି 12 ଟା ରେ, କୁମାର, ସନ୍ଧ୍ୟା କୁ Wish କରିବାକୁ ସନ୍ଧ୍ୟା ର Room ପହଂଚିଥାଏ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-145
Thanks….
Smruti_tume_sradhanjali_in_odia_by_kumars_diary_part_145
Smruti+tume+sradhanjali+in+odia+by+kumars+diary+part+145
Like this:
Like Loading...
ଏ ମ୍ୟାଡ଼ମ ଯେତିକି ପାଣିପୁରି ଖାଇବେ ତାଙ୍କୁ ଦିଅ, ମୁଁ ଟଙ୍କା ଦେବି ।
(ସେଠି ସନ୍ଧ୍ୟା ମନ ଭରି ପାଣି ପୁରୀ ଖାଇଲା ଆଉ କୁମାର କୁ Thanks କହିଲା ।)
ତାପରେ ସେଠୁ ପାଣିପୁରି ଖାଇ ଆଗକୁ ବାହାରିଗଲେ ଆଉ ପହଁଚିଲେ ପ୍ରିୟାଇଣ୍ଟରପ୍ରାଇଜେସ ରେ । ସାଗର ସବୁ ସାମାନ କିଣିସାରିଥାଏ । ତାପରେ ମିଶିକି ଘରକୁ ଚାଲିଲେ । ଘରକୁ ଗଲାପରେ ସନ୍ଧ୍ୟା କୁମାରକୁ କହୁଥାଏ ।
ସନ୍ଧ୍ୟା:- ଆଚ୍ଛା କୁମାର ଆମେ ଯୋଉ ସାମାନ ଆଣିଲେ ଆଣୁନ” ତାକୁ ଆମ ସାଙ୍ଗମାନଙ୍କୁ ଦେଖେଇବା ।
କୁମାର:- ଆରେ ଏବେ ଦେଖିଲେ କଣ ହବ !! କାଲି ମନ୍ଦିରରେ ଯେତେବେଳେ ସରିତା ଆଉ କେଶବ ପିନ୍ଧିକି ଆସିବେ ସେତେବେଳେ ଦେଖି ଦେବ, ଏବେ ଦେଖିଲେ ଭଲ ଲାଗିବନି,
ସନ୍ଧ୍ୟା:-ହଉ ଠିକ ଅଛି !! କୋଉ ମନ୍ଦିରରେ ବାହାଘର ହବ ??
କୁମାର:- ସେଇଟା ବାବା ଠିକ କରିଥିବେ ମୁଁ ଜାଣିନି । କାଇଁ କଣ ହେଲା କି ??
ସନ୍ଧ୍ୟା:- ନାଇଁ ଏମିତି ପଚାରିଲି । ତମେ ଏବେ କୁଆଡ଼େ ଯିବ । ମୋ ପାଖରେ ଟିକେ ବସୁନ ଏକୁଟିଆ ଏକୁଟିଆ ଲାଗୁଛି ।
କୁମାର:- ମୁଁ ଜାଣିଛି ତମକୁ ଏକୁଟିଆ ଲାଗୁଥିବ । ସେଥିପାଇଁ ମୁଁ ଯାହା କହୁଛି ଶୁଣ । ମୁଁ ଭାଉଜଙ୍କ ପାଖରେ ମେହେନ୍ଦି ରଖିଦେଇଛି ଆଣିକି ସରିତା ହାତରେ ମେହେନ୍ଦି କର ।
ମୋ ଧନ ଟା ପରା, ଆଜି ମୋ ପାଖରେ ବହୁତ କାମ ଅଛି, ତମ ପାଖରେ ବସିବାକୁ ଇଛା ଥିଲେବି ବସିପାରୁନି ।
କିଛି ଭାବିବନି ହେଲା ମୁଁ ଆସୁଛି ।
କୁମାର ଚାଲିଗଲା, ଆଉ ସନ୍ଧ୍ୟା ବି ଚାଲିଗଲା ମେହେନ୍ଦି କରିବାକୁ ।
Promo: (ସମୀର ,ସରିତା ର୍ ବାପା କୁ ଫୋନ କରି, ସରିତା ର୍ ବାହାଘର ବିଷୟରେ କହୁଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-144
Thanks….
