Smruti Tume Sradhanjali (A true Story ) Page-151

ମା:- ଏବେ ଯାଇକି ହେଲା ।
 ମୋ ସୁନା ଝିଅ ଆଲୋ ମା ପ୍ରଗତି ସରିତା ପାଇଁ ଯୋଉ ଗହଣା ସବୁ ଆଣିଥିଲି ଦେଲୁ, ତାକୁ ମୁଁ ମୋ ନିଜ ହାତରେ ପିନ୍ଧେଇ ଦେବୀ ।

ମୋ ସୁନା ଝିଅ ତ ପୁରା ରାଜକୁମାରି ପରି ଲାଗୁଛି ।
 ତତେ କାହାର ନଜର ନଲାଗୁ । ଏମିତି କହି ଶାନ୍ତନୁର ମା ସେଠୁ ପଳେଇଯାଇଥାନ୍ତି । 
ଏପଟେ ଭାଉଜ ଆଉ ସରିତାର ସବୁ ସାଙ୍ଗମାନେ ମିଶି ସରିତା ସହ ମିଶି ମଜା କରୁଥାନ୍ତି, ଏପଟେ କେଶବର ସାଙ୍ଗମାନେ କେଶବ ସହ ମଜା କରୁଥାନ୍ତି ।

ବିକ୍ରମ:- ଭାଇ (କେଶବ) ତୁ ତ ଆଜି ଆକାଶରେ ଉଡୁଥିବୁ ନାହିଁ ??

ଦୀପକ:-ଭାଇ ତୁ ବଡ଼ ଭାଗ୍ୟବାନ ରେ ଯାହାକୁ Love କରୁଥିଲୁ ତାକୁ ହିଁ ବାହା ହବାକୁ ଯାଉଛୁ ।

 ନାରାୟଣ:- ତୁ ଠିକ୍ କହିଛୁରେ ଭାଇ,  ହେଲେ ଏମିତି ବହୁତ କମ ଜଣ ଅଛନ୍ତି, ଯାହାକୁ Love କରୁଛନ୍ତି ତାକୁ ବାହା ହଉଛନ୍ତି । 
ଆଉ ବାକି ଯେତେସବୁ ରହିଲେ Love କରିବେ ଜଣକୁ ବାହାହେବେ ଜଣକୁ ।
 ହଉ ଛାଡ଼ ସେ କଥା ଆକାଶ କୁଆଡେ ଗଲା । 
ହେଇ ଦେଖ ଆମେ ଏଠି କଥା ହଉଛୁ ହେଲେ ୟାକୁ(ଆକାଶ) ଦେଖ !! ଗୋଟେ କୋଣରେ ବସି ମୋବାଇଲ ରେ ଲାଗିଛି ।


To be continued…….


Promo: ( କୁମାର, ଆଉ ସନ୍ଧ୍ୟା ବାହାଘର ସମୟରେ ଇସାରା ରେ କଥା ହେଉଥାନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-151



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_151
Smruti+tume+sradhanjali+in+odia+by+kumars+diary+part+151

Smruti Tume Sradhanjali (A true Story ) Page-150



ସାଙ୍ଗମାନେ ମିଶି କେଶବ ଆଉ ସରିତାକୁ ସଜେଇବା ପାଇଁ ମନ୍ଦିର ଭିତରେ ଥିବା Room କୁ ନେଇଗଲେ ।
 କୁମାର ଆଉ ମାଧବ ବାବୁ ବାହାଘର କାମରେ ଲାଗିପଡ଼ିଥାନ୍ତି । 
ଏପଟେ କୁମାର(ଶାନ୍ତନୁ) ର ମା ଆଉ ଭାଉଜ ଦୁହେଁ ଠାକୁର ଦର୍ଶନ କରିସାରି ସରିତା ସଜେଇ ହେଉଥିବା ରୁମକୁ ଯାଇଥାନ୍ତି ।
 ସମସ୍ତଙ୍କ ମୁହଁରେ ଖୁସି ଥିବାବେଳେ ସରିତା ବହୁତ ଦୁଃଖୀ ଜଣାପଡୁଥାଏ ।

ଏତିକି ବେଳେ ଶାନ୍ତନୁର ମା କହୁଥାନ୍ତି:-
ମା:- ଆରେ ସରିତା, ତୁ କଣ ଏମିତି ଦୁଃଖି ଜଣାପଡୁଛୁ । କଣ?  ଘରକଥା ମାନେପଡୁଛି କି?

