Smruti Tume Sradhanjali (A true Story ) Page-160

ମା:- ଶୁଆ-ଶାରୀ ଖୁମ୍ପୁରା ଖୁମ୍ପୁରି ହଉଥାଅ….. 
ଧିରେ ଖାଉନ ଖାଲି ଛୋଟ ଛୁଆଙ୍କ ଭଳି ହଉଛ ନା କି ??

କୁମାର:-ମା !!! ବାପା,, କୁଆଡେ ଗଲେ କି?? ଦେଖାଯାଉନାହାନ୍ତି ।

ମା:- ସେପରା ସକାଳୁ ଉଠିକି କୁଆଡେ ଯାଇଛନ୍ତି, ଏବେପର୍ଯ୍ୟନ୍ତ ଦେଖାନାହିଁ । 
ଏପଟେ ଏ ସାଗରଟା ବି ନାହିଁ 
ବାପ-ପୁଅ କୁଆଡେ ଗଲେ କେଜାଣି ।

ସେତିକି ବେଳେ ସାଗର ଆଉ କୁମାରର ବାପା ଆସିକି ପହଞ୍ଚି ଯାଇଥାନ୍ତି ।

କୁମାର ସାଙ୍ଗମାନଙ୍କୁ ସିନେମା ଯିବାକଥା ଜଣେଇବା ପରେ ସମସ୍ତେ ରାଜି ହୋଇଯାଇଥାନ୍ତି ।
 ଆଉ ଖୁସିବି ହେଇଗଲେ । 
ସମସ୍ତେ ବାହାରିଲେ ସିନେମା ଯିବାକୁ, ଭାଉଜ ଆଉ ସାଗର ଭାଇଙ୍କୁ ବି ସମସ୍ତେ ଡାକିଲେ ।
 ହେଲେ ମା ଭାଉଜଙ୍କୁ ସାଙ୍ଗରେ ନେବାପାଇଁ ମନାକଲେ । କାହିଁକି ନା ଏ ସମୟରେ ବାହାରେ ବୁଲାବୁଲି କରିବା ଠିକ୍ ହବନି ।

ସାଗର ଭାଇ ଆଉ ବାକି ସାଙ୍ଗମାନେ ଚାଲିଲେ ସିନେମା ଦେଖିବାକୁ ।
 ଟିକଟ କାଟି ସିନେମା ହଲ ଭିତରକୁ ଗଲେ, ସିନେମା ଦେଖି ବହୁତ Enjoy କରୁଥାନ୍ତି । 
ଏମିତି କିଛି ସମୟ ଗଲାପରେ ସିନେମା ସରିଯାଇଥାଏ ।
 ଆଉ ସମସ୍ତେ ଘରକୁ ଯିବାକୁ ବାହାରିଲେ । ସନ୍ଧ୍ୟା କହୁଥାଏ ….

To be continued…….


Promo: (ସନ୍ଧ୍ୟା, ଆକାଶ କୁ କହୁଛି “ଏ ମଇଁଷି ଦାନ୍ତ ଟା କାହିଁକି ଦେଖଉଛୁ”, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-160



Follow My Pages:- 


Thanks….

Smruti_tume_sradhanjali_in_odia_by_kumars_diary_part_160
Smruti+tume+sradhanjali+in+odia+by+kumars+diary+part+160

Smruti Tume Sradhanjali (A true Story ) Page-159

ସନ୍ଧ୍ୟା:- ପାଗଳ !! ଆସିଗଲି ଏବେ ହେଲା ତ ।

କୁମାର:- ନାହିଁ (ସନ୍ଧ୍ୟାକୁ କୋଳରେ ବସେଇ) ଏବେ ହେଲା ମୋ ବାୟାଣୀ ଟା ଟିକେ କଥାରେ କାନ୍ଦିପକଉଛି ।

ଲୁହ ଫୋଛିଦେଇ ଏବେ ଟିକେ ହସିଦିଅ… ହସିଦିଅ… ସନ୍ଧ୍ୟା ଅଳ୍ପ ମୁରୁକି ହସୁଥାଏ । 
ହଁ ଏବେ ଯାଇକି ହେଲା ।
 ଆଚ୍ଛା ବାୟାଣୀ କହିଲ ଆଜି କୁଆଡେ ବୁଲିବାକୁ ଯିବା ??
 ଆଜି ତ ଆମର  ଶେଷଦିନ କାଲି ଆମେ ଗାଁକୁ ଚାଲିଯିବା ।
 ତମେ ଯୋଉଠି କି କହିବ ସେଠିକି ଯିବା ।

ସନ୍ଧ୍ୟା:- କହିବି ??    ଆଜି ସିନେମା ଦେଖିବାକୁ ଯିବା । ଯିବାତ …??

କୁମାର:- ମୁଁ ତ ଏୟା ମନେ ମନେ ଭାବୁଥିଲି ଠିକ୍ ଅଛି ।
 ଚାଲ ସମସ୍ତଙ୍କୁ ଡାକିକି ଆଣ ଏବେ ବାହାରି ଯିବା ।

ସନ୍ଧ୍ୟା:- ଏବେ କୁଆଡେ ?? ଆଗ ଖାଇବା ଚାଲ ତାପରେ, ଯିବା ଚାଲ ଖାଇବ,, ଜଲଦି ଜଲଦି….

