Smruti Tume Sradhanjali (A true Story ) Page-178

ସନ୍ଧ୍ୟା:- ଦେଖୁଛ ତ ମୁଁ ହାତରେ କଣ ଧରିଛି ।

କୁମାର:-ଏ କଣ କରୁଛ ମୋତେ ମାରିବ ନା କଣ ??

ସନ୍ଧ୍ୟା:- ତମକୁ କାଇଁ ମାରିବି, ମୁଁ ନିଜେ ମରିଯିବି । ତମେ ଯଦି ଆଉ କାହାକୁ ବାହାହବ। 
କୁମାର ଡରିଯାଇଥାଏ…

ସନ୍ଧ୍ୟା:-ଡରିଗଲ ନା ମୁଁ Just Acting କରୁଥିଲି ହା ହା ହା….

କୁମାର:- ଚୁପ୍ କର ବେଶି ହସ ଲାଗିଛି ନାଇଁ ସବୁବେଳେ ଗୋଟେ ମରିବା କଥା । ଏମିତି ଛୋଟଛୁଆ ଭଳି କାଇଁ ହଉଛ କେଜାଣି ।

ସନ୍ଧ୍ୟା:- Sorry Sorry ଆଉ କହିବିନି ହେଲା ତ ।

କୁମାର:- ହଁ ହଁ ହେଲା ବାୟାଣୀ ।

ତାପରେ ସମସ୍ତେ ମିଳିମିଶିକି କାମକଲେ…. ରୋଷେଇ ରେଡି ହେଇଗଲା । ତାପରେ ବ୍ରାହ୍ମଣ ଭୋଜନ ଆରମ୍ଭ ହୋଇଯାଇଥାଏ । ଆଉ ସେଥିପାଇଁ ଦକ୍ଷିଣା ଦବାପାଇଁ କୁମାରକୁ ଧୋତି ପିନ୍ଧିବାକୁ କୁହା ହେଇଯାଇଥାଏ । କୁମାର ଧୋତି ପିନ୍ଧି ଆସି ଦକ୍ଷିଣା ଦେଇଥାଏ । 

ଏମିତି କିଛି ସମୟପରେ ବନ୍ଧୁ ବାନ୍ଧବ ଖାଇବାପାଇଁ ଆସିଯାଇଥାନ୍ତି । କୁମାର ସବୁସାଙ୍ଗମାନେ ଭୋଜନ ବାଣ୍ଟିବାରେ ରହିଥାନ୍ତି ।
 ସମସ୍ତେ ଖାଇବା ପରେ  କୁମାର ର ସାଙ୍ଗମାନେ ଆଉ ସନ୍ଧ୍ୟା ମଧ୍ୟ ଆସି  ଖାଇବାକୁ ବସିଲେ ।

କୁମାର ର ପରିବାର ସମସ୍ତେ ଆଉ ସାଙ୍ଗମାନେ ବସିକି ଖାଇବା ଆରମ୍ଭ କରନ୍ତି । 

ସମସ୍ତେ ଖାଉଥାନ୍ତି ଏପଟେ ସନ୍ଧ୍ୟା ଖାଇବା ଧରିକି ବସିଥାଏ ….ଖାଉ ନଥାଏ… କୁମାର ତା ଜାଗାରୁ ଉଠି ସନ୍ଧ୍ୟା ପାଖକୁ ଯାଉଥାଏ ।

କୁମାର ର ବୋଉ:-କୁଆଡେ ଯାଉଛୁ ଖାଇକି ଯାଉନୁ ଆରେ ଶୁଣ…

କୁମାର:- ତୁ ଖାଆ …. ମୁଁ ଟିକେ ଆସୁଛି ।

କୁମାର:- ଏଇ ବାୟାଣୀ ଖାଉନ କଣ ହେଲା ।

ସନ୍ଧ୍ୟା:-ମୋତେ ଭୋକ ଲାଗୁନି କଣ ଖାଇବି ଯେ…

କୁମାର:-ଏଠି ସମସ୍ତଙ୍କୁ ଭୋକ ଲାଗୁଛି ତମକୁ ଭୋକ ଲାଗୁନି,।ଖାଇବ ନା ଦେଖିବ ଏଇନେ….

ସନ୍ଧ୍ୟା:-ଆରେ ଶୁଣ ଶୁଣ ବ୍ରାହ୍ମଣ ମାନଙ୍କ ପାଇଁ ଯୋଉ ଲଡୁ ଆସିଥିଲା ମୁଁ ସେଥିରୁ ୨ଟା ଖାଇ ଦେଇଥିଲି ସେଥିପାଇଁ ଭୋକ ଲାଗୁନି ।
To be continued…….