ସରିତା:- କିଛି ନାହିଁ ମାଉସୀ ।

ମା:- କିଛି ତ ନିଶ୍ଚୟ ଅଛି ! ଆଜି ଏତେ ବଡ଼ ଖୁସି ଦିନରେ ଏମିତି ଦୁଃଖି ରହିବା କଥା ନୁହଁ ।
 କଣ ହେଇଛି କହ ମୋ ମାଆ ଟା ପରା ତୋ ମାଉସୀ କୁ କହିବୁନି ।

ସରିତା କାନ୍ଦିପକେଇଥାଏ ।

ସରିତା:- ମୋ ବୋଉ କଥା ବହୁତ ମନେ ପଡୁଛି ।
 ବହୁତ ଡର ବି ଲାଗୁଛି,ଯଦି ବାବା ଏ ବିଷୟରେ ଜାଣିବେ ତା ହାଲେ ମୋ ଅବସ୍ଥା କଣ ହବ । ମୁଁ ନିଜେ ବି ଜାଣିନି ।

ମା:- ଏଇ କଥା ପାଇଁ ଏମିତି କାନ୍ଦୁଛୁ, ଶୁଣ ସେମିତି କିଛି ହବନି ।
 ତୁ ଖାଲିଟା ରେ ବ୍ୟସ୍ତ ହଉଛୁ । ସେ ସବୁ ଚିନ୍ତା କରନି ଯାହା ହବ ସବୁ ଭଲ ହବ । ଏବେ ହସିଦେ ….. ହସିଦେ….. ହସିଦେ ।

ସରିତା ଧିରେ ଧିରେ ହସୁଥାଏ ।

To be continued…….


Promo: (ସବୁ ସାଙ୍ଗ ମାନେ ମଜା ମସ୍ତି କରୁଥାନ୍ତି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-150



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_150
Smruti+tume+sradhanjali+in+odia+by+kumars+diary+part+150

Smruti Tume Sradhanjali (A true Story ) Page-149

ମାଧବ ବାବୁ(ବାବା):- ମୁଁ ତମ ସମସ୍ତଙ୍କ ପାଇଁ କିଛି ଜିନିଷ ଆଣିଛି । 

ଏଇ ନିଅ ସମସ୍ତେ, ଆଉ ଜଲଦି ରେଡି ହେଇକି ଆସ, ଆମ ପାଖରେ ଟାଇମ ନାହିଁ, ସେପଟେ ପୁଣି ବହୁତ କାମ ବାକି ଅଛି ।

କୁମାରର ସାଙ୍ଗମାନେ କହନ୍ତି-
ଏସବୁ କଣ ଦରକାର ଥିଲା ମଉସା, ଆମେ ସମସ୍ତେ ତ ନୁଆଁ ଡ୍ରେସ ଆଣିଛୁ । ଆପଣ କାହିଁକି ଏସବୁ ଖର୍ଚ୍ଚ କରୁଥିଲେ ।

ମାଧବ ବାବୁ:- ମୁଁ ଜାଣିଛି ତମମାନେ ଆଣିଥିବ, ହେଲେ ମୋର ପୁଣି କିଛି କର୍ତ୍ତବ୍ୟ ଅଛି ନା ନାହିଁ ।

 ମୋ ପୁଅ ସାଙ୍ଗର ବାହାଘର ମାନେ ମୋର ବି ସେ ପୁଅ । ଆଉ ତମମାନେ ତା ସାଙ୍ଗ ହିସାବରେ ମୋର ବି ପୁଅ, ସେଥିପାଇଁ ମୋ ପୁଅ-ଝିଅ ମାନଙ୍କପାଇଁ ଏସବୁ ଆଣିଛି ।

ଠିକ୍ ଅଛି ଯାଅ ରେଡି ହେଇକି ଆସ । ଯାଅ….. ଯାଅ……

ତାପରେ ଯାଇକି ସମସ୍ତେ ରେଡି ହଉଥାନ୍ତି । କିଛି ସମୟ ଭିତରେ ସମସ୍ତେ ରେଡି ହେଇକି ବାହାରିଲେ । 

ସମସ୍ତଙ୍କ ମନରେ ନୁଆଁ ଖୁସି ଉଲ୍ଲାସ ଦେଖା ଯାଉଥାଏ ।।
ବର(କେଶବ), କନିଆ(ସରିତା) ଦୁହେଁ ପୁରା ଝକାସ ଦେଖାଯାଉଥାନ୍ତି । ସେପଟେ ରୋଷେଇ କାମ ବି ଜୋରସାର ରେ ଚାଲିଥାଏ । ସମସ୍ତେ ମନ୍ଦିର ରେ ଆସି ପହଞ୍ଚି ଯାଇଥାନ୍ତି ।

ମନ୍ଦିରରେ ପହଞ୍ଚିବାପରେ ମନ୍ଦିରର ମାହୋଲ ଦେଖି ସମସ୍ତେ ବହୁତ ଖୁସି ହେଇଯାଇଥାନ୍ତି ।

ସବୁଠୁ ବେଶି ଖୁସି ଜଣାପଡୁଥାଏ ସନ୍ଧ୍ୟା । ତାର ବହୁତ ଦିନର ସ୍ୱପ୍ନ ଆଜି ପୂରଣ ହେଇଯାଇଛି ।


To be continued…….


Promo: ( ସରିତା ର ମନ ଦୁଃଖ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-149



Follow My Pages:- 

Thanks….