Smruti Tume Sradhanjali (A true Story ) Page-172

କୁମାର:- ସତରେ ସେଠି ରହିଗଲୁନି କାଇଁ ଆସିଲୁ ।

ସନ୍ଧ୍ୟା:-ତମେ ପରା ଆସିଗଲ, ମୁଁ ସେଠି କେମିତି ଏକୁଟିଆ ରହିଥାନ୍ତି।

 ତମକୁ ଛାଡିକି କେମିତି ରହିଥାନ୍ତି ଯେ ??

କୁମାର:-ହେଲେ ଏବେ ମୋତେ ଛାଡିକି ଘରକୁ ଯାଅ । 

କାଲି ମୁଁ ଟିଉସନ ଆସିଲେ ମିଶିକି Marketing କରିବା ।

ସନ୍ଧ୍ୟା:-Marketing !! ମାନେ?? ପରିବା କିଣିକି ଆଣିବା ନା କଣ ??

Shopping କରିବା ହେଲା । ମୁଁ ଏବେ ଆସୁଛି ।

କୁମାର:- Okay bye..

ତାପର ଦିନ କୁମାର ଆଉ ସନ୍ଧ୍ୟା ବହୁତ Shopping କଲେ ।

ଆଉ ସବୁ ସାଙ୍ଗମାନେ ମଧ୍ୟ । 
ଏମିତି ଗୋଟେ ମାସ ବିତିଯାଇଥାଏ ।
 Exam ବି ପାଖେଇ ପାଖେଇ ଆସୁଥାଏ, ସେଥିପାଇଁ ସବୁସାଙ୍ଗ ଆଉ କୁମାର-ସନ୍ଧ୍ୟା ମଧ୍ୟ ପାଠପଢ଼ାରେ ଲାଗିଥାନ୍ତି ।

 ଆପଣ ମାନଙ୍କୁ ଏଠି କହି ରଖିବି ଯେ ଆପଣମାନେ ବିରକ୍ତ ହେଇନାହାନ୍ତି ତ ?? 

କାରଣ କାହାଣୀଟି ପୁରା ବଡ଼ ।
 ସେଥିପାଇଁ ମୁଁ କାହାଣୀଟିକୁ ସିଧା ଶେଷ ତିନି ଦିନକୁ ନେଇ ଯାଉଛି !!

 ଯୋଉ ତିନିଦିନ କୁମାର ସନ୍ଧ୍ୟା ଆଉ ବାକି ସାଙ୍ଗମାନେ ଖୁବ ମଜାମସ୍ତି କରିଥିଲେ । 

ଆପଣମାନେ ତ ଜାଣିଛନ୍ତି ସୁଖ ପରେ ଦୁଃଖ ଆଉ ଦୁଃଖ ପରେ ସୁଖ ସବୁ ସଂସାରର ରୀତି ସେମିତି କୁମାର, ସନ୍ଧ୍ୟା ଆଉ ବାକି ସାଙ୍ଗମାନଙ୍କର ଦୁଃଖର ସମୟ ଆସିବାକୁ ଯାଉଛି, ଆଉ ତାହା ହିଁ ହେଉଛି ଏହି କାହାଣୀର ପୂର୍ଣ୍ଣଛେଦ ।

 ଆପଣମାନେ ମନେ ରଖିଛନ୍ତି ତ କାହାଣୀକୁ ଆକାଶ ସୁମିତ୍ରାକୁ କହୁଛି ବୋଲି । 

ସୁମିତ୍ରାକୁ କହିଲା ଭିତରେ ବାକିସାଙ୍ଗମାନେ ବି ଆସି ସେଠି ଶୁଣୁଥାନ୍ତି ।

 ତାହାଲେ ଆଉ ଡେରି ନ କରି ଚାଲନ୍ତୁ ବାକି ରହିଥିବା କାହାଣୀ କୁ ଆଗକୁ ନେବା ।

ସେଇ ତିନିଦିନ କଣ ଘଟିଥିଲା, ସମସ୍ତଙ୍କ ବିଷୟରେ ଜାଣିବା ??

 କିଛିଦିନ ପରେ କଲେଜରେ ସମସ୍ତେ ବସିଥାନ୍ତି ଆଉ କଥା ହଉଥାନ୍ତି ।



To be continued…….


Promo: ( ସନ୍ଧ୍ୟା ସବୁ ସାଙ୍ଗ ମାନଙ୍କୁ Birthday Party କୁ invite କରୁଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-172



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_172
Smruti+tume+sradhanjali+in+odia+by+kumars+diary+part+172

Smruti Tume Sradhanjali (A true Story ) Page-171

ବୈଶାଳୀ(ମା):- କୁମାର(ଶାନ୍ତନୁ) ତୁ ଚାଲିଗଲାପରେ ମୁଁ ଶୁଣି ଏକୁଟିଆ ହେଇଯିବିରେ । 

ତୋତେ ଛାଡିବାକୁ ଜମାରୁ ଇଛା ହଉନି । 

ତୁ ଆଉ କିଛି ଦିନ ରହିଯାଉନୁ ??

