କୁମାର ଆଉ ସନ୍ଧ୍ୟା ଏମିତି କଥା ହେଇ ଚାଲିଥାନ୍ତି ।
ହଠାତ ଭୟଙ୍କର ବର୍ଷା ଆଉ ପବନ ମାଡ଼ିଆସିଲା, ଦୁହେଁ ଭିଜିଯାଇଥାନ୍ତି ।
ରାସ୍ତା ଘାଟ ଠିକ୍ ରେ ଦେଖା ଯାଉନଥାଏ ।
ଦୁହେଁ ବହୁତ ବ୍ୟସ୍ତ ହୋଇପଡ଼ିଥାନ୍ତି ।
ଏତିକି ବେଳେ କୁମାର ର Mobile କୁ Call ଆସିଥାଏ ।
କୁମାର ଦେଖିଲା ବେଳକୁ କେଶବର Call ଆସିଥାଏ ।
ହେଲେ କେଶବ କେମିତି Call କରିବ କେଶବର ଫୋନ ସମୀର ପାଖରେ ଅଛି ।
ଆପଣଙ୍କୁ କହିବାକୁ ଭୁଲି ଯାଇଛି କେଶବର ଫୋନ କୁ ସମୀର କେମିତି ଚୋରି କରିଲା ।
( ମାମୁଁଙ୍କ ପୁଅର ଜନ୍ମଦିନରେ କେକ୍ କାଟିବା ସମୟରେ ସମସ୍ତେ ନାଚୁଥିଲେ ସେତିକି ବେଳେ କେଶବର ଫୋନ ପଡିଯାଇଥିଲା , ସମୀର ସେଠୁ Mobile ରଖିନେଇଥିଲା )
ପ୍ଲାନ ଅନୁସାରେ ସମୀର କେଶବର ଫୋନରୁ Call କରିଥାଏ ।
କୁମାର Mobile ଦେଖି Receive କଲା ।
ଏପଟେ ବର୍ଷା ବି ବହୁତ ହଉଥାଏ ।
ସମୀର କେଶବର ଫୋନରୁ କହୁଥାଏ ।
(ଜୋର ରେ ବର୍ଷା ଯୋଗୁଁ ସମୀର ର ସ୍ୱର କୁ କୁମାର ଚିହିଁ ପାରିଲା ନାହିଁ, ଆଉ ସେ କେଶବ ଭାବି କଥା ହେଲା )
ସମୀର:- କୁମାର !! ମୁଁ ଶୁଣିଲି ତମେ ଦୁହେଁ ବି ଚାଲିଆସିଲ ।
ହଉ ଆସିଲ ଯେ ବର୍ଷା ପବନ ଜୋରରେ ହଉଛି ତମମାନେ ସିଧା ରାସ୍ତାରେ ନ ଆସି ଜଙ୍ଗଲ ରାସ୍ତା ଦେଇ ଚାଲି ଆସିବ ।
ମୁଁ ଏବେ ଏବେ ଜାଣିବାକୁ ପାଇଲି ଯେ ସେ ରାସ୍ତାରେ ଗୋଟେ ବଡ଼ଗଛ ପଡିଯାଇଛି ତମମାନେ ଆସିପାରିବନି ଭଲହବ ଜଙ୍ଗଲ ରାସ୍ତାରେ ଚାଲିଆସ, ଜଲଦି ଆସିଯିବ ।
ଏତିକି କହି ସମୀର Call କାଟି ଦେଇଥିଲା ।
ଏହାପରେ କୁମାର ଠିକ୍ ସେଇୟା କଲା ।
ସେ ସିଧା ରାସ୍ତାରେ ନଯାଇ ଜଙ୍ଗଲ ରାସ୍ତାରେ ଗଲା ।
ଏପଟେ ସମୀର ତା ଚେଲାକୁ Call କରି କହୁଥାଏ ।
ସମସ୍ତେ Ready ରୁହ କୁମାର ଜଙ୍ଗଲ ରାସ୍ତାରେ ଯାଉଛି ।
ଏତିକି ବେଳେ ଦଇବର ବିଧି ବିଧାନ, ରାସ୍ତା ଘାଟ ବହୁତ ଖରାପ ଥିଲା ।
ବର୍ଷା ଯୋଗୁଁ ଗାଡି ଚଲେଇବା ମଧ୍ୟ ଅସୁବିଧା ହେଉଥାଏ , କୁମାର ବସିଥାଏ ସନ୍ଧ୍ୟା ଗାଡି ଚଲାଉ ଥାଏ ।
କିଛି ବାଟ ଗଲାପରେ କୁମାର ଦେଖିଲା ଆଗପଟୁ ଗୋଟେ Bolero ବହୁତ Speed ରେ ଆସୁଥାଏ ।
କୁମାର କହୁଥାଏ….ସନ୍ଧ୍ୟା !!! ଆଗରୁ ଗୋଟେ ଗାଡି ଆସୁଛି ।
(ଗାଡି ର Light ସନ୍ଧ୍ୟା ର ଆଖିରେ ପଡୁଥାଏ, ସନ୍ଧ୍ୟା କୁ ଠିକ୍ ସେ ଦେଖା ଯାଉ ନଥାଏ )
ଗାଡିଟି ଆସି ସନ୍ଧ୍ୟା ଚଲାଉଥିବା ଗାଡିକୁ ଧକ୍କା ଦେଇ ଚାଲି ଗଲା ।
କିଛି ସମୟ ପାଈଁ ଏମିତି ଅନୁଭବ ହେଲା ଯେମିତି ଶୂନ୍ୟ ଆକାଶରୁ ଖସି ଗୋଟିଏ ବିରାଟ ପର୍ବତ ରେ ପିଟି ହେଇ ଯାଇଛନ୍ତି ।
ହଠାତ ସବୁ ସୁନ ସାନ ହେଇଗଲା ।
କିଛି ସମୟ ଗଲାପରେ କୁମାର ର ଆଖି ଖୋଲିଲା ।
ସେ ଗୋଟିଏ ଆମ୍ବଗଛ ପାଖରେ ପଡିଥାଏ ।
To be continued…….
Promo: (ସନ୍ଧ୍ୟା, ର ଅବସ୍ଥା କଣ , ପଢିବା ଆଗାମୀ page ରେ, ପଢିବା Next Page ରେ…… )
କୁମାର ଙ୍କ Personal Diary ରୁ……..
Follow my Blog and find Smruti Tume Sradhanjali Part-189
Follow my Pages
Thanks….
Smruti_tume_sradhanjali_in_odia_by_kumars_diary_part_189
Facebook Comments