କୁମାର:- ନାଇଁ ବାବା ସେମିତି କିଛି କରନି, ସବୁ ଭୁଲ ତ ମୋର ।
ମାଧବ ବାବୁ:- କଣ କହୁଛୁ ତୁ !! ତୋର କିଛି ଭୁଲ ନାହିଁ ।
କୁମାର:- ନାହିଁ ବାବା, ମଉସାଙ୍କ ଯାଗାରେ ଯିଏ ବି ଥାଅନ୍ତା ସେ ଠିକ ଏଇ ଭଳି କରିଥାନ୍ତା । ମୁଁ ସବୁ ଜାଣିକିବି ସରିତାକୁ ବାହାଘର କରେଇଛି ।
ଏମିତିରେ ସେ ରାଗିକି ମାରିବାଟା ସ୍ୱାଭାବିକ ।
ମୁଁ ବା କଣ କରିଥାନ୍ତି, କେଶବ ଆଉ ସରିତାର ଦୁଃଖ ଦେଖିପାରିଲିନି ସେଥିପାଇଁ ଏମିତି କରିବାକୁ ବାଧ୍ୟ ହେଲି ।
ସରିତାର ବାପା:-ଦେଖ ତୋ ପୁଅ ନିଜେ ତା ଭୁଲ ମାନିଗଲା ।
ମାଧବ ବାବୁ:- ଚୁପ କର, କଣ ମାନିଗଲା !! ସେ ତୋ ମୁଖା ଖୋଲିଦେଲା । ତୋର କେତେ ଗର୍ବ ଦେଖେଇଦେଲା । ସରିତା ତାର କିଏ ?? ତା ନିଜର କେହି ନୁହଁ, କେବଳ ଜଣେ ସାଙ୍ଗ, ସାଙ୍ଗ ହିସାବରେ ସେ ସେମାନଙ୍କ ଦୁଃଖ ନ ସହିପାରି ବିପଦକୁ ଆପଣା କରି ସେମାନଙ୍କ ଦୁଃଖକୁ ସୁଖରେ ପରିଣତ କରିଛି ।
ତୁ ତ, ତା ଜନ୍ମକଲା ବାପା ତୋତେ ତା ଦୁଃଖ କେମିତି ଦେଖାଗଲାନି ।
ତୁ ତୋ ନିଜ ଖୁସିକୁ ଆଗରେ ରଖି ତୋ ଝିଅର ଖୁସିକୁ ଛଡେଇ ନେବାକୁ ବସିଥିଲୁ ।
ସରିତାର ବାପା:- ମୁଁ ଜାଣିଛି, ମୋ ଝିଅ କୋଉଠି ଖୁସିରେ ରହିବ, ସେ ପୁଅ ସହ ବାହାଘର କରିବାପରେ ସେ ଆପେ ଆପେ ଖୁସି ହେଇଯିବ ଆଉ ତାର ଏତେ ସମ୍ପତ୍ତି ଦେଖି ସେ ଖୁସିରେ ପାଗଳ ହେଇଯିବ ।
Promo: (ସରିତା ର ବାପା ନିଜ ଭୁଲ କୁ ବୁଝିପାରିଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-165
Thanks….
Smruti_tume_sradhanjali_in_odia_by_kumars_diary_part_165
Smruti+tume+sradhanjali+in+odia+by+kumars+diary+part+165
Like this:
Like Loading...
ମାଧବ ବାବୁ:- ତୋର ତ ସାହସ କମ ନୁହଁ, ତୁ ମୋ ପୁଅକୁ ମାରିଲୁ ପୁଣି ମୋ ଉପରକୁ ବି ହାତ ଉଠେଇଦେଲୁ । ତୁ ଜାଣିନୁ ମୁଁ ତୋର କଣ ଅବସ୍ଥା କରିପାରେ । ତୁ କିଏ ରେ …
ସନ୍ଧ୍ୟା କହୁଥାଏ-
ସନ୍ଧ୍ୟା :- ବାବା !! ଇଏ ହଉଛନ୍ତି ସରିତାର ବାପା ।
ମାଧବ ବାବୁ- ଆଚ୍ଛା !! ତା ହେଲେ, ଇଏ ହଉଛି ସେଇ ଭଦ୍ରଲୋକ, ଯିଏ ନିଜ ସ୍ଵାର୍ଥପାଇଁ ନିଜ ଝିଅକୁ ତା ଅନିଚ୍ଛା ସତ୍ତ୍ୱେ ବାହାଘର କରିବାକୁ ବସିଥିଲା ।
ତୁ କେଡେ ରାକ୍ଷସଟା କିରେ ତୋ ନିଜ ଖୁସି ପାଈଁ ନିଜ ଛୁଆର ଖୁସିକୁ ଛଡେଇ ନେବାକୁ ବସିଥଲୁ ।
ସରିତାର ବାପା:- ତୁ କିଏ?? ଆମ ବାପ ଝିଅଙ୍କ ମଝିରେ ଫାଟ ତିଆରି କରିବାକୁ ।
ମୋ ଘର କଥା ମୁଁ ବୁଝିବି, ତୁ ବୁଝିବାକୁ କିଏ ??