Promo: ( କୁମାର ସନ୍ଧ୍ୟା କୁ ଖୁଆଇ ଦେଉଛି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-178



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_178
Smruti+tume+sradhanjali+in+odia+by+kumars+diary+part+178

Smruti Tume Sradhanjali (A true Story ) Page-177

କୁମାର:- ବୋଉ ମୁଁ ଆସିଗଲି ।
କୁମାର ର ବୋଉ:- କେତେ ଶିଘ୍ର ଚାଲିଆସିଲୁ ନାହିଁ, ଏତେ କାମ ଅଛି କିଏ କରିବ ?
ଏତିକି ବେଳେ ସବୁ ସାଙ୍ଗମାନେ କହିଲେ ଆମେ କରିବୁ । 
ମା ଆମେ ଆଉ କଣ ପାଇଁ ଆସିଛୁ ।
 ତମେ ବ୍ୟସ୍ତ ହୁଅନି ଆମେ ସବୁ କାମ ଜଲଦି କରିଦେବୁ ।
କୁମାର ର ବୋଉ:- କୁମାର ଏମାନେ ତୋ ସାଙ୍ଗ ନା ଏଠିକି କାଇଁ ଆଣିଲୁ ଘରକୁ ନେଇକି ଗଲୁନି । 
ପରେ ଆସିଥାନ୍ତେ । 
ହଉ ଆସିଲାଣି ଯେତେବେଳେ ବସ ମୁଁ ଟିକେ ଆସୁଛି ।
ଆଚ୍ଛା ଏ ଝିଅମାନେ କିଏ ??
କୁମାର:- ସେମାନେ ବି ମୋ ସାଙ୍ଗମାନେ ।
କୁମାରର ବୋଉ:-ଆଚ୍ଛା ଝିଅମାନଙ୍କ ସହ ବି ସାଙ୍ଗ ହେଇଗଲୁଣି ।
କୁମାର:-କଲେଜରେ ସମସ୍ତେ ସାଙ୍ଗ !! ଝିଅ କଣ!!  ପୁଅ କଣ !! 
କୁମାର ର ବୋଉ:- ହଉ ଠିକ୍ ଅଛି ଟିକେ ସାବଧାନରେ ରହିବୁ । ମୁଁ ଟିକେ ଘରକୁ ଯାଇକି ଆସୁଛି ।

ଏତିକି ବେଳେ ସନ୍ଧ୍ୟା କୁମାରର ବୋଉକୁ ପ୍ରଣାମ କରୁଥାଏ ଆଉ କୁମାରର ବୋଉ ଆଶ୍ରିବାଦ କରି ସେଠାରୁ ଚାଲିଗଲେ । 

ତାପରେ ସବୁ ସାଙ୍ଗମାନେ କାମ କରିବା ସହ କଥା ହଉଥାନ୍ତି ।

ଆକାଶ:-ତୁ ଯାହା କହୁଥିଲୁ ସତକଥାରେ ତୋ ବୋଉ ବି ତୋ ପଛରେ ଝିଅ ଦେଖିଲେ ମନା କରନ୍ତି, ତାଙ୍କ ଠୁ ଦୁରେଇକି ରହିବାକୁ କହୁଛନ୍ତି । 
ତୋ ପାଇଁ ସେ କୋଉଠି ନା କୋଉଠି ଝିଅ ଠିକ କରିସାରିଛନ୍ତି ବୋଧେ, ସେଥିପାଇଁ ସେ ଏମିତି କହୁଛନ୍ତି ।

ସନ୍ଧ୍ୟା:- ତାହାଲେ ମୁଁ କୁଆଡେ ଯିବି ??
କୁମାର:- ତମେ କୁଆଡେ ଯିବନି ମୋ ସାଙ୍ଗରେ ହିଁ ରହିବ ହେଲା, ବାୟାଣୀ କେତେ କଣ ଭାବୁଛି !!

ମନ୍ଦିର ଭିତରେ ବହୁତ ଲୋକ ଥିବାରୁ ମନ୍ଦିର ପଛକୁ କୁମାର କୁ ଟାଣି ନେଇ ସନ୍ଧ୍ୟା କହୁଥାଏ ।

ଆଉ ହାତରେ ପରିବା କଟା ଛୁରୀ ଧରିକି କହୁଥାଏ ।
To be continued…….


