 |
Prema Eka Bhabanara – 03 (Anutapa “ଅନୁତାପ”) |
ଅନୁତାପ
ଯେବେ ତୁମେ ମୋ ପାଇଁ ସଂଜ ସଳିତା ଜାଳୁଥିଲ, ଶୁଭ ମନାସୁ ଥିଲ, ମୁଁ ବୁଝି ପାରିନଥିଲି ତୁମକୁ ।
ତୁମେ ମତେ ନେଇ ଯେଉଁ ଇଚ୍ଛାର-ଭାବନାର ଘରଟିଏ କରି ନିକଟ ତର ହେବାକୁ ଚେଷ୍ଟା କରୁଥିଲ, ମୁଁ କିନ୍ତୁ ଅନୁଭବ କରି ନଥିଲି ତୁମେ ମନ ଭିତରେ ମତେ ନେଇ କେତେ ଅନେକ ସ୍ୱପ୍ନ ଦେଖିଥିଲ; ମୁଁ ବାସ୍ତବତା ବୁଝି ପାରିନଥିଲି ।
ତୁମେ ଅନେକ ଅଭିମାନ କରିଛ-ଶାନ୍ତ-ନିରବତା ଭିତରେ ମତେ ବହୁବାର ମୋତେ ଖୋଜିଛ ।
ଏକାନ୍ତ ନୀରବତାରେ ମୋ ପାଇଁ ବହୁତ କଷ୍ଟ ପାଇଛ କିନ୍ତୁ ମୁଁ….. ହୁଏତ, ମୁଁ ଓ ମୋ ଅଜାଣନ୍ତରେ ଦେଇଥିବା କଷ୍ଟ ଆଜି ମୁଁ ଅନୁଭବ କରେ ।
ମୋ ପାଇଁ ଦୀପାଳିରେ ସଳିତା ଯୋଗାଡୁ ଯୋଗାଡୁ ବହୁଥର ହାତ ପୋଡି ଦେଇଛ…….ମୁଁ ଦେଖିପାରିଛି ତୁମର ସେ ପୋଡ଼ା ଚିହ୍ନ କିନ୍ତୁ ସେତେବେଳେ ବୁଝିପାରିନି ଏବଂ ବୁଝିବାକୁ କେବେ ଚେଷ୍ଟା ବି କରି ନଥିଲି କାହିଁକି କଣ ପାଇଁ ଏତେ କଷ୍ଟକର ମୋ ପାଇଁ ।
କେତେ ବାହାନା କର ମିଶିବାକୁ, ଦି ପଦ କଥା ଦେବାକୁ ଆଉ ମୁଁହ ରେ ଚେନାଏ ହସ ରଖି ବୋଧହୁଏ ଆତ୍ମ ତୃପ୍ତିର ନିଦଟିଏ ପାଇଁ; ବାସି ସେଜରେ ବସି ମୁରୁକି ହସି ଦେବା ଭିତରେ ସେଇ ମୁହଁ କୁ ମୁଁ କେବେ ଧ୍ୟାନ ବି ଦେଇନି…..।
ସମସ୍ତେ ଚାହାନ୍ତି ସେମାନଙ୍କ ପ୍ରିୟ ପୁରୁଷ ପୃଥିବୀର ସର୍ବଶ୍ରେଷ୍ଠ ହେବାପାଇଁ ।
“କିନ୍ତୁ ତୁମେ ମୋ ପାଇଁ ଯେତିକି ଲୁହଲୁହାଣ ହୋଇଛ” ତା ବାସ୍ତବତା ପୂର୍ବରୁ ବୁଝିନଥିଲି ।
ତୁମେ ଠାକୁରଙ୍କ ନିକଟରେ ପ୍ରାର୍ଥନା କରୁଥିଲ ମୋର ସଦ୍ୱୀପ ଆଦର୍ଶ ମୟ ଜୀବନ ପାଇଁ ।
ହୁଏତ ତୁମ ଆଶା-ଭାବନା ପୂର୍ଣ୍ଣ ହେବ…..
ମତେ ନେଇ…..
କିନ୍ତୁ ମୁଁ ତୁମକୁ ନିଜର ବୋଲି ଭାବି ପାରିନଥିଲି , ଏବେ ସେଇ ଅନୁତାପ ମୋତେ ବହୁତ ଦୂରକୁ ନେଇଯାଇଛି ।
ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ……..
anutapa_odia_poem
Follow My Pages:-
Bhuyans blog
Like this:
Like Loading...
 |
Prema Eka Bhabanara – 02 (Adrushya Tara “ଅଦୃଶ୍ୟ ତାରା”) |
ଅଦୃଶ୍ୟ ତାରା
ମତେ ନେଇ ତୁମେ ତୁମର ଯେଉଁ ନୁଆଁ ଦିନଟି ଆରମ୍ଭ କରିବାକୁ ଭାବିଥିଲ ତାହା ତୁମ ଖୁସିର ବାହାରେ ଆଉ ତୁମ କଳ୍ପନାର ବହୁତ ଦୂରରେ !!