ମାଧବ ବାବୁ:- ତୋ ଘର କଥା !! ମୋ ପୁଅ ଉପରେ ହାତ ଉଠେଇକି କହୁଛୁ କଣ ନା ତୋ ଘର କଥା ।
ତୁ ବୋଧେ ଭୁଲି ଯାଉଛୁ ଏଇଟା ତୋ ଘର ନୁହଁକି ତୋ ଗାଁ ନୁହଁ ।
ଏଇଟା ଭୁବନେଶ୍ୱର ମୋ ସହର ତୋତେ ଏଇଠୁ ସାଫ କରିବା ପାଈଁ ମୋତେ ଗୋଟେ ମିନିଟ ବି ଲାଗିବନି ।
ଦେଖ ମୁଁ ତୋର କଣ ଅବସ୍ଥା କରିବି, ସାଗର ଫୋନ ଲଗା…
ଏତିକି ବେଳେ କୁମାର କହୁଥାଏ …
Promo: (କୁମାର ନିଜ ଭୁଲ ମାନିଲା, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-164
Thanks….
Smruti_tume_sradhanjali_in_odia_by_kumars_diary_part_164
Smruti+tume+sradhanjali+in+odia+by+kumars+diary+part+164
Like this:
Like Loading...
ସରିତାର ବାପାଙ୍କ ଗୋଟେ ଲକ୍ଷ୍ୟଥାଏ….
ସେ କୁମାର ଉପରେ ରାଗ ରଖିଥାନ୍ତି ।
କିଛି ସମୟ ପରେ ସେମାନେ ହୋଟେଲରେ ପହଞ୍ଚିଲେ ।
ସରିତାର ବାପା କୁମାରକୁ ଖୋଜୁଥାନ୍ତି ।
କୁମାରର ସବୁ ସାଙ୍ଗମାନେ ହୋଟେଲ ଭିତରେ ଥିବା ରୁମରେ ବସିଥାନ୍ତି ।
କୁମାର-ସନ୍ଧ୍ୟା ହୋଟେଲ Cash Counter ରେ ବସିଥାନ୍ତି ।
ଠିକ ଏତିକିବେଳେ ସରିତାର ବାପା ସେ ହୋଟେଲ ଭିତରେ ପହଂଚି, କୁମାର ପାଖକୁ ଆସି କିଛି କହିବା ଆଗରୁ ଚାପୁଡ଼ା ମାରିବା ଆରମ୍ଭ କରିଦେଥିଲେ ।
ସନ୍ଧ୍ୟା:-ମଉସା ତାଙ୍କୁ ଛାଡିଦିଅ, ତାଙ୍କର କିଛି ଦୋଷ ନାହିଁ ସବୁ ଦୋଷ ମୋର ।
Please ମଉସା ଛାଡିଦିଅ ।
ସନ୍ଧ୍ୟା କାନ୍ଦୁଥାଏ …
କୁମାର:-ମଉସା ମୋ କଥା ଟିକେ ଶୁଣ…
କୁମାର ସରିତାର ବାପାଙ୍କୁ କହୁଥାଏ, ହେଲେ ସେ କୌଣସି କଥା କୁ ଶୁଣିବାକୁ ଚାହୁଁନଥିଲେ ।
ବାହାରେ କଣ ପାଟି ଶୁଭୁଛି ଶୁଣି କୁମାରର ସବୁ ସାଙ୍ଗ ବାହାରକୁ ଆସିଦେଖନ୍ତି ତ ସରିତାର ବାପା ଆଉ ସମୀରର ଚେଲାମାନେ କୁମାରକୁ ମାଡ଼ ମାରୁଛନ୍ତି ।
