ସନ୍ଧ୍ୟା:- ନାଇମ ମାମୁଁ ଆମେ ଚାଲିଯିବୁ ।
ଗୋଟେ ଘଣ୍ଟା ଲାଗିବ ଆମେ ଚାଲିଯିବୁ ।
କୁମାର:-ହଁ !! ମାମୁଁ, ସନ୍ଧ୍ୟା ଠିକ୍ କହୁଛନ୍ତି । ଆମେ ଚାଲିଯିବୁ ।
ସନ୍ଧ୍ୟାର ବୋଉ:-ଦେଖିକି ଯିବ, ଗଲାପରେ Call କରିବ ।
କୁମାର ତମେ ସନ୍ଧ୍ୟାକୁ ନେଇ ଆମ ଘରେ ରହିଯିବ ।
ସକାଳେ ମିଶିକି ଟିଉସନ ଚାଲିଯିବ ।
କୁମାର ଆଉ ସନ୍ଧ୍ୟା ବାହାରିବା ସମୟରେ ସମସ୍ତଙ୍କ ମନ ଉଦାସ ଥାଏ ।
ଏପଟେ ସଇତାନ ମାନେ ସୁଯୋଗ ର ଅପେକ୍ଷା ରେ ଅଛନ୍ତି ।
( ଶେଷରେ ସେମାନଙ୍କ ପ୍ଲାନ ସତ ହେବାକୁ ଯାଉଛି ନା ନାହିଁ ଆଗକୁ ପଢିବା )
(Party ଭିତରେ ସମୀର ,କେଶବ ର mobile କୁ ଲୁଚେଇ ରଖି ଦେଇଥିଲା)
ସମୀର:-(ତା ଚେଲା ମାନଙ୍କୁ) ଶୁଣ ଗୋଟେ ବଡ଼ ଖୁସି ଖବର, ଏ Mobile ଟା କୁମାର ର ସାଙ୍ଗ କେଶବର !!
ଏଇ Mobile ଦ୍ବାରା ଆମକୁ ଟିକିଏ ସହଜ ହେଇଯିବ କୁମାରକୁ ମାରିବାକୁ ।
ତମେ ଶୁଣ ସେମାନେ ବାହାରିଗଲେଣି ।
ଆମ ପ୍ଳାନ ଅନୁସାରେ ସେଠି ଗାଡି Ready ଅଛି ତ ??
ଚେଲା:- ହଁ ଭାଇ ସବୁ Okay ।
ସମୀର:- ଜଙ୍ଗଲ ଭିତରକୁ ପଶିବା ପରେ ଯେମିତି ଠିକ୍ ଠାକ୍ କାମ ହୁଏ ।
ତାପରେ ସେମାନେ କୁମାର ଆଉ ସନ୍ଧ୍ୟାକୁ ପିଛା କରିବାକୁ ଲାଗିଲେ ।
ଏପଟେ ସନ୍ଧ୍ୟା କୁମାରକୁ ଧରି ବସିଥାଏ ।
କୁମାର ଗାଡି ଚଲାଉ ଥାଏ, କୁମାର ଏୟା ଭାବିକି ଗାଡି ଚଲାଉଥାଏ କି ।
ସନ୍ଧ୍ୟା ଯଦି ଗାଡି ଚଲାଏ ସେମାନେ କାଳେ Accident କରିଦେବେ ।
ସେଦିନ ଏମିତି ଏକ କାଳ ରାତି ଥିଲା ଯାହା ଆଜି ପର୍ଯ୍ୟନ୍ତ ଭୁଲି ହେଉନି….. (ଆଉ ଏହି କଥା କହୁ କହୁ ମୋ ଆଖିରେ ତ ଲୁହ ଆସିଯାଉଛି ) ଦଇବ ଦଉଡି ମଣିଷ ଗାଈ….
ଯେଣିକି ଟାଣଈ ସେଣିକି ଯାଇ ।
କୁମାର ଆଉ ସନ୍ଧ୍ୟା କଥା ହେଇ ହେଇ ଯାଉଥାନ୍ତି ।
କୁମାର:-ସନ୍ଧ୍ୟାକୁ, ଶୋଇପଡ଼ିଲ ନା କଣ ?? କିଛି କହୁନ ଯେ ???
ସନ୍ଧ୍ୟା:- ନାଇମ ଶୋଇନି !! ମୁଁ ଆମ ବାହାଘର କଥା ଭାବୁଛି ।
କୁମାର:-ସତେକି ?? ତୁ ବାୟାଣୀ କଣ କଣ ଭାବୁଛୁ କେଜାଣି ।
ସନ୍ଧ୍ୟା:-ହଁ ତମେ ଜାଣିଛ, ଆମ ବାହାଘରରେ ଆମ College ର Sir ମାନଙ୍କୁ ବି ଡାକିବା ।
College ର ସବୁ ପିଲାଙ୍କୁ Invite କରିବା ।
Thanks….
Smruti_tume_sradhanjali_in_odia_by_kumars_diary_part_188
Facebook Comments