କୁମାର:-ତୁ ଏମିତି କାହିଁକି ହଉଛୁ, ମୁଁ ପୁଣି ଆସିବି ହେଲା ମୋର କଲେଜ ପଢ଼ା ଚାଲିଛି ସରିଯାଉ ତାପରେ ପୁଣି ଆସିବି । 

ତୁ ମନ ଦୁଃଖ କରେନି ହେଲା, ଆଉ ବାବା ଶୁଣ ମୋ ମା ର ଯତ୍ନ ନବ ହେଲା । 

ତମେ ସବୁବେଳେ ଖାଇବା ଠିକ୍ ଟାଇମରେ ଖାଇବ ଆଉ ମେଡ଼ିସିନ ବି ।

ସାଗର ଭାଇ ଆଉ ଭାଉଜ ମୁଁ ଯାଉଛି ପୁଣି କେବେ ଆସିବି ।

(କୁମାର ର ବାବା କହୁଥାନ୍ତି)

ମାଧବ ବାବୁ:- କୁମାର!!  ଏଇ ଟଙ୍କା ରଖ, ତୋ କାମରେ ଆସିବ ।

କୁମାର:- ମୁଁ ଏ ଟଙ୍କା କଣ କରିବି, ମୋର କିଛି ଦରକାର ନାହିଁ ଖାଲି ତମ ମାନଙ୍କ ଆଶୀର୍ବାଦ ଦରକାର ବାସ୍ ସେତିକିରେ ମୁଁ ଖୁସି ।

 ମାଧବ ବାବୁ:- ଆରେ ରଖ ସନ୍ଧ୍ୟା ପାଇଁ ମୁଁ କିଛି କିଣିପାରିଲିନି, ତୁ ତା ପାଇଁ ତା ପସନ୍ଦର ଜିନିଷ ଆଣିବୁ ହେଲା । 

ରଖ ମୁଁ କିଛି ଶୁଣିବିନି ହେଲା ।

କୁମାର:- ହଉ ବାବା, ତମେ ଯଦି କହୁଛ ତାହାଲେ ରଖିଦେଉଛି ।

ସରିତାର ବାପା:- ମାଧବ ବାବୁ ପୁଣି କେବେ ଦେଖାହବ?? ଆପଣଙ୍କ ଋଣ ମୁଁ କେବେବି ସୁଝିପାରିବିନି ।

ମାଧବ ବାବୁ:- ମୁଁ କିଛି କରିନି, ସବୁ ଏଇ ପିଲାମାନଙ୍କ ପାଇଁ ହେଇଛି ।
 ମଝିରେ ମଝିରେ ଫୋନ କରୁଥିବେ, ମୁଁ ଆପଣଙ୍କ ଫୋନ ଅପେକ୍ଷାରେ ରହିବି okay bye…

ତାପରେ ସମସ୍ତେ ଗାଁକୁ ଯିବା ପାଇଁ ବସ୍ ରେ ବସି ଚାଲିଲେ ।
 ବସ୍ ରେ ସମସ୍ତେ ମଜାମସ୍ତି କରିଲେ ଶେଷରେ ସମସ୍ତେ ଗାଁ ରେ ପହଞ୍ଚିଗଲେ ।
 ସରିତାର ବାପା କେଶବ ଆଉ ସରିତାକୁ ନେଇ 
କେଶବ ଘରକୁ ଗଲେ ବାକି ସାଙ୍ଗମାନେ ନିଜ ନିଜ ଘରକୁ ଗଲେ । 
ସନ୍ଧ୍ୟା ଆଉ କୁମାର ବସ୍ ଷ୍ଟାଣ୍ଡରେ କଥା ହଉଥାନ୍ତି ।

କୁମାର:- କଣ ମ୍ୟାଡ଼ମ ଘରକୁ ଯିବାକୁ ଇଛା ହଉନି କି ??

ସନ୍ଧ୍ୟା:- ସତରେ ତ ଇଚ୍ଛା ହଉନି ଯିବାକୁ, ପୁଣି ଭୁବନେଶ୍ୱର ଯିବାକୁ ଇଚ୍ଛା ହଉଛି ।


To be continued…….