ସମସ୍ତେ ଆସିକି କୁମାରକୁ ଝଗଡ଼ାରୁ ଟାଣୁଥାନ୍ତି ।
ସମସ୍ତଙ୍କ ଭିତରେ ବହୁତ ବଡ଼ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥାଏ ।
ଏତିକି ବେଳେ କୁମାର(ଶାନ୍ତନୁ) ର ବାବା ଆଉ ସାଗର ଆସି ପହଞ୍ଚିଥିଲେ
।
କୁମାର ଆଉ ତା ସାଙ୍ଗମାନଙ୍କୁ କେହି ମାରୁଥିବାର ଦେଖି ସାଗର ଆଉ ବାବା ଛଡ଼େଇବାକୁ ଚେଷ୍ଟା କରୁଥିବା ସମୟରେ ସରିତାର ବାପା କୁମାରର ବାପାଙ୍କ ଉପରକୁ ହାତ ଉଠେଇ ଦେଇଥିଲେ ।
ଏତିକି ବେଳେ…
Promo: (ସରିତା ର ବାପା ଆଉ ମାଧବ ବାବୁ ଙ୍କ ମଧ୍ୟରେ ବହୁତ ଝଗଡା ହେଲା, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-163
Thanks….
Smruti_tume_sradhanjali_in_odia_by_kumars_diary_part_163
Smruti+tume+sradhanjali+in+odia+by+kumars+diary+part+163
Like this:
Like Loading...
ଏତିକି ବେଳେ କୁମାର କହୁଥାଏ…
କୁମାର:-ହଉ ଯାହା ହେଲା ସେ ସବୁ ଛାଡ଼, ଚାଲ ଏବେ ସମସ୍ତେ ହୋଟେଲ ଯିବା । ମୁଁ ଜାଣିଛି ସମସ୍ତଙ୍କୁ ଭୋକ ଲାଗିବଣି, କାହିଁକି ନା ମୋତେ ବି ବହୁତ ଭୋକ ଲାଗିଲାଣି ।
ସମସ୍ତେ ହସି ହସି ବେଦମ ହେଇଗଲେ ।
ସନ୍ଧ୍ୟା:- ଆଲୋ …. ଲୋ….ଲୋ…. ମୋ ଧନକୁ ଭୋକ ଲାଗିଲାଣି ।
ମୋତେ କହିଲନି ମୁଁ ସେ Popcorn ଦୀପକୁ ନଦେଇ ତମକୁ ଦେଇଦେଇଥାନ୍ତି ।
କୁମାର:- ହେ….. ବାଲୁରି ପାଟି ବନ୍ଦ କର ।
ଗାଡ଼ିରେ ବସ ସବୁବେଳେ ଗୋଟେ ବାଲୁର ବାଲୁର ହଉଛି ।
ଗାଡି ପାଖରେ ପହଞ୍ଚି ଦେଖିଲା ସାଗର ଭାଇ ନାହିଁ, ଗଲା କୁଆଡେ କୁମାର କହୁଥାଏ ।
ସମସ୍ତେ ଚାରିଆଡ଼କୁ ଦେଖିଲା ବେଳକୁ ଗୋଟେ ପାନ ଦୋକାନରେ ବସିଥାନ୍ତି ।
କୁମାର ସାଗର ଭାଇଙ୍କୁ ଡାକି ସମସ୍ତେ ହୋଟେଲକୁ ଚାଲିଲେ ।
ହୋଟେଲରେ ପହଞ୍ଚି….
କୁମାର:-ସାଗର ଭାଇ, ବାବା ଆଜି ହୋଟେଲ ଆସିନାହାନ୍ତି କି ??