କୁମାର:-Okay Okay ଚାଲ ।

ଖାଇବା ବଢା ସରିବାପରେ ସନ୍ଧ୍ୟା କହୁଥାଏ ।

ସନ୍ଧ୍ୟା:-ଶୁଣ ମୁଁ ଖୁଆଇଦେବି…. ଏଇ ନିଅ ….

କୁମାର:- ଏଇ ରୁହ ରୁହ …

ସନ୍ଧ୍ୟା:- କଣ ହେଲା ???

କୁମାର:-ତମେ ହାତ ଧୋଇଛ ତ ??

ସନ୍ଧ୍ୟା:- ବଦମାସ!!!!  ଦେବୀଯେ
 ଗୋଟେ… ନିଅ ଖାଅ….

ଏତିକି ବେଳେ କୁମାର ର ମା ଆସିଯାଇଥାଏ….

To be continued…….


Promo: (ସମସ୍ତେ ସିନେମା ଦେଖିବାକୁ ବାହାରିଲେ, କିନ୍ତୁ ଭାଉଜ କୁ ନେଲେ ନାହିଁ, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-159



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_159
Smruti+tume+sradhanjali+in+odia+by+kumars+diary+part+159

Smruti Tume Sradhanjali (A true Story ) Page-158

ସନ୍ଧ୍ୟା:-ତମେ ସେଠୁ କାହିଁକି ଚାଲିଆସିଲ । 
ଶୁଭୁଛି ନା ନାହିଁ, ମୁଁ କଣ କହୁଛି ।

କୁମାର:-ମୁଁ କିଛି ଶୁଣିବିନି, ତମେ ଏଠୁ ଯାଅ ।

ସନ୍ଧ୍ୟା:-ଟିକିଏ କଥାରେ ଏତେ ରାଗ, ଏତେ ରାଗିବାଟା ଭଲ ନୁହଁ ।
 ଚାଲ ଖାଇସାରିବା ତାପରେ କଥା ହବା ।

କୁମାର:- କହିଲି ନା ମୁଁ ଖାଇବିନି । ତମେ ଯାଅ ଏଠୁ ।

ସନ୍ଧ୍ୟା:- ତମେ ଯିବନି ତ ??

କୁମାର:- ନାହିଁ ଯିବିନି… ଯିବିନି… ଯିବିନି…

ସନ୍ଧ୍ୟା:- ମୁଁ ଜାଣିଛି ତମେ କାହିଁକି ରାଗିଛ, Kiss କରିବାକୁ ମନା କରିଲି ବୋଲି ନା ??

କୁମାର ସାମ୍ନାରେ ବସିଥାଏ ।
ମୋତେ ଦେଖ, ଦେଖ ମୁଁ ଏବେ ତମ ସାମ୍ନାରେ ବିସିଲି ମୋତେ ଦେଖ ନହଲେ କାନ୍ଦିପକେଇବି । 
( କୁମାର’ କିଛି ମିନିଟ ଚୁପ ରହିଲା ପରେ ସନ୍ଧ୍ୟା କାନ୍ଦିବାକୁ ଲାଗିଲା )

ମୁଁ ଆଉ ମନାକରିବିନି  ତମର ଯେତେ ଇଚ୍ଛା ସେତେ Kiss କରିପାର, ମୁଁ ମନା କରିବିନି ।

କୁମାର:- ଏଇ ବାୟାଣୀ!!! କାନ୍ଦ ବନ୍ଦ କର । 
ଏତିକି କଥାରେ କିଏ କଣ କାନ୍ଦେ ।
 ମୁଁ କଣ ତମ ଉପରେ ରାଗିପରେ କି ?? 
ଖାଲି ଏମିତି ଟିକେ ମଜା କରୁଥିଲି ।

ସନ୍ଧ୍ୟା:-ପାଗଳ, ମତେ କନ୍ଦେଇଦେଲ ନା । 
ଯାଅ ମୁଁ ତମ ସହ କଥା ହେବିନି ।

କୁମାର:-ହଉ Sorry Sorry ଆଉ କନ୍ଧେଇବିନି । 
ମୋ କଥା ଟିକେ ଶୁଣ । 
ଦେଖ ମୋ ପାଖକୁ ଆସ ।
ଆସିବନି ତ !! ଏଇ ବାୟାଣୀ ତମକୁ କଣ କହୁଛି ପରା ଆସିବ ନା ମୁଁ ଯାଇକି Kiss କରିଦେବି ।
To be continued…….


Promo: (କୁମାର , ସନ୍ଧ୍ୟା କୁ ମନେଇବାକୁ ଲାଗିଲା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..





Follow my Blog and find Smruti Tume Sradhanjali Part-158



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_158
Smruti+tume+sradhanjali+in+odia+by+kumars+diary+part+158