“ମୁଁ ନିର୍ବିକାର ସମୟ ପାଖରେ ଯେମିତି ଅଜଣା ଏକ ଭବିଷ୍ୟତ ପାଖରେ ପହଂଚି ଯାଇଛି ” କିପରି କାହିଁକି ଅନେକ ପ୍ରଶ୍ନ ବାଚିର ସୌଧ ଭିତରେ ବନ୍ଦି ହୋଇ ସେଇ ପ୍ରଶ୍ନର ପୁଷ୍ପ ଗୁଚ୍ଛାରୁ ସୁଗନ୍ଧ ବାଛିବାକୁ ଲାଗିଛି ।
ତୁମେ ତ ନିଳ ଆକାଶ, ସେଇ ଆକାଶ ତଳେ ରଶ୍ମିଟିଏ ହୋଇ ଗୋଧୂଳି ସନ୍ଧ୍ୟାର ମୁଁ ମୁକ୍ତା ହେବାକୁ ଚାହେଁ ! କିନ୍ତୁ ମୋ ଜୀବନରେ ତାହା ପୂର୍ଣ୍ଣିମା ରାତିରେ ଜହ୍ନ ଆଲୁଅ ର ଛାୟା ହୋଇଯାଇଛି !!!
ମୋ ପାଖରେ ନିର୍ମଳ ହୃଦୟଟେ ନାହିଁ ଯେ ତୁମକୁ ନେଇ ନୀଳାମୟୀ କୃଷ୍ଣଙ୍କ କ୍ରିଷ୍ଣା ଭଳି ଏବଂ ଗୌତମ ବୁଦ୍ଧଙ୍କ ପରି ତୁମକୁ ସଜାଇ ପାରିବି । ସେଥିପାଇଁ ବୋଧେ ସାହସ କରିପାରୁନି ତୁମର ସେଇ ନିସ୍ୱାର୍ଥପର ପ୍ରେମକୁ ।
ତୁମେ ଗ୍ରହଣ କରିବ ସେ ଭାବନା ମୋ ପାଈଁ ଅନ୍ଧକାର ର ସ୍ୱପ୍ନ ପାଲଟି ଯାଇଛି । ତୁମେ ରାଧା ଓ ମିରାର ଏବଂ ସଞ୍ଜୁକ୍ତ ରେ ଏକ ପ୍ରେମ ଓ ଭକ୍ତି ଭରା ନିରର୍ବଛିନ ବର୍ଷା ।
ମୁଁ ଇନ୍ଦ୍ରଧନୁର କିରଣ ଭଳି ମୌସୁମୀ ର ଫୁଲ ପାଖୁଡା ସାଜି ତୁମ ସହ ମିଶି ଯିବାକୁ ଚାହେଁ ଏବଂ ଭିଜିଯିବାକୁ ଚାହେଁ । କିନ୍ତୁ ତୁମର ଉତ୍ତପ୍ତ ନିଶ୍ୱାସକୁ ଯେତେଥର ମୁଁ ଶୀତଳ କରିବାକୁ ଚାହିଁଛି ମୁଁ ସେତେଥର ନିଜର ଅନୁତାପ ରେ ଜଳିଯାଇଛି ।
ତୁମେ ଆଜି ଯାଏ ଭାବୁଥିବ ମୁଁ ସବୁ ଜାଣିବି ତୁମକୁ କାହିଁକି ଗ୍ରହଣ କରୁନି-ନିଜର କରିପାରୁନି !!
ଏହି ପ୍ରଶ୍ନ ତୁମ ମନ ଭିତରେ ବାରମ୍ବାର ଉଙ୍କି ମାରୁଥିବ ଏବଂ ଏକ ବିରାଟ ପ୍ରଶ୍ନ ର କାଚ ଘର ଗଢି ଉଠିଥିବ ।
ମୁଁ ଜାଣେ ତୁମକୁ କେତେ କଷ୍ଟ ଆଉ କେତେ ଭାବନା ତୁମ ହୃଦୟରେ ଜାତ ହେଉଥିବ । ତୁମେ କଣ ଜାଣିଛ ଯେ ଏହି ଭାବନା କୁ ସତ୍ୟ ରେ ପରିଣତ କରିବା ପାଈଁ ମୁଁ କେତେଥର ପ୍ରୟାସ କରିନଥିବି ।
ହଁ ଏହା ସତ୍ୟ ଯେ ବହୁତ ଥର ସେଇ ତାରା ପୁଞ୍ଜରୁ ତୁମ ଚାରିପାଖେ ଆଲୋକିତ କରିବା ପାଈଁ ସୁର୍ଯ୍ୟ ର ଜ୍ୱଳନ୍ତ ଆଲୋକ କୁ ମୁଁ ସହ୍ୟ କରିଛି । କିନ୍ତୁ ପାରିନି, କାରଣ ମୁଁ ଅନନ୍ତ ଆକାଶ ର ଗୋଟିଏ ଅଦୃଶ୍ୟ ତାରା ଟିଏ ।
ମନୋଜ କୁମାର ବେହେରାଙ୍କ
କବିତା ପୃଷ୍ଠାରୁ……..
adrushya_tara_odia_poem
Follow My Pages:-
Bhuyans blog
Like this:
Like Loading...
New World with Story, Poem, Article & Experience.