ସରିତାର ବାପା:- ଆରେ ହଁ ସେମାନେ ଗଲେ କୁଆଡେ ??
କୁମାର:-ସେମାନେ ଆପଣଙ୍କ ଗାଁ ଲୋକ ନା ?? ଏଠିକାର, ରାସ୍ତାଘାଟ ଜାଣିନଥିବେ ଗଲେ କୁଆଡେ ।
ସରିତାର ବାପା:- ଆରେ!! ସେମାନେ ଆମ ଗାଁ ଲୋକ ନୁହଁନ୍ତି ।
ସେମାନେ ସମୀରର ଲୋକ ସେମାନଙ୍କ ସାହଯ୍ୟରେ ଏଠି ଆସି ପହଁଚିପାରିଛି ।
ହଁ ଆଉ ଗୋଟେ କଥା ପଚାରିବାକୁ ଭୁଲିଗଲି, ସେ ସମୀର ତୋ ଉପରେ ଏତେ ରାଗ କାହିଁକି ରଖିଛି ।
ସବୁଦିନ ଆମ ଘରେ ଆସି ତୋ ବିଷୟରେ କଥା କୁହେ ।
ତୋ ପଛରେ ଲୋକ ଲଗେଇ ତୋର ସବୁ ଖବର ରଖୁଛି ।
କୁମାର:- ଆଚ୍ଛା !!ତାହାଲେ ଏସବୁ ସମୀର ର କାମ ।
ମାଧବ ବାବୁ:-ଆରେ ସମୀର କିଏ ??
କୁମାର:- ସେ ବହୁତ କଥା ଅଛି । ଆମେ ସେ ବିଷୟରେ ପରେ କଥା ହବା ।
ବୈଶାଳୀ(ମା):- ତମେ ସବୁ ପରେ କଥା ହବ ।
ପ୍ରଥମେ ମୋ ପୁଅର ଏତେ ଗୁଡ଼ାଏ ଖଣ୍ଡିଆ ଖାବରା ହୋଇଛି, ତମ ମାନଙ୍କୁ କଣ ଦେଖାଯାଉନି ? ଆସ କୁମାର ମେଡ଼ିସିନ ଲଗେଇଦେବୀ ।
ସନ୍ଧ୍ୟା:-ମା ତମେ ବ୍ୟସ୍ତ ହୁଅନି ମୁଁ ଲଗେଇଦେବି ।
ସରିତାର ବାପା ଝିଅ ଜୋଇଁଙ୍କ ସହ କଥା ବାର୍ତା ରେ ଲାଗିଲେ ।
ଯିଏ ଯା କାମରେ ଚାଲିଗଲେ ।
କୁମାର ଆଉ ତା ସାଙ୍ଗମାନେ ବସିକି କଥା ହଉଥାନ୍ତି ।
ସନ୍ଧ୍ୟା କହୁଥାଏ ….
ସନ୍ଧ୍ୟା:- ମଉସାଙ୍କ ର ଯାହା ରାଗ ଥିଲା ସବୁ ସୁଜେଇ ଦେଇଛନ୍ତି ।
ଏମିତି କଣ କିଏ କାହାକୁ ମାରେ, ଦେହରେ କୋଉଠି ବି ଜାଗା ନାହିଁ ।
ବହୁତ ଜାଗାରେ ମାଡ଼ ହେଇ ଯାଇଛି ।
Promo: (ସବୁ ସାଙ୍ଗ ମାନେ ମିଶି ସମୀର ବିଷୟରେ କଥା ହେଉଛନ୍ତି ଆଉ ତାର କେମିତି ପ୍ରତିଶୋଧ ନିଆ ଯିବ ସେ ବିଷୟରେ କଥା ହେଉଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-169
Thanks….
Smruti_tume_sradhanjali_in_odia_by_kumars_diary_part_169
Smruti+tume+sradhanjali+in+odia+by+kumars+diary+part+169
Like this:
Like Loading...
ସରିତାର ବାପା:-ମୋତେ କ୍ଷମା କରିଦେ କୁମାର !
ମୁଁ ତୋ ପ୍ରତି ବହୁତ ଅନ୍ୟାୟ କରିଛି, ତୋ ଖୁସିକୁ ପଛରେ ପକେଇ ମୋ ଝିଅର ଖୁସିକୁ ତା ପାଖରେ ପହଞ୍ଚେଇ ପାରିଛୁ ।
ମୁଁ ତୋତେ ବହୁତ ଖରାପ ବ୍ୟବହାର କରିଛି, ଏତେ ମାରିଛି ହେଲେ ତୋର କିଛି ପ୍ରତିବାଦ ନଥିଲା ।
ତୁ ସତରେ ଗୋଟେ ହୀରା ଟେ । ମୋତେ କ୍ଷମା କରିଦେ କୁମାର ….. ମୋତେ କ୍ଷମା କରିଦେ…
କୁମାର:-ଆରେ ମଉସା ମୋତେ କ୍ଷମା ମାଗି ଲଜ୍ଜିତ କରନ୍ତୁନି ।
ଆପଣ ଜଣେ ବୟସ୍କ ବ୍ୟକ୍ତି ଆଉ ମୋର ସମ୍ମାନନୀୟ ଗୁରୁଜନ ।
ଆପଣ ଆପଣଙ୍କ ଭୁଲକୁ ବୁଝିପାରିଛନ୍ତି, ସେଇଟା ହିଁ ବଡ଼କଥା ।
ମୁଁ ଯାହା କରିଛି, ଆପଣ କଣ ? ଆପଣଙ୍କ ଜାଗାରେ ଯିଏ ବି ଥାଆନ୍ତା ମୋ ସହ ଠିକ୍ ଏୟା ହିଁ କରିଥାନ୍ତା ।
ଯାହା ତ ହବାର ଥିଲା ହେଇଗଲା ଏବେ ଛାଡ଼ନ୍ତୁ ସେ ସବୁ ବର-କନ୍ୟା କୁ ଆଶ୍ରିବାଦ କରନ୍ତୁ ।
ସରିତା, କେଶବ ବାପାଙ୍କୁ ପ୍ରଣାମ କର ।
ସରିତାର ବାପା:-ହଉ ହେଲା, ହେଲା, ସବୁଦିନ ଏମିତି ଖୁସିରେ ରୁହ ।
କୁମାର:-ଆଚ୍ଛା, ମଉସା ମୋତେ ଗୋଟେ କଥା କୁହନ୍ତୁ, ଆପଣ ତ ଏଠିକାର ଠିକଣା ଜାଣିନଥିଲେ । ଏଠିକି କେମିତି ଆସିଲ ??
ଆପଣଙ୍କ ସାଙ୍ଗରେ ଯୋଉ ଲୋକମାନେ ମୋତେ ମାରୁଥିଲେ ସେମାନେ କୁଆଡେ ଗଲେ ??
Promo: (ସରିତା ର ବାପା , ସମୀର ର ପ୍ରକୃତ ଯୋଜନା ବିଷୟରେ ଜାଣିପାରିଲେ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-168
Thanks….
Smruti_tume_sradhanjali_in_odia_by_kumars_diary_part_168
Smruti+tume+sradhanjali+in+odia+by+kumars+diary+part+168
Like this:
Like Loading...
ସରିତା :- ବାପା ମୋର ଭୁଲ ହେଇଯାଇଛି, ମୁଁ ତମର ଇଛା ବିରୁଦ୍ଧରେ ଯାଇ କେଶବକୁ ବାହାହେଇ ହେଇଗଲି ।
ସରିତାର ବାପା:-ତୁ ଯାହା କରିଛୁ ଠିକ୍ କରିଛୁ ।
ମୁଁ ସମ୍ପତ୍ତି ଲୋଭରେ ସିନା ସେଠି ତୋତେ ବାହାଘର କରିଦେଇଥାନ୍ତି, ହେଲେ କେଶବ ଠାରୁ ଅଧିକ ଖୁସି ଦେଇପାରିନଥାନ୍ତି ।
ମୋତେ ତ ମୋ ନିଜକୁ ଧିକାର ଲାଗୁଛି, ଯେ ମୁଁ ତୋତେ ପିଲାଦିନରୁ ନେଇକି ଆଜି ପର୍ଯ୍ୟନ୍ତ କେବେ ଖୁସିରେ ରଖିପାରିଲିନି ।
କେଶବ ମୋତେ କ୍ଷମା କରିଦବ ପୁଅ, ତମେ ମୋ ଝିଅକୁ ଯେତିକି ଖୁସି ଦେଇଛ ମୁଁ କେବେବି ଦେଇପାରିନି ।
ମୋତେ କଥା ଦିଅ ମୋ ଝିଅକୁ ସବୁବେଳେ ଖୁସିରେ ରଖିବ ।
କେଶବ:- ମୁଁ କଥା ଦଉଛି ବାପା !! ସରିତାକୁ ସବୁବେଳେ ଖୁସିରେ ରଖିବି ।
ସରିତାର ବାପା:-ମାଧବ ବାବୁ ମୋତେ କ୍ଷମା କରିଦିଅନ୍ତୁ, ମୁଁ ଆପଣଙ୍କୁ ବହୁତ କଟୁକଥା କହିଛି ଆଉ ହାତ ବି ଉଠେଇଛି ।
ମୋତେ କ୍ଷମା କରିଦିଅନ୍ତୁ ।
ସରିତାର ବାପା, ମାଧବ ବାବୁଙ୍କ ଗୋଡ଼ ଧରି କ୍ଷମା ପ୍ରାର୍ଥନା କରୁଥାନ୍ତି ।
ମାଧବ ବାବୁ:-ଆରେ…. ଆପଣ ଏ କଣ କରୁଛନ୍ତି, ଉଠନ୍ତୁ । ମୁଁ ବି ତ ଆପଣଙ୍କୁ ବହୁତ କଟୁକଥା କହିଛି ।
ଆଉ ଗୋଟେ ବାପା ହିସାବରେ ଯାହା କହିବା କଥା, ତା ଠୁ ଅଧିକା କହିଦେଇଛି, ମୋତେ ଆପଣ କ୍ଷମା କରିଦେବେ ।
କ୍ଷମା ତାକୁ ମାଗନ୍ତୁ ଯାହାପାଇଁ ଆପଣ ଆପଣଙ୍କ ଝିଅର ଖୁସି ଫେରିପାଇଛନ୍ତି ।
Promo: (ସରିତା ର ବାପା ,ସରିତା ଆଉ କେଶବ କୁ ଆଶୀର୍ବାଦ କରୁଛନ୍ତି, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-167
Thanks…
Smruti_tume_sradhanjali_in_odia_by_kumars_diary_part_167
Smruti+tume+sradhanjali+in+odia+by+kumars+diary+part+167
Like this:
Like Loading...
ମାଧବ ବାବୁ:-ତୁ ସତରେ ଗୋଟେ ମଣିଷ ନୁହଁ,ଟଙ୍କା କୁ ଆଉ ସମ୍ପତ୍ତିକୁ ନେଇ ତୁ ଅନ୍ଧ ହେଇଯାଇଛୁ ।
ଟଙ୍କା କିମ୍ବା ସମ୍ପତ୍ତି ଦ୍ବାରା କେବେବି ଖୁସି କିଣା ଯାଇ ପାରେନା।
ସେ ସବୁ ତ ଖାଲି ଦେଖେଇବା ପାଇଁ ହେଇଥାଏ ।
ଅସଲି ସମ୍ପତ୍ତି କଣ ଜାଣିଛୁ, ନିଜ ସନ୍ତାନର ଖୁସି ।
ସେ ପୁଅ ସହ ଯଦି ତାର ବାହାଘର ହେଇଯାଏ ନା ସେ ତ ସବୁ ସମ୍ପତ୍ତିର ମାଲିକ ହେଇଯିବ କିନ୍ତୁ ତା ମନରେ ଟିକେ ଖୁସି ନଥିବ ।
ସରିତା ଯେବେ ତୋ କଥା କହି କହି କାନ୍ଦୁଥିଲାନା ମୁଁ ବି ସହିପାରିଲିନି, କାହିଁକି ନା ମୁଁ ବି ଜଣେ ବାପା ।
ଚାଲ ମୋ ସହ ମୋ ଘରକୁ ଦେଖିବୁ ତୋ ଝିଅ କେତେ ଖୁସିରେ ଅଛି ।
ଚାଲ ମୋ ସହ….
ସରିତାର ବାପା ସମେତ ସମସ୍ତେ ଯାଇକି ଘରେ ପହଁଚିଲେ, ସରିତାର ବାପା ଝିଅକୁ ଏତେ ହସ ଖୁସିରେ ଦେଖି ନିଜର ସବୁ ଗର୍ବ ଅଂହକାର ଭାଙ୍ଗିଯାଇଥିଲା ।
ସେ ବହୁତ ଜୋରରେ ଛୋଟ ପିଲା ଭଳି କାନ୍ଦିବାକୁ ଲାଗିଲେ ।
ଏତିକି ବେଳେ ସରିତା ଦେଖିଲା ତା ବାପା ଆସିଛନ୍ତି ଆଉ କାନ୍ଦୁଛନ୍ତି ।
ସରିତା:- ବାପା !! ତମେ କାନ୍ଦୁଛ କଣ ପାଇଁ ?? ସରିତା ବି କାନ୍ଦିବାକୁ ଲାଗିଲା ।
ସରିତାର ବାପା:- କାନ୍ଦିବିନି ତ ଆଉ କଣ କରିବି । ମୋତେ କ୍ଷମା କରିଦେ ମା, ମୁଁ ଟଙ୍କା ପଛରେ ପଡି ଏତେ ଅନ୍ଧ ହେଇଯାଇଥିଲି ଯେ ମୋ ଖୁସି ଛଡା ଆଉ କାହାର ଖୁସି କି ତୋ ଖୁସି ଦେଖାଯାଉନଥିଲା ।
Promo: (କେଶବ, ସରିତା ର ବାପା ଙ୍କୁ କଥା ଦେଉଛି ଯେ ସେ ସବୁବେଳେ ସରିତା କୁ ଖୁସିରେ ରଖିବ , ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-166
Thanks….
Smruti_tume_sradhanjali_in_odia_by_kumars_diary_part_166
Smruti+tume+sradhanjali+in+odia+by+kumars+diary+part+166
Like this:
Like Loading...
Story, Poem, Article & Experience.