Smruti_tume_sradhanjali_in_odia_by_kumars_diary_part_144
Smruti+tume+sradhanjali+in+odia+by+kumars+diary+part+144
Like this:
Like Loading...
ସନ୍ଧ୍ୟା:- ଏଠି କଣ କିଣିବ ? ମୋ ପାଇଁ କିଛି କିଣିବ ବୋଧେ ??
କୁମାର:- ତମେ କଣ ବାହା ହଉଛ କି ତମ ପାଇଁ କିଣା ହବ ଯେ!! ଭିତରକୁ ଆସ ସରିତା, କେଶବ ପାଇଁ ମୁଦି କିଣିବାକୁ ପଡିବ ।
ସନ୍ଧ୍ୟା ତମ ଆଙ୍ଗୁଠି ମାପଟା ଦେଲ, ତମ ଆଙ୍ଗୁଠି ମାପରେ ସରିତା ପାଇଁ ମୁଦି ଆଣିଲେ ହେଇଯିବ ।
ମୁଁ ମୋ ମାପରେ କେଶବ ପାଇଁ ନେଇଯାଉଛି ।
ସେଠୁ ମୁଦି କିଣି ଆସିବା ବାଟରେ ଜଣେ ପାଣିପୁରି ବିକୁଥିବା ଲୋକକୁ ଦେଖି କୁମାର-ସନ୍ଧ୍ୟା କୁ କହୁଥାଏ ।
କୁମାର:- ସନ୍ଧ୍ୟା ତମ ପାଈଁ ବଢିଆ ଜିନିଷ ଟେ କିଣା ହବ ଆସ ।
ସନ୍ଧ୍ୟା ପୁରା ଖୁସି ହେଇ ଆସିଯାଇଥାଏ ।
ଦେଖ ସେ ଗଛ ପାଖରେ ଯୋଉ ପାଣିପୁରି ଵାଲା ଠିଆହେଇଛି ସେଠିକି ଚାଲ ।
ତମର ପାଣିପୁରି ବହୁତ ପସନ୍ଦ ନା ଚାଲ ଯିବା ।
ସନ୍ଧ୍ୟା:- ମୋର ପାଣିପୁରି ପସନ୍ଦ ବୋଲି କେମିତି ଜାଣିଲ ??
କୁମାର:- ସେ କଥା କଣ କି ତମ ଝିଅ ମାନଙ୍କର ପାଣିପୁରି ପସନ୍ଦ ନା ସେଥିପାଇଁ ମୁଁ ଭାବିନେଲି ତମର ବି ହେଇଥିବ । ତମର ପସନ୍ଦ ନାହିଁ କି ??
ସନ୍ଧ୍ୟା:- କିଏ କହିଲା ନାହିଁ ବୋଲି, ମୋର ତ ବହୁତ ପସନ୍ଦ, ଚାଲ ଜଲଦି ନହଲେ ସରିଯିବ ।
କୁମାର:- ଆରେ ଧୀରେ ଚାଲ ଏତେ ଜଲଦି ସରିବନି ।
ପାଣିପୁରି ଵାଲା ପାଖରେ ପହଞ୍ଚି କୁମାର କହୁଥାଏ –
Promo: (ସନ୍ଧ୍ୟା କହୁଛି କୁମାର କୁ ପାଖରେ ବସିବାକୁ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-143
Thanks….
Smruti_tume_sradhanjali_in_odia_by_kumars_diary_part_143
Smruti+tume+sradhanjali+in+odia+by+kumars+diary+part+143
Like this:
Like Loading...
New World with Story, Poem, Article & Experience.