ବାବା:- ତମ ଘରେ କିଏ କିଏ ଅଛନ୍ତି ??
କୁମାର:- ମୋ ବାବା, ବୋଉ ଆଉ ଭଉଣୀ ।
ବାବା:- ଠିକ୍ ଅଛି !! ତମେ ଜାଣିଛ ? ମୋ ସ୍ତ୍ରୀ ତମକୁ ! ମୋ ପୁଅ ଶାନ୍ତନୁ ଭାବି ତମକୁ ଆମ ଘରକୁ ଆଣିଛି । ତମେ ଆମ ଘରେ ରହିବ ।
କୁମାର:- ନାହିଁ ନାହିଁ ମୁଁ ଯଦି ଏଠି ରହିବି ମୋ ଘରେ କିଏ ରହିବ ।
ତାପରେ ମୁଁ Last Exam ଦେଇନି, ଏଠି କେମିତି ରହିବି ।
ଆଚ୍ଛା !! ତମ ପୁଅ କୁଆଡେ ଗଲେକି ??
ବାବା:- ମୋ ପୁଅ ଆଉ ଏ ଦୁନିଆରେ ନାହିଁ, ତାକୁ କ୍ୟାନସର ହେଇଥିଲା ସେ ଆମକୁ ଛାଡି ସବୁଦିନ ପାଇଁ ଚାଲିଗଲା ।
(ପଛ ପଟେ ରୂମ ରେ ମା ଏକଥା ସବୁ ଶୁଣୁଥାନ୍ତି )
ଏସବୁ କଥା ଶୁଣି ସେ ସେନସଲେସ ହେଇ ତଳେ ପଡ଼ିଗଲା ।
କଣ ପଡିଲା ବୋଲି ଆମେ ଯାଇକି ଦେଖିଲାବେଳେ ମା ପଡିଥିଲେ ।
ଆମେ ସେଠୁ ଆଣି ପାଣି ଛିଞ୍ଚି ସଚେତ କଲୁ ।
ମା:- ତମେ ମୋତେ ଏତେ ବଡ଼ ମିଛ କେମିତି କହିପାରିଲ(ବାବା ଙ୍କୁ)
ମୋ ପୁଅ ଏ ଦୁନିଆରେ ନାହିଁ ଆଉ ତମେ କଣ କହୁଛ ନା ସେ ICU ରେ ଅଛି ।
କୁମାର:- “ମା” ମୁଁ ଆପଣଙ୍କୁ ଗୋଟେ କଥା କହିବି ? ଆପଣ ଯଦି ତାଙ୍କ ଯାଗାରେ ଥାନ୍ତେ ତାହାଲେ ଆପଣ ବି ସେୟା କରିଥାନ୍ତେ ।
କାରଣ ସେ ଚାହୁଁନଥିଲେ କି ଶାନ୍ତନୁର ମରିବା ଖବର ଶୁଣେଇ ଆପଣଙ୍କୁ କଷ୍ଟ ଦେବେ ।
ସେଥିପାଇଁ କହିନଥିବେ ।
ମା:- ହେଲେ ମୁଁ ମୋ ପୁଅ ବିନା, ମୁଁ କେମିତି ବଞ୍ଚିବି,
କୁମାର:- ମୁଁ ଗୋଟେ କଥା କହିବି ??
Thanks….
Smruti_tume_sradhanjali_in_odia_by_kumars_diary_part_131
Facebook Comments