Promo: (ସନ୍ଧ୍ୟା କହୁଛି ତମେ ଯଦି ଆଉ କାହାକୁ ବାହା ହେବ, ତେବେ ମୁଁ ମରିଯିବି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-177



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_177
Smruti+tume+sradhanjali+in+odia+by+kumars+diary+part+177

Smruti Tume Sradhanjali (A true Story ) Page-176

କୁମାର:- ଆଉ ବେଶି ଭାବନି ।

ସନ୍ଧ୍ୟା:-ହଁ ସତରେ ଏଇ ତିନିଦିନ ପାଇଁ Planing କରିକି ରଖିବି ।  ମୋତେ ଲାଗୁଛି ମୋ ଜୀବନର ସବୁ ଖୁସି ଏଇଠି ସାରିଦେବି ।

କୁମାର:- କାଇଁ ତା ପରଦିନ କଣ ତୀର୍ଥଯାତ୍ରା ରେ ଯିବ କି ?? 

ସନ୍ଧ୍ୟା:-ଆରେ ନାଇମ ତୀର୍ଥ କାଇଁ ଯିବି ମୁଁ ଯୋଉଠୁ ଆସିଛି ସେଇଠି କି ଚାଲିଯିବି ।

ହଠାତ କୁମାର ଗାଡି ରଖି ଆଶ୍ଚର୍ଯ୍ୟ ହେଇ ପଚାରୁଥାଏ ।

କୁମାର:- ମାନେ କୋଉଠି କି ??

ସନ୍ଧ୍ୟା:-ଆରେ କୋଉଠି କି କଣ ??
 ଆମ ଘରକୁ ଆମ ଘରୁ ହିଁ ଆସିଛିନା ।
 ତମେ ଆଉ କଣ ଭାବୁଥିଲ କି ?? 
ଗାଡି ଅଟକେଇ ଦେଲ ଯେ !!

କୁମାର:- ହଁ !! ମୁଁ ଆଉ କିଛି ଭାବିଦେଇଥିଲି, ହଉ ଛାଡ଼ ସେ କଥା, ଚାଲ ଯିବା ।

ସନ୍ଧ୍ୟା:- ଦେଖ ସମସ୍ତେ ଆଗରେ ଚାଲିଗଲେଣି, ଆମେ ପଛରେ ରହିଗଲେଣି ।

କୁମାର:-ଆରେ ସେଥିରୁ କଣ ହେଲା, ସେମାନେ ଆମ ଘରକୁ ଯିବେ,  ମୁଁ ନ ପହଂଚିବା ପର୍ଯ୍ୟନ୍ତ ସେମାନେ କେମିତି ଯିବେ । ତମେ ଏତେ ବ୍ୟସ୍ତ ହୁଅନି ହେଲା ।

ସନ୍ଧ୍ୟା:- କି Respect ଲୋ ମା, ଥାଉ ଏତେ Respect ଦିଅନି ।

କୁମାର:- ତମେ ଠିକ କହିଛ, ତମକୁ କଣ Respect ଦେବି ଯେ….

ହେଲେ ତମେ ଆମ ଘରକୁ ଯାଉଛ ନା ସେଥିପାଇଁ ଟିକେ Respect ତ ଦବାକୁ ପଡିବ ନା । Okay ଚାଲ ସେମାନେ ଗଲେଣି ।

ତାପରେ ସେମାନେ ଯାଇ ସମସ୍ତ ସାଙ୍ଗମାନଙ୍କ ସହ ମିଶିକି ଆଗକୁ ଚାଲିଲେ । 
କିଛି ସମୟ ପରେ କୁମାର ଗାଁ ରେ ପହଞ୍ଚିଗଲେ । 
ସେମାନେ ବାହାରେ ଗାଡି ରଖି ମନ୍ଦିର ଭିତରକୁ ଗଲେ ଆଉ ପ୍ରଥମେ କୁମାର ର “ମା” ସହ ଦେଖାହେଲା ।


To be continued…….


Promo: (କୁମାର ର ମା, କୁମାର କୁ ତାଗିଦ କରୁଛି, ଝିଅ ମାନଙ୍କଠୁ ଦୁରେଇ ରହ ବୋଲି, ପଢିବା Next Page ରେ…… )

                

କୁମାର ଙ୍କ Personal Diary ରୁ……..



Follow my Blog and find Smruti Tume Sradhanjali Part-176



Follow My Pages:- 

Thanks….

Smruti_tume_sradhanjali_in_odia_by_kumars_diary_part_176
Smruti+tume+sradhanjali+in+odia+by+kumars+diary+part+176