ସାଗର:-ଆରେ ତୁ ଜାଣିନୁ କି ବାବା ସେ ମନ୍ଦିର ଟ୍ରଷ୍ଟିକୁ ପଇସା ଦେବାକୁ ଯାଇଛନ୍ତି ।
ତମେମାନେ ଚାଲ ଖାଇବ ତାପରେ କଥା ହବା ।
ତାପରେ ସମସ୍ତେ ଖାଇବାକୁ ଗଲେ ।
ଏପଟେ ସରିତାର ବାପା ଭୁବନେଶ୍ୱରରେ ପହଞ୍ଚି ସମୀରର ଚେଲାମାନଙ୍କ ସହ କୁମାର(ଶାନ୍ତନୁ) ର ଘରକୁ ଯିବାପାଇଁ ବାହାରୁଥାନ୍ତି ।
Promo: ( ସରିତା ର ବାପା, କୁମାର କୁ ମାରିବାକୁ ଲାଗିଲେ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-162
Thanks….
Smruti_tume_sradhanjali_in_odia_by_kumars_diary_part_162
Smruti+tume+sradhanjali+in+odia+by+kumars+diary+part+162
Like this:
Like Loading...
ସନ୍ଧ୍ୟା:-ଆରେ ସମସ୍ତେ ଶୁଣ, ସିନେମା ଦେଖାତ ସରିଲା, ଏବେ ଚାଲ ହୋଟେଲ ଆଡେ ଟିକେ ବୁଲିକି ଆସିବା । ଏମିତିରେ ବି ମୋତେ ବହୁତ ଭୋକ ହେଲାଣି ।
ଦୀପା:-ତୁ ପରା ଘରେ ଖାଇକି ଆସିଥିଲୁ, ଏତେ ଜଲଦି ଭୋକ ଲାଗିଲାଣି ତୋତେ ।
ସନ୍ଧ୍ୟା:-ତୁ କଣ ଜାଣିଲା ଭଳିଆ ହଉଛୁ ଯେ, ତୁ କଣ ଜାଣିନୁ 3-4 ଘଣ୍ଟାକୁ ଥରେ ମୋତେ ଭୋକ ଲାଗେ ବୋଲି ।
ସମସ୍ତେ ସେଠି ହସିବାକୁ ଲାଗିଲେ ।
ସନ୍ଧ୍ୟା:- ଆରେ ହସୁଛ କଣ ପାଇଁ ?? ସତରେ ମୋତେ ବହୁତ ଭୋକ ଲାଗେ ।
ସମସ୍ତଙ୍କର ହସ ବନ୍ଦ ହୋଇଯାଇଥାଏ, ହେଲେ ଆକାଶର ହସ ବନ୍ଦ ହୋଇନଥାଏ ।
ସନ୍ଧ୍ୟା ତାକୁ କହୁଥାଏ ….
ସନ୍ଧ୍ୟା:-ଏଇ ମଇଁଷି ଦାନ୍ତ କାହିଁକି ଦେଖଉଛୁ, ମୋ ଠାରୁ ତୋ ଧନ ଅଧିକ ଭୋକ ସମ୍ଭାଳି ପାରେନା ।
ତୁ କଣ ଦେଖିନୁ କି ?? Interval ରେ ତମେ ସମସ୍ତେ ଯାଇକି ଯୋଉ ସବୁ Popcorn ଆଣିଥିଲ, ସେ ତାର Popcorn ଖାଇସାରି କୁମାର ମୋ ପାଇଁ ଯୋଉ kurkure ଆଉ Popkorn ଆଣିଥିଲେ ସେ ସବୁ ବି ସେ ଖାଇସାରିଛି ।
ମୋ କଥା କହିଲା ବେଳକୁ ଦାନ୍ତ ଦେଖଉଛି ।
କଣ ?? ଠିକ୍ କହିଲିନା ଦୀପା !! ପୁଣି ସମସ୍ତେ ହସିଲେ ।
ସନ୍ଧ୍ୟାକୁ ଧିରେ ଧିରେ କହୁଥାଏ ।
ଦୀପା:-ବାଲୁରି, ଲୋ!! ତୋ ପେଟରେ କିଛି କଥା ରହୁନି ସବୁ ବାନ୍ତି କରିଦଉଛୁ । ସମସ୍ତଙ୍କୁ କହିବା କଣ ଦରକାର ।
Promo: (ସନ୍ଧ୍ୟା,, ଗାଡି ଭିତରେ ବଲ ବଲ ହେଉଛି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-161
Thanks….
Smruti_tume_sradhanjali_in_odia_by_kumars_diary_part_161
Smruti+tume+sradhanjali+in+odia+by+kumars+diary+part+161
Like this:
Like Loading...
Story, Poem, Article & Experience.