Promo: ( ଏଇ କାହାଣୀ ଶେଷ ହେବାକୁ ଯାଉଛି,  ଏଇ କାହାଣୀ ଦୁଃଖ ସମୟ ଆଡକୁ ଗତି କରିବ  ! ଯଦି ପୁରା ପଢିନାହାନ୍ତି ତେବେ , ପୁରା କାହାଣୀ କୁ ପ୍ରଥମରୁ ପଢନ୍ତୁ । ମୁଁ ପ୍ରଥମ page ର Link ତଳେ ଦେଇ ଦେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-171



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_171
Smruti+tume+sradhanjali+in+odia+by+kumars+diary+part+171

Smruti Tume Sradhanjali (A true Story ) Page-170

କୁମାର:- ଓଃ ଟିକେ ଆସ୍ତେ ଲଗାଅ, ଦେଖୁଛ ପରା କେମିତି ମାଡ଼ ହେଇଛି ।
ଆଚ୍ଛା ମାଡ଼ ତ ମତେ ହେଇଛି, ତୁ ଏମିତି କାଇଁ କାନ୍ଦୁଛୁ(ସନ୍ଧ୍ୟା କୁ) ।

ସନ୍ଧ୍ୟା:-ତମେ କଣ ଜାଣିନ କି ? ତମ ଦେହରେ ଟିକେ ଦାଗ ହେଲେ ବି ତାର ପ୍ରଭାବ ମୋ ଉପରେ ପଡେ ।

ଆମେ ଦୁଇଜଣ ଦୁହେଁ ଗୋଟିଏ ତମେ ଜାଣିନ କି ?

କୁମାର:-ହଉ !! ହଉ !! ତୋ କଥା ହେଲା, ଏବେ ଖୁସି ତ ??

ଆକାଶ:- କୁମାର !! ସମୀର ତୋ ପଛରେ କେମିତି ଛାଇ ଭଳି ଲାଗିଛି ।
 ଏବେ କଣ ହବ ମୁଁ କିଛି ବୁଝିପାରୁନିରେ ।

କୁମାର:- ତମମାନେ ଏତେ ବ୍ୟସ୍ତ ହୁଅନି, ସେ ତା କାମ କରିଚାଲୁ ।
 ଆମେ ଆମ କାମ କରିବା ।
 ଆମେ ତ କାଲି ଗାଁକୁ ଯିବା ତାପରେ ଆମେ ତା ସହ ଦେଖାକରିବା ତାପରେ ଯାହା ହବ ।

ବିକ୍ରମ:- ତୁ ଠିକ୍ କହିଛୁ ଆମେ ତା ସହ ମିଶି ସମଧାନ କରିବା ନା କଣ ??

ଅଜିତ୍:- ସମାଧାନ କଣ ବେ ତାକୁ ବି ଜଣେଇବାକୁ ହବ ଯେ ଆମେ ବି ହାତରେ ଚୁଡି ପିନ୍ଧିନୁ । 

ଆମେ ବି ଦେଖେଇଦବା ଆମେ କଣ ??

କୁମାର:-ତୁ ଠିକ୍ କହିଛୁ ତା ଖବର ବୁଝିବାକୁ ପଡିବ । ବହୁତ ଟଙ୍କା ଅଛି ନା ତା ପାଖରେ ବେଶି ଗର୍ବ ହେଇଗଲାଣି ତାର, ଆଉ ସେ  ସବୁ ଜାଣି ବି ମୋ ଠୁ ସନ୍ଧ୍ୟାକୁ ଅଲଗା କରିବାକୁ ଚାହୁଁଛି ମୁଁ ବି ଦେଖେଇଦେବି ଯେ ପ୍ରେମ ବଡ଼ ନା ଟଙ୍କା ବଡ଼। 
ହଉ ଛାଡ଼ ସେ କଥା ଚାଲ ଖାଇବା ସମୟ ହେଲାଣି ।
 ହଁ ଶୁଣ ସମସ୍ତେ ନିଜ ନିଜ ଜିନିଷ Pack କରିନବ, ଆମେ କାଲି ଭୋରୁ ବାହାରିଯିବା ।

ତାପରେ ସମସ୍ତେ ଖାଇସାରିଲେ ଆଉ ନିଜ ନିଜ ଜିନିଷ ବି  Pack କରି ଶୋଇଲେ ।
 ଭୋରୁ ସମସ୍ତେ ଉଠି Ready ହୋଇ ଗାଁ କୁ ଯିବାପାଈଁ ବାହାରୁଥାନ୍ତି । 
ସେହି ସମୟରେ କୁମାର(ଶାନ୍ତନୁ) ର ମା କହୁଥାନ୍ତି ।
To be continued…….


Promo: (ସନ୍ଧ୍ୟା ର ଗାଁ କୁ ଯିବା କୁ ଇଛା ନାହିଁ , ପୁଣି ଭୁବନେଶ୍ୱର ଯିବା ପାଈଁ ଇଛା, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-170



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_170
Smruti+tume+sradhanjali+in+odia+by+kumars+